ନୂଆଦିଲ୍ଲୀ: Jharkhand Hemant Soren Governemnt, Congress: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ଓ କଂଗ୍ରେସ (Congress) ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ରାଜ୍ୟସଭା ଆସନକୁ ନେଇ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ଗତକାଲି JMM ତରଫରୁ ରାଜ୍ୟସଭା ନିର୍ବାଚନ ପାଇଁ ଦଳର ନେତା ମହୁଆ ମାଜି (Mahua Maji) ଙ୍କୁ ​​ପ୍ରାର୍ଥୀ କରିବାର ଘୋଷଣା କରାଯାଇଛି । ଯାହା ପରେ ଜେଏମଏମ ଓ କଂଗ୍ରେସ ମଧ୍ୟରେ ବିବାଦ ବଢ଼ିଚାଲିଛି । ଜେଏମଏମ ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ନେତାଙ୍କ ଅସନ୍ତୋଷ ମଧ୍ୟରେ ଦଳର ଝାଡ଼ଖଣ୍ଡ ପ୍ରଭାରୀ ଅବିନାଶ ପାଣ୍ଡେ (Avinash Pandey) ମଙ୍ଗଳବାର ସକାଳେ ରାଞ୍ଚି ପହଞ୍ଚିଛନ୍ତି । ସେ ଦଳର ବରିଷ୍ଠ ନେତା ଓ ବିଧାୟକଙ୍କ ସହ ଏକ ବୈଠକ କରିବେ ।


COMMERCIAL BREAK
SCROLL TO CONTINUE READING

ବୈଠକର ଠିକ୍ ଗୋଟିଏ ଦିନ ପୂର୍ବେ ସୋମବାର ସନ୍ଧ୍ୟାରେ ଅବିନାଶ ପାଣ୍ଡେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ଭେଟି ତାଙ୍କ ସାମ୍ନାରେ ରାଜ୍ୟର ନେତାମାନଙ୍କ ଅସନ୍ତୋଷ ରଖିଥିଲେ, ଏହା ପରେ ସେ ଏହି ବୈଠକକୁ ରାଜ୍ୟରେ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ।


ସମର୍ଥନ ପ୍ରତ୍ୟାହାର କରିପାରେ କଂଗ୍ରେସ


ଜେଏମଏମ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ପାଇଁ କଂଗ୍ରେସ ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର (Hemant Soren Government) ଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିପାରେ ବୋଲି ଅନୁମାନ କରାଯାଉଛି । ଏଭଳି ପରିସ୍ଥିତିରେ ଯଦି ସମସ୍ତ କଂଗ୍ରେସ ବିଧାୟକ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରନ୍ତି, ତେବେ ଝାଡଖଣ୍ଡର ହେମନ୍ତ ସୋରେନଙ୍କ ସରକାର ଭାଙ୍ଗିପାରେ । ଏହା ପୂର୍ବରୁ କଂଗ୍ରେସର ସମ୍ପୂର୍ଣ୍ଣ ପ୍ରୟାସ ଥିଲା ଯେ ଏଥର ରାଜ୍ୟ ସଭାରେ ଝାଡଖଣ୍ଡରୁ ତାର ପ୍ରାର୍ଥୀ ଯାଉ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ତାଙ୍କୁ ସମର୍ଥନ ଦେଉ ।


କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) ମଧ୍ୟ ସାକ୍ଷାତ କରିଛନ୍ତି । ଏକ ଦୀର୍ଘ ଏକ ଘଣ୍ଟା ଧରି ବୈଠକ ହୋଇଥିଲା, କିନ୍ତୁ ଶେଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଜ୍ୟସଭା ନିର୍ବାଚନ ପାଇଁ ଦଳର ନେତା ମହୁଆ ମାଜିଙ୍କ ପ୍ରାର୍ଥୀ ଘୋଷଣା କରିଥିଲେ । ଏଭଳି ପରିସ୍ଥିତିରେ କଂଗ୍ରେସ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ଅନ୍ୟ ପଟେ ହେମନ୍ତ ସୋରେନ୍ କହୁଛନ୍ତି, ମୁଁ ସିଧା କଥା ହେବାକୁ ପସନ୍ଦ କରେ, କିନ୍ତୁ ବର୍ତ୍ତମାନ ମୁଁ ଏକ ମେଣ୍ଟରେ ବନ୍ଧା ହୋଇଛି, ଯାହାକୁ ସମ୍ମାନ ଦିଆଯିବା ଉଚିତ୍ ।


