Karnataka minister Umesh Katti collapsed, ବେଙ୍ଗାଲୁରୁ: ମଙ୍ଗଳବାର ବିଳମ୍ବିତ ରାତିରେ କର୍ଣ୍ଣାଟକ ମନ୍ତ୍ରୀ ଉମେଶ କାଟ୍ଟିଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ସେ ୬୧ ବର୍ଷ ବୟସରେ ଜଙ୍ଗଲ, ଖାଦ୍ୟ, ଯୋଗାଣା ଏବଂ ଖାଉଟି ବ୍ୟାପାର ବିଭାଗର ଦାୟିତ୍ୱରେ ଥିଲେ। ମନ୍ତ୍ରୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସମବେଦନା ଜଣାଇ ସେ କହିଛନ୍ତି ଯେ, ଏହା ରାଜ୍ୟ ପାଇଁ ଏକ ବଡ କ୍ଷତି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଗତକାଲି ମନ୍ତ୍ରୀ ଉମେଶ କାଟ୍ଟି ତାଙ୍କ ଡଲାର କଲୋନୀସ୍ଥିତ ବାସଭବନରେ ଛାତି ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ରାମାୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରାମାୟା ଡାକ୍ତରଖାନାର ଜରୁରୀକାଳୀନ ସେବାର ମୁଖ୍ୟ ଡାକ୍ତର ଅରୁଣା ରମେଶ କହିଛନ୍ତି ଯେ, ମନ୍ତ୍ରୀ ଘରେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ରାତି ସାଢେ ଦଶଟାରେ ହସ୍ପିଟାଲ ଅଣାଯାଇଥିଲା। ସେ ଚେତାଶୂନ୍ୟ ଥିଲେ, ନିଶ୍ୱାସ ନେଉନଥିଲେ ଏବଂ ନାଡି ମଧ୍ୟ ଚାଲୁନଥିଲା। ଅନେକ ପ୍ରଚେଷ୍ଟା ପରେ ରାତି ୧୧ଟା ୪୦ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 


Also Read: Uttar Pradesh: ହୃଦଘାତରେ ବିଜେପି ବିଧାୟକ ଅରବିନ୍ଦ ଗିରି ମୃତ


ମୃତ ଉମେଶଙ୍କୁ 'ଭାଇ' ବୋଲି ସମ୍ବୋଧନ କରିବା ସହ ସେ ରାଜ୍ୟ ପାଇଁ ବହୁତ କାମ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି। ସେ କହିଛନ୍ତି "ମୁଁ ମୋର ଅତି ଘନିଷ୍ଠ ବନ୍ଧୁଙ୍କୁ ହରାଇଛି। ସେ ମୋ ପାଇଁ ଭାଇ ଥିଲେ। ତାଙ୍କର ହାର୍ଟ ସମସ୍ୟା ଥିଲା, କିନ୍ତୁ ଆମେ କେବେ ଭାବି ନ ଥିଲୁ ଯେ ସେ ଏତେ ଶୀଘ୍ର ଚାଲିଯିବେ। ସେ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି। ସେ ଅନେକ ପୋର୍ଟଫୋଲିଓ ପରିଚାଳନା କରିଥିଲେ। ଏହା ରାଜ୍ୟ ପାଇଁ ଏକ ବଡ କ୍ଷତି। ସେ ଏକ ବିରାଟ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା ପୂରଣ କରିବା କଷ୍ଟକର।"


ରାଷ୍ଟ୍ରୀୟ ସମ୍ମାନ ସହିତ ମନ୍ତ୍ରୀ ଉମେଶ କାଟ୍ଟିଙ୍କ ଅନ୍ତିମ ସଂସ୍କାର କରାଯିବ। ତାଙ୍କ ମରଶରୀରକୁ ଏୟାର ଆମ୍ବୁଲାନ୍ସ ଦ୍ୱାରା ସ୍ଥାନାନ୍ତର କରାଯିବ। ସଂକେଶ୍ୱର ଠାରେ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଶେଷ ଦର୍ଶନ ପରେ ସମସ୍ତ ପ୍ରକ୍ରିୟା କରାଯିବ। ବାଗେୱାଡି ବେଲାଗାଭି ଠାରେ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ ରୀତିନୀତି କରାଯିବ। ମନ୍ତ୍ରୀ ଉମେଶ କାଟ୍ଟିଙ୍କ ମୃତ୍ୟୁ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। 


Also Read: Uttar Pradesh Politics: 'ମୋତେ ଭାରତ ରତ୍ନ ମିଳିବା ଆବଶ୍ୟକ'


ସେପଟେ ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ଜିଲ୍ଲାର ଗୋଲା ବିଧାନସଭା ଆସନର ବିଜେପି ବିଧାୟକ ଅରବିନ୍ଦ ଗିରି ମଧ୍ୟ ହୃଦଘାତରେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସେ  ରାଜଧାନୀ ଲକ୍ଷ୍ନୌ ଠାରେ ଏକ ସଭାରେ ଯୋଗଦେବାକୁ ସେଠାକୁ ଯାତ୍ରା କରୁଥିଲେ। ମାତ୍ର ଗାଡିରେ ଯିବା ବେଳେ ଯେତେବେଳେ ସେ ସିଦ୍ଧୁଲି ନିକଟରେ ପହଞ୍ଚିଲେ ସେତେବେଳେ ଚଳନ୍ତା ଗାଡି଼ରେ ତାଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।


ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ (BJP MLA Arvind Giri) ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath)। ଏନେଇ ଟ୍ୱିଟ କରି ସେ କହିଛନ୍ତି, "ରାଜ୍ୟର ଲଖୀମପୁର ଖେରୀ ଜିଲ୍ଲାର ଗୋଲା ବିଧାନସଭା ଆସନର ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ଦେହାନ୍ତ ଦୁର୍ଭାଗ୍ୟଜନକ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ମୋର ସମବେଦନା। ଭଗବାନ ରାମ ଦିବଂଗତ ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ। ଏହା ଏକ ଅପୂରଣୀୟ କ୍ଷତି। ଓମ ଶାନ୍ତି। "