ରାଞ୍ଚି: ଝାଡ଼ଖଣ୍ଡରେ ମେଣ୍ଟ ସରକାର ମଧ୍ୟରେ ମତଭେଦ ଦେଖାଦେଇଛି । ମେଣ୍ଟରେ ସାମିଲ ଥିବା ଦଳ ମଧ୍ୟରେ ମତଭେଦ ଯୋଗୁଁ ରାଜ୍ୟର ରାଜନୈତିକ ପାରା ବଢ଼ିଯାଇଛି । କଂଗ୍ରେସ ହାଇକମାଣ୍ଡ (Congress High Command) ଆଜି ପ୍ରଦେଶାଧ୍ୟକ୍ଷଙ୍କ ସମେତ ଝାଡ଼ଖଣ୍ଡ କଂଗ୍ରେସ (Jharkhand Congress) ର ଅନେକ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି । ଖବର ସରବରାହ ସଂସ୍ଥା ANI ଅନୁଯାୟୀ, ଝାଡ଼ଖଣ୍ଡରେ ମେଣ୍ଟର ସହଯୋଗୀ ମଧ୍ୟରେ କଳହ ମଧ୍ୟରେ କଂଗ୍ରେସ ଏପ୍ରିଲ ୫ରେ ଦିଲ୍ଲୀରେ ଏକ ବୈଠକ ଡାକିଛି, ଯେଉଁଥିରେ ଝାଡ଼ଖଣ୍ଡ ସହ ଜଡ଼ିତ ମୋଟ ୨୫ କଂଗ୍ରେସ ନେତା ସାମିଲ ହେବେ । ଝାଡ଼ଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁର (Jharkhand Congress President Rajesh Thakur) କହିଛନ୍ତି ଯେ ଏହି ବୈଠକରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ, ଝାଡ଼ଖଣ୍ଡ ସରକାରରେ ୪ କଂଗ୍ରେସ ମନ୍ତ୍ରୀ, ସମସ୍ତ ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ଏବଂ କିଛି ୱିଙ୍ଗର ଅଧ୍ୟକ୍ଷ ଯୋଗଦେବେ ।


COMMERCIAL BREAK
SCROLL TO CONTINUE READING

ବୈଠକରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ସହିତ ଚାଲିଥିବା ଉତ୍ତେଜନାକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇପାରେ । ଖବର ମୁତାବକ କଂଗ୍ରେସ ନେତାମାନେ (Congress Leaders) ଜେଏମଏମ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (JMM President and Chief Minister Hemant Soren) ଙ୍କୁ ଦଳକୁ ଅଣଦେଖା କରୁଥିବା ଅଭିଯୋଗ କରୁଛନ୍ତି ।


ଝାଡ଼ଖଣ୍ଡର ମେଣ୍ଟ ସରକାରରେ ନିଜର ବରିଷ୍ଠ ସହଯୋଗୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ଦ୍ୱାରା ଅବହେଳିତ ଅନୁଭବ କରି ସୋମବାର ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ସେମାନଙ୍କ ବିନା ସରକାର ଚଳାଇ ପାରିବେ ବୋଲି କେହି ଭ୍ରମରେ ରହିବା ଉଚିତ୍ ନୁହେଁ । ମୁଖ୍ୟମନ୍ତ୍ରୀ (Hemant Soren) ଙ୍କ ଦ୍ୱାରା କଂଗ୍ରେସ ବିଧାୟକ (Congress MLA) ଙ୍କୁ ଉପେକ୍ଷା କରାଯାଉଥିବା ବିଷୟରେ ପ୍ରଶ୍ନ ପଚରାଯିବାରୁ କଂଗ୍ରେସର ଝାଡ଼ଖଣ୍ଡ ପ୍ରଭାରୀ ଅବୀନାଶ ପାଣ୍ଡେ (Avinash Pandey) କହିଛନ୍ତି ଯେ, କାହାକୁ ଏହି ଭ୍ରମରେ ରହିବା ଉଚିତ ନୁହେଁ ଯେ ସେ କେବଳ ଏକାକୀ ସରକାର ଚଳାଇ ପାରିବେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ପାଇଁ ରୋଡମ୍ୟାପ ସ୍ଥିର କରିବାକୁ ଏହି ବୈଠକ ଡକାଯାଇଛି ବୋଲି ଅବିନାଶ ପାଣ୍ଡେ କହିଛନ୍ତି । 


ଏହା ବି ପଢ଼ନ୍ତୁ:-'ପରମାଣୁ ଆକ୍ରମଣ କରି ସବୁକିଛି ଶେଷ କରିଦେବି ଯଦି...', କିମ ଜୋଙ୍ଗଙ୍କ ଭଉଣୀ ଦେଲେ ଧମକ


ଏହା ବି ପଢ଼ନ୍ତୁ:-ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆସନ୍ତା ୩ ଦିନ ଏହି ସବୁ ଜିଲ୍ଲାରେ ବର୍ଷିବ!


ଏହା ବି ପଢ଼ନ୍ତୁ:-ଏହି ଟ୍ରେଜେରୀରେ ୫୦ ବର୍ଷ ଧରି ପଡ଼ି ରହିଛି ୭୩ କିଲୋ ରୁପା, RBI ବି ନେବାକୁ କରିଦେଇଛି ମନା; ଜାଣନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସହ କିପରି ରହିଛି କନେକ୍ସନ୍


 


ସୂଚନାଯୋଗ୍ୟ,  ୮୧ ସଦସ୍ୟ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM), କଂଗ୍ରେସ (Congress) ଏବଂ ଆରଜେଡି (RJD) ର ୪୭ ଜଣ ବିଧାୟକ ଅଛନ୍ତି । JMM ର ୩୦, କଂଗ୍ରେସର ୧୮ ଏବଂ RJD ଜଣେ ବିଧାୟକ ଅଛନ୍ତି । ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର (Hemant Soren-led coalition government) ରେ ଚାରିଜଣ କଂଗ୍ରେସ ମନ୍ତ୍ରୀ ସାମିଲ ଅଛନ୍ତି ।