Lok Sabha Election 2024: ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଦେଶର ବିଭିନ୍ନ ରାଜ୍ୟରେ ଅନେକ ହେବିୱେଟ୍ ପରାଜୟ ହୋଇଛନ୍ତି। ଏଥିରେ ଅନେକ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ଆସନ୍ତୁ ଜାଣିବା କେଉଁ ଆସନରୁ କିଏ ପରାଜୟ ହୋଇଛନ୍ତି....


COMMERCIAL BREAK
SCROLL TO CONTINUE READING

ପ୍ରଥମରେ ଅଛନ୍ତି ବିଜେପିର ଥିବା ହେବିୱେଟ୍ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ। ସେ ଉତ୍ତରପ୍ରଦେଶର ଆମେଥି ଆସନରୁ ନିର୍ବାଚନ ଲଢ଼ି ବହୁ ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା କିଶୋରୀ ଲାଲ୍ ଶର୍ମାଙ୍କ ଠାରୁ ଶ୍ରୀମତୀ ଇରାନୀ ୧ଲକ୍ଷ ୬୭ ହଜାର ୧୯୬ ଭୋଟ୍ ବ୍ୟବଧାନରେ ପରାଜୟ ହୋଇଛନ୍ତି।


ସେହିପରି ରାଜସ୍ଥାନର ବାରମେରରେ କେନ୍ଦ୍ର କୃଷି ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଥିବା କୈଳାସ ଚୌଧାରୀ କଂଗ୍ରେସର ଉମ୍ମେଦା ରାମ ବେନିୱାଲଙ୍କ ଠାରୁ ୪ଲକ୍ଷ ୪୮ଲକ୍ଷ ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି। 


କେନ୍ଦ୍ର ଭାରି ଶିଳ୍ପ ଥିବା ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଉତ୍ତର ପ୍ରଦେଶରର ଚାନ୍ଦୁଲି ଆସନରୁ ପରାଜୟ ହୋଇଛନ୍ତି। 


ସେହିପରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଝାଡ଼ଖଣ୍ଡର ଖୁଣ୍ଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ କାଳୀଚରଣ ଅର୍ଜ୍ଜୁନଙ୍କ ଠାରୁ ୧ଲକ୍ଷ ୪୯ ହଜାର ୬୭୫ ଭୋଟରେ ପରାଜୟ ହୋଇଛନ୍ତି। 


ଲଖିମପୁର ଖେରି ଘଟଣାରେ ଛନ୍ଦି ହୋଇଥିବା କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନି ସମାଜବାଦୀ ପାର୍ଟିର ଉତ୍କର୍ଷ ବର୍ମାଙ୍କଠାରୁ ୩୪ହଜାର ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି।


କେରଳର ତିରୁଅନନ୍ତପୁରମ୍ ରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଥିବା ରାଜୀବ ଚନ୍ଦ୍ରଶେଖର କଂଗ୍ରେସ ନେତା ଶଶି ଥରୁରଙ୍କ ଠାରୁ ୧୬ହଜାର ଭୋଟରେ ପରାଜୟ ହୋଇଛନ୍ତି। 


କେନ୍ଦ୍ର ମନ୍ତ୍ରୀ ଥିବା ସଞ୍ଜୀବ ବାଲ୍ୟାନ୍ ମୁଜାଫର୍ ନଗର ଲୋକସଭା ଆସନରୁ ୨୪ହଜାର ଭୋଟ ବ୍ୟବଧାନରେ ହରେନ୍ଦ୍ର ସିଂହ ମଲିକଙ୍କ ଠାରୁ ପରାଜୟ ହୋଇଛନ୍ତି। 


କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଥିବା ସୁବାଷ ସରକାର ପଶ୍ଚିମବଙ୍ଗର ବାଙ୍କୁଡ଼ା ଲୋକସଭା ଆସନରୁ ଟିଏମସି ପ୍ରାର୍ଥୀ ଅରୂପ ଚକ୍ରବର୍ତ୍ତୀଙ୍କ ଠାରୁ ୩୨ହଜାର ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି।


ସେହିପରି ଖାଉଟି ବ୍ୟାପାର ମନ୍ତ୍ରୀ ଥିବା ସ୍ୱାଧି ନିରଞ୍ଜନ ଜ୍ୟୋତି ଉତ୍ତର ପ୍ରଦେଶର ଫତେପୁର ଲୋକସଭା ଆସନରୁ ପରାଜିତ ହୋଇଛନ୍ତି। 


କେନ୍ଦ୍ର ବିଦେଶ ବ୍ୟାପାର ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଥିବା ଭି ମୁରଲୀଧରନ ଅଟ୍ଟିଙ୍ଗଲ୍ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଆଦୁର୍ ପ୍ରକାଶଙ୍କ ଠାରୁ ୧୬ହଜାର ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି।


କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଥିବା ଆରକେ ସିଂହ ବିହାରର ଆରା ଆସନରୁ ସିପିଆଇ (ଏମଏଲ୍) ପ୍ରାର୍ଥି ସୁଦାମ ପ୍ରସାଦଙ୍କ ଠାରୁ ପରାଜୟ ହୋଇଛନ୍ତି। 


କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଥିବା ନିଶିଥ ପ୍ରାମାଣିକ ପଶ୍ଚିମବଙ୍ଗ କୁଚବିହାର ଆସନରୁ କଂଗ୍ରେସ ଟିଏମସି ପ୍ରାର୍ଥୀ ଜଗଦୀଶ ବାସୁନିୟାଙ୍କ ଠାରୁ ୩୯ହଜାର ଭୋଟରେ ପରାଜୟ ହୋଇଛନ୍ତି। 


ରେଳ ରାଷ୍ଟ୍ରମନ୍ତ୍ରୀ ଥିବା ରାଓ ସାହେବ ଦାନଭେ ମହାରାଷ୍ଟ୍ରର ଜଲନା ଆସନରୁ କଂଗ୍ରେସ ପ୍ରାର୍ଥୀ କଲ୍ୟାଣ ରାଓକାଲଙ୍କ ଠାରୁ ପରାସ୍ତ ହୋଇଛନ୍ତି। 


ସହରାଞ୍ଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଥିବା କୌଶଲ୍ କିଶୋର ମୋହନଲାଲଗଞ୍ଜ ଆସନରୁ ସପା ପ୍ରାର୍ଥୀ ଆରକେ ଚୌଧାରୀଙ୍କ ଠାରୁ ୭୦ହଜାର ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି।