AIMIM will Contest in Lok Sabha Election 2024: ପାଖେଇ ଆସିଲାଣି ୨୦୨୪ ଲୋକସଭା ନିର୍ବାଚନ। ଆଗାମୀ ଲୋକସଭା ନିର୍ବାଚନ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମନ୍ (ଏଆଇଏମଆଇଏମ) ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା। ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ୭ ଆସନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଏଆଇଏମଆଇଏମ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି ଜଣାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ସ୍ପଷ୍ଟ କରି ଦେଇଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ। ଏହା ସହିତ କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଇଣ୍ଡିଆ ତାଙ୍କ ଦଳ ସହ ଭେଦଭାବ ପୂର୍ଣ୍ଣ ବ୍ୟବହାର କରୁଥିବାର ଅଭିଯୋଗ କରିଛନ୍ତି ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି।


COMMERCIAL BREAK
SCROLL TO CONTINUE READING

୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ୭ ମୁସଲିମ ଆସନରେ ପ୍ରାର୍ଥୀ ଦେବ ଏଆଇଏମଆଇଏମ
ଏଆଇଏମଆଇଏମ ନେତା ସୟଦ ଅସୀମ ୱକାର କହିଛନ୍ତି ଯେ ଦଳର ସଭାପତି ଅସାଦୁଦ୍ଦିନ ଓୱେସିଙ୍କ ସହ ୩ ରାଉଣ୍ଡ ଆଲୋଚନା ହୋଇଛି। ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୁରାଦାବାଦ, ଫିରୋଜାବାଦ, ସମ୍ଭଲ, ବଦାୟୁଁ, ଅମରୋହା, ମେରଠ ଏବଂ ଆଜମଗଡ଼ ଆସନରେ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛୁ। ଯଦି ଉତ୍ତର ପ୍ରଦେଶର ମୁସଲିମ ବହୁଳ ଲୋକସଭା ଆସନରେ ଏଆଇଏମଆଇଏମ ନିର୍ବାଚନ ଲଢେ, ତାହେଲେ ଏହା ସ୍ପଷ୍ଟ ଯେ ବିରୋଧି ଦଳ ସମାଜବାଦୀ ପାର୍ଟି-କଂଗ୍ରେସ ଏବଂ ବିଏସପି ସିଧାସଳଖ ଏହା