Employment Create In Bihar: ବିହାରରେ ମହାମେଣ୍ଟ ସରକାର (Grand Alliance Govt) ଗଠନ ହେବା ଦିନଠାରୁ ପ୍ରତିଦିନ ଚାକିରି ଏବଂ ନିଯୁକ୍ତି ବିଷୟରେ କିଛି ନା କିଛି ଘୋଷଣା ହେଉଛି। ମଙ୍ଗଳବାର ଦିନ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି (Employment) ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅନେକ ପଦବୀରେ ନିଯୁକ୍ତି ଦିଆଯାଇଛି କିନ୍ତୁ ଅନେକ ନିଯୁକ୍ତି ହେବାକୁ ଯାଉଛି। ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ (Cabinet Metting)ରେ ବିଭାଗରେ ନିଯୁକ୍ତିକୁ ଅନୁମୋଦନ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଦିନ ପଶୁପାଳନ ବିଭାଗରେ ନବ ନିଯୁକ୍ତ ଲୋକଙ୍କୁ ନିଯୁକ୍ତି ପତ୍ର ଦେବା ପରେ ନୀତିଶ କୁମାର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବର୍ତ୍ତମାନ କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ବାକି ଥିବା ଅନ୍ୟ ଲୋକଙ୍କୁ ନିଯୁକ୍ତ କରିବାକୁ ପଡିବ। ଏହା ଖୁବ୍ ଶୀଘ୍ର ହୋବା ଉଚିତ୍ ବୋଲି ନୀତିଶ କହିଛନ୍ତି। ଆମ ଉପମୁଖ୍ୟମନ୍ତ୍ରୀ କହିଦେଇଛନ୍ତି ଯେ, ସମସ୍ତ ବିଭାଗରେ କେତେ ବଡ ସଂଖ୍ୟାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।


ସେ କହିଛନ୍ତି ଯେ, ଆପଣ ଦେଖୁଛନ୍ତି ଯେବେବି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୁଏ, ଆମେ ଯେଉଁ ବିଭାଗ ଗୁଡିକରେ ପଦବୀ ଖାଲି ଥିବା ଦେଖୁଛୁ ସେଗୁଡିକରେ ନିଯୁକ୍ତିକୁ ଅନୁମୋଦନ କରୁଛୁ। ବହୁତ ଶୀଘ୍ର ଯେଉଁ ସ୍ଥାନ ଗୁଡୁକରେ ନିଯୁକ୍ତ ସମ୍ଭବ ଆମେ ତାହା ନିଶ୍ଚିତ କରିବୁ। ଦେଖିନିଅନ୍ତୁ ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ ଲୋକ ନିଯୁକ୍ତ ହେବେ।


ତେବେ ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ତାଙ୍କ ଭାଷଣରେ ସ୍ୱାସ୍ଥ୍ୟ ବିଭାଗରେ ସାତ ହଜାରରୁ ଅଧିକ ଲୋକ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ ଏବଂ ବିଭିନ୍ନ ସ୍ତରରେ ନିଯୁକ୍ତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ। ବିହାରରେ ମହାମେଣ୍ଟ ସରକାର ଗଠନ ପରେ ଏବେ ଯେତେବେଳେ ବି କୌଣସି ବିଭାଗରେ ନିଯୁକ୍ତି ପତ୍ର ବଣ୍ଟିବାର ସମୟ ଆସେ ଆମେ ଏକ ସମାରୋହ ମାଧ୍ୟମରେ କରିଥାଉ। ଆଉ ଏହା ମଧ୍ୟ ପ୍ରଥମ ଥର ପାଇଁ ଘଟୁଛି ଯେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଣ୍ଟନ ଏହି ନିଯୁକ୍ତି ପତ୍ର ବଣ୍ଟାଯାଉଛି।


ତେବେ ଯେତେବେଳେ ଏନଡିଏ ସରକାର ସେଠାରେ ଥିଲେ, ବିରୋଧୀ ଦଳର ନେତା ଭାବରେ ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କୁ କେବେ ୧୯ ଲକ୍ଷ ଲୋକଙ୍କୁ ଚାକିରୀ ଦେବେ ସେନେଇ ମନେ ପକାଉଥିଲେ । ଯଦିଓ ବିପକ୍ଷରେ ରହିଥିବା ଭାଜପାର କହିବା କଥା ଯେ, ଲୋକଙ୍କ ଚୟନ ମାସକ ପୂର୍ବରୁ ହୋଇଯାଇଥିଲା। ହେଲେ ନୀତିଶ ନିଯୁକ୍ତି ପ୍ରକ୍ରିୟାକୁ ମନ୍ଥର କରିଦେଇଥିଲେ କାରଣ ସେ ତାଙ୍କ ଶାସନ କାଳରେ ବିଜେପି ସହିତ ଏହି କାର୍ଯ୍ୟ ଶେଷ କରିବାକୁ ଚାହୁଁନଥିଲେ।


ଏଠାରେ କହିରଖୁଛୁ ଯେ, ବିହାରରେ ଏକ ନାଟକୀୟ ଢଙ୍ଗରେ ଦୁଇ ଦୁଇ ଥର ଦଳ ବଦଳାଇ ସରକାର ପରିବର୍ତ୍ତନ କରି ନୀତିଶ ଭାରତ ରାଜନୀତିର ଉଷ୍ଣତାକୁ ବଢାଇ ଦେଇଥିଲେ। ଗୋଟିଏ କାର୍ଯ୍ୟକାଳ ଭିତରେ ପ୍ରଥମେ ଆରଜେଡି ସହିତ ମିଶି ସରକାର ଗଠନ କରିବା ଓ ପରେ ଆରଜେଡିକୁ ଛାଡି ବିଜେପିର ହାତ ଧରି ବାଟ ଚାଲିବା ପୁନଶ୍ଚ ବିଜେପିକୁ ଛାଡି ଆରଜେଡି ସମେତ ବିହାରର ତମାମ ବିରୋଧିଙ୍କ ସହିତ ସରକାର ଗଠନ କରି ନୀତିଶ ରେକର୍ଡ ସୃଷ୍ଟି କରିଛନ୍ତି।