ଝାଡଖଣ୍ଡରେ ଦୁଇଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ମତଦାନ ଅନୁଷ୍ଠିତ ହେବ । କେନ୍ଦ୍ର ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକଭୀ ଓ ଭାରତୀୟ ଜନତା ପାର୍ଟି (BJP) ସାଂସଦ ମହେଶ ପୋଦ୍ଦାରଙ୍କ କାର୍ଯ୍ୟକାଳ ଶେଷ ହେବାରୁ ଏହି ଆସନଗୁଡିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।


ରାଜ୍ୟର ୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୮୧ ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି, କିନ୍ତୁ ଜଣେ ବିଧାୟକଙ୍କୁ ଆୟଠ ଠାରୁ ଅଧିକ ସମ୍ପତ୍ତି ମାମଲାରେ ୩ ବର୍ଷ କାରାଦଣ୍ଡ ମିଳିଛି । ଯାହା ଫଳରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଛି । ଏହି କାରଣରୁ ବିଧାନସଭାରେ ଭୋଟ୍ ଦେବାକୁ ଯୋଗ୍ୟ ସଦସ୍ୟଙ୍କ ସଂଖ୍ୟା ୮୦କୁ ହ୍ରାସ ପାଇଛି । ତେଣୁ ରାଜ୍ୟର ବର୍ତ୍ତମାନର ବିଧାନ ସଭାରେ ୨୬.୬୭ ପ୍ରତିଶତ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ରାଜ୍ୟସଭାରେ ଯିବା ଏକ ପ୍ରକାରର ସ୍ଥିର ମନେ କରାଯାଉଛି ।


ଏହା ବି ପଢ଼ନ୍ତୁ:-ନନ୍ଦୀଙ୍କ ଠାରୁ ୮୩ ଫୁଟ ଦୂରରେ 'ଶିବଲିଙ୍ଗ', କାନ୍ଥରେ ତ୍ରିଶୂଳ ଓ ହାତୀ ଚିହ୍ନ; ସାମ୍ନାକୁ ଆସିଲା ଜ୍ଞାନବାପିର ଆଉ ଏକ ଭିଡିଓ


ଏହା ବି ପଢ଼ନ୍ତୁ:-ଚୀନକୁ ଲାଗିଲା ବଡ଼ ଝଟକା!


ଏହା ବି ପଢ଼ନ୍ତୁ:-ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଂଗ୍ରେସକୁ ଦେଲେ ଝଟକା! ନେଲେ ଏହି ବଡ଼ ପଦକ୍ଷେପ


ବର୍ତ୍ତମାନର ବିଧାନସଭାରେ ଯେଉଁଠାରେ ଶାସକ ଜେଏମଏମ (JMM) ର ୩୦ ଜଣ ବିଧାୟକ ଅଛନ୍ତି, ଏହାର ସମର୍ଥକ କଂଗ୍ରେସ ପାଖରେ ମୋଟ ୧୭ ଜଣ ବିଧାୟକ ଅଛନ୍ତି ଏବଂ ଅନ୍ୟ ସମର୍ଥକ ଦଳ ଆରଜେଡି (RJD) ର ଜଣେ ବିଧାୟକ ଅଛନ୍ତି । ଏଥି ସହିତ ମୁଖ୍ୟ ବିରୋଧୀ ବିଜେପି ପାଖରେ ମୋଟ ୨୬ ଜଣ ବିଧାୟକ ରହିଛି । ଏହାସହ ଦଳକୁ ଅତି କମରେ ଅନ୍ୟ ଦୁଇଜଣ ବିଧାୟକଙ୍କ ସମର୍ଥନ ଉପରେ ରହିଥିବାର କୁହାଯାଉଛି । ଏଭଳି ପରିସ୍ଥିତିରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳର ୧-୧ ସଦସ୍ୟ ରାଜ୍ୟସଭାରେ ନିର୍ବାଚିତ ହେବାର ସମ୍ଭାବନା ରହିଛି ।