ପାଟନା: Jitan Ram Manjhi: ମିଶନ ୨୦୨୪ର ଲହର ସବୁଠାରୁ ଅଧିକ ବିହାରରେ ଦେଖିବାକୁ ମିଳୁଛି । ବିହାର ମୁଖ୍ୟମନ୍ତ୍ରୀ ( Bihar CM) ନୀତିଶ କୁମାର (Nitish Kumar) ଏହି ମିଶନକୁ ଶେଷ କରିବାକୁ ମୈଦାନକୁ ଓହ୍ଲାଇ ପଡ଼ିଛନ୍ତି । ଏହା ଅଧୀନରେ ସେ ଯୋଜନା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିକଟ ଅତୀତରେ ସେ ଦିଲ୍ଲୀ ଗସ୍ତ କରିଥିଲେ । ସେପଟେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Bihar CM) ଜିତନ ରାମ ମାଞ୍ଝୀ (Jitan Ram Manjhi) ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଓ ବିହାରର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଜିତନ ରାମ ମାଞ୍ଝୀ ଏକ ଖୋଲା ମଞ୍ଚରୁ କହିଛନ୍ତି ଯେ, ୨୦୨୪ରେ ନୀତିଶ କୁମାର ଦେଶର ପ୍ରଧାନମନ୍ତ୍ରୀ ହେବେ । ଅନ୍ୟପକ୍ଷେ ତେଜସ୍ୱୀ ଯାଦବ (Tejashwi Yadav) ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ଗୁରୁବାର ବିହାରର ଗୟାଠାରେ ରବର ଡ୍ୟାମର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ମନ୍ତ୍ରୀ ସଞ୍ଜୟ ଝା, ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ସମେତ ଅନେକ ନେତା ଏଠାରେ ପହଞ୍ଚିଥିଲେ । ଏହି ସମୟରେ ଯେତେବେଳେ କାର୍ଯ୍ୟକ୍ରମ ଚାଲିଥିଲା, ଜିତନ ରାମ ମାଞ୍ଝୀ ମଞ୍ଚରୁ କହିଥିଲେ ଯେ, ସିଏମ ନୀତିଶ କୁମାର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ବିହାରକୁ ତେଜସ୍ୱୀ ଯାଦବ ପରିଚାଳନା କରିବେ । ମାଞ୍ଝୀ ତେଜସ୍ୱୀଙ୍କୁ ବିହାରର ଭବିଷ୍ୟତର ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମଞ୍ଝୀ କହିଛନ୍ତି ଯେ, ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କୁହନ୍ତୁ ନାହିଁ, ବର୍ତ୍ତମାନ ଆପଣ ତାଙ୍କୁ ପ୍ରଧାନମନ୍ତ୍ରୀ ବୋଲି ଡାକିଲେ ଭଲ ହେବ ।


ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଥିଲେ ସିନ୍ଦେ, ଖେଳ ବିଗାଡ଼ିଲେ ଶିବସେନା ସାଂସଦଙ୍କ ପୁଅ


ଏହା ବି ପଢ଼ନ୍ତୁ:-'ନିଜ ଆସନ ଯାଏ ସୀମିତ ରୁହ', ଜାଣନ୍ତୁ କାହିଁକି ନିଜ ଦଳର ସାଂସଦ ମହୁଆ ମୈତ୍ରଙ୍କ ଉପରେ ଖୋଲାଖୋଲି ଭାବେ ବର୍ଷିଲେ ମମତା ବାନାର୍ଜୀ


ଏହା ବି ପଢ଼ନ୍ତୁ:-ରାସନ ଡିଲର ହେବା ପାଇଁ ଏପରି କରନ୍ତୁ ଆବେଦନ, ହେବ ମୋଟା ଅଙ୍କର ରୋଜଗାର; ଜାଣନ୍ତୁ ପୂରା ପ୍ରକ୍ରିୟା


ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ହମ) ପାର୍ଟି (Hindustani Awam Morcha-HAM) ର ମୁଖିଆ ଜିତନ ରାମ ମାଞ୍ଝୀ ଯେଉଁ ଭବିଷ୍ୟବାଣୀ କରିଛନ୍ତି , ତାହା ପରେ ପ୍ରଶ୍ନ ଉଠୁଛି ଯେ ତାଙ୍କ ବୟାନରେ କେତେ ଦମ୍ ଅଛି । ତେବେ ନୀତିଶ କୁମାର ଯେଉଁଭଳି ଭାବରେ ପ୍ରସ୍ତୁତି କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଛି ଯେ ବିରୋଧୀ ଦଳ ଏକଜୁଟ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ଯଦିଓ ନୀତିଶ କୁମାର ଅନେକ ଥର କହିସାରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନୁହଁନ୍ତି । ବିରୋଧୀଙ୍କୁ କେବଳ ଗୋଟିଏ ମଞ୍ଚରେ ଆଣିବା ପାଇଁ ସେ କାର୍ଯ୍ୟ କରୁଛନ୍ତି ।