Congress Targets BJP: ଦ୍ୱିପ୍ରହରେ ମାଛ ଖାଇ ମନ୍ଦିର ଯିବା ପରେ ବିଜେପି ରାଷ୍ଟ୍ରୀୟ ମହାସଚିବ ସିଟି ରବିଙ୍କୁ ଘେରିଛି କର୍ଣ୍ଣାଟକ କଂଗ୍ରେସ। ଏନେଇ କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଅଭିଯୋଗ ଆଣି କୁହାଯାଇଛି ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ରାଜ୍ୟର ଚିକମାଗାଲୁର ବିଧାୟକ ସି.ଟି ରବି ମାଂସାହାର ଭୋଜନ କରିବା ପରେ ମନ୍ଦିର ଦର୍ଶନ କରିଥିବାର ଅଭିଯୋଗ କରିଛନ୍ତି। ଗତ ୧୯ ଫେବୃଆରୀରେ ବିଜେପି ନେତା ସିଟି ରବି ଭଟକାଲ ଠାରେ ଏକ ମନ୍ଦିର ପରିଦର୍ଶନ କରିବା ପରେ ବିବାଦ ଉପୁଜିଥିଲା। କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଥମେ ବିଜେପି ନେତା ଜଣଙ୍କ ଭଟକଲ ବିଧାୟକ ସୁନୀଲ ନାୟକଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନରେ ପାଇଁ ମାଛ ଖାଇଥିଲେ। ଏହା ପରେ ସେ ବିଜେପି କାର୍ଯ୍ୟାଳୟ ଯାଇ ସେଠାରୁ ରାଜଙ୍ଗନା ନାଗବାନା ମନ୍ଦିରରେ ପହଞ୍ଚିଥିଲେ।


COMMERCIAL BREAK
SCROLL TO CONTINUE READING

ସଦ୍ୟ ବିଜେପି ରାଷ୍ଟ୍ରୀୟ ମହାସଚିବ (BJP National General Secretary) ସିଟି ରବିଙ୍କ (BJP Leader CT Ravi) ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଥିରେ ସେ ପ୍ରଥମେ ସମାନ ପୋଷାକରେ ମାଛ ଖାଉଥିବା ନଜର ଆସିଛନ୍ତି। ଏହା ପରେ ମନ୍ଦିର ଦର୍ଶନ ଠାରେ ପହଞ୍ଚିଥିବାର ଦେଖିବାକୁ ମିଳିଛି। ହେଲେ ବିଜେପି ନେତା ଜଣଙ୍କ ମନ୍ଦିର ପରିସରରେ ପ୍ରବେଶ କରିନଥିବା ଜଣାପଡ଼ିଛି। ହେଲେ ମନ୍ଦିର ବନ୍ଦ ରହିଥିବାରୁ ସେ ବାହାରୁ ପ୍ରାର୍ଥନା କରିଥିଲେ।


ହେଲେ କଂଗ୍ରେସ (Congress) ଅଭିଯୋଗ କରିଛି ସିଟି ରବି ମନ୍ଦିର ପରିସରରେ ପ୍ରବେଶ କରି ପ୍ରାର୍ଥନା କରୁଛନ୍ତି। ତାଙ୍କ ଗସ୍ତ ପରେ କଂଗ୍ରେସ, ମାଂସାହାର କରି ମନ୍ଦିରରେ ପ୍ରବେଶ କରିଥିବାରୁ ବିଜେପି ନେତାଙ୍କୁ ସମାଲୋଚନା କରିଛି। କଂଗ୍ରେସ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଜବାବ ରଖି ବିଜେପି ନେତା ସିଟି ରବି ସ୍ୱୀକାର କରିଛନ୍ତି ଯେ ସେ ସେଦିନ ମାଂସହାର ଭୋଜନ କରିଛନ୍ତି। ହେଲେ ମନ୍ଦିର ପରିସରରେ ପ୍ରବେଶ କରିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏନେଇ ବିଜେପି ନେତା ଜଣଙ୍କ କହିଛନ୍ତି ଯେ ସେ କେବଳ ମନ୍ଦିର ବାହାରେ ପ୍ରାର୍ଥନା କରିଥିଲେ।


ସେପଟେ କଂଗ୍ରେସ ବିଧାୟକ ପ୍ରିୟଙ୍କ ଖାର୍ଗେ (Congress MLA Priyank Kharge) ବିଜେପି ବିରୋଧରେ ଦୋମୁହାଁ ନୀତି ଆପଣାଇଥିବାର ଅଭିଯୋଗ କରିଛନ୍ତି। କଂଗ୍ରେସ ବିଧାୟକ କହିଛନ୍ତି ବିଜେପି ପାଖରେ ଦୁଇଟି ମୁହଁ ରହିଛି। ସିଟି ରବି ମାଂସ ଖାଇବା ପରେ ମନ୍ଦିର ଯାଇଥିଲେ। ହେଲେ ଯେତେବେଳେ ଆମେ ଏହା କରିବୁ ଭୁଲ୍ ସେତେବେଳେ ତାହା ଭୁଲ। ହେଲେ ଯେତେବେଳେ ଆପଣ ସେଠାକୁ ଯାଉଛନ୍ତି ତାହେଲେ ଏହା କିପରି ଠିକ ବୋଲି କଂଗ୍ରେସ ପ୍ରଶ୍ନ କରିଛି।