ଭୁବନେଶ୍ୱର: ବିଜେପିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅସନ୍ତୁଷ୍ଟ ହୋଇଛନ୍ତି ଖାରବେଳ ସ୍ୱାଇଁ। ପ୍ରାର୍ଥୀ ହୋଇ ନପାରିବାରୁ ସେ ସ୍ୱାଧୀନ ଭାବେ ବାଲେଶ୍ୱର ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି। ଏହା ବିଜେପି ପାଇଁ ବାଲେଶ୍ୱରରେ ସମସ୍ୟା ସୃଷ୍ଟି କରିପାରେ। 


COMMERCIAL BREAK
SCROLL TO CONTINUE READING

ପୂର୍ବତନ ସାଂସଦ ଖାବରବେଳ ସ୍ୱାଇଁ ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏନେଇ ସେ କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କୁ ମଧ୍ୟ ଜଣାଇଥିଲେ। ତାଙ୍କୁ ପ୍ରାର୍ଥୀ କରା ନଗଲେ ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ବି କହିଥିଲେ।  କିନ୍ତୁ ଦଳ ବର୍ତ୍ତମାନର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିଥିଲା। ଏଥିରେ ସେ ଖପ୍ପା ହୋଇଥିଲେ। ଏପରିକି ପ୍ରତାପଙ୍କୁ ନୀଳଗିରିରେ ବିଧାୟକ ପ୍ରାର୍ଥୀ କରି ତାଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରିବାକୁ ସେ ଦାବି କରିଥିଲେ। ଖାରବେଳ ବିଧାନସଭାର ଆସନ ପାଇଁ ଲଢ଼ିବେ ନାହିଁ ବୋଲି ରୋକ୍‍ ଠୋକ୍‍ କହିଥିଲେ।


ଏହା ବି ପଢ଼ନ୍ତୁ: ରାଏବରେଲିରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ, ସୋନିଆ ଓ ଖଡ୍ଗେ ମଧ୍ୟ ଥିଲେ ଉପସ୍ଥିତ