Lalu Yadav Health Update: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ ଅପଡେଟ୍ ଆସିଛି। ଲାଲୁଙ୍କୁ ଶ୍ରୀମଦ ଭଗବଦ ଗୀତା ପଢିବା ଓ ଶୁଣିବାକୁ ଡାକ୍ତର ମନା କରିଛନ୍ତି। ମଙ୍ଗଳବାର ତେଜ ପ୍ରତାପ ଯାଦବ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଦୀର୍ଘ ଦିନରୁ ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଙ୍ଗଳବାର ଟ୍ୱିଟ୍ କରି କହିଛନ୍ତି, 'ପିତା ଜୀ ଶ୍ରୀମଦ୍ ଭଗବଦ୍ ଗୀତା ପଢିବା ଏବଂ ଶୁଣିବାକୁ ଭଲ ପାଆନ୍ତି। କିନ୍ତୁ ହସ୍ପିଟାଲରେ ତାଙ୍କୁ ଗୀତା ପଢିବା ଏବଂ ଶୁଣିବାକୁ ବାରଣ କରାଯାଇଛି। ଭଗବଦ ଗୀତା ପାଠରୁ ରୋକିଥିବା ସେହି ଅଜ୍ଞନୀ ବ୍ୟକ୍ତି ଜାଣିନାହାନ୍ତି ଯେ ତାଙ୍କୁ ଏହି ଜନ୍ମରେ ଏହି ମହାପାପର ମୂଲ୍ୟ ଦେବାକୁ ପଡିବ।' ଏହା ସହ ତେଜ ପ୍ରତାପ, ଗୀତା ପଠ କରିବାର ଫାଇଦା ମଧ୍ୟ କହିଛନ୍ତି।


Also Read: ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ବଡ଼ ପୁଅ ଦେଲେ ଚିନ୍ତାଜନକ ତଥ୍ୟ


ଲାଲୁ ପ୍ରସାଦ ଯାଦବଙ୍କୁ AIIMSରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟରେ ନିରନ୍ତର ଉନ୍ନତି ଆସୁଛି। ଲାଲୁ ପ୍ରସାଦ ଯାଦବଙ୍କୁ କ୍ରୋନିକାଲ କେୟାର ୟୁନିଟ୍ (ସିସିୟୁ) ରୁ ରୁମକୁ ସ୍ଥାନାନ୍ତର କରାଯାଇଛି। ତେଜସ୍ୱୀ ଯାଦବ, ମିସା ଭାରତୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରୁଛନ୍ତି। ଏହି ସମୟରେ ତେଜ ପ୍ରତାପ ଟ୍ୱିଟ କରି ଏକ ବଡ଼ ସୂଚନା ଦେଇଛନ୍ତି। ତଥାପି, ଏହି ଖବର ଲେଖିବା ପର୍ଯ୍ୟନ୍ତ, AIIMS କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।


 



ଦୁଇ ଦିନ ତଳେ ତେଜ ପ୍ରତାପ କହିଥିଲେ ଯେ, ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ନିଆଯିବ। ଗତ ସପ୍ତାହ ଆରମ୍ଭରେ ଆରଜେଡି ସୁପ୍ରିମୋ ତାଙ୍କ ଘରେ ପଡ଼ିଯାଇଥିଲେ। ଫଳରେ ତାଙ୍କ କାନ୍ଧର ହାଡ ଭାଙ୍ଗି ଯାଇଥିଲା ଏବଂ ଗୋଡ ଓ ହାତରେ ଆଘାତ ଲାଗିଥିଲା। ସ୍ଥାନୀୟ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି ହେବା ପରେ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀର AIIMSକୁ ନିଆଯାଇଥିଲା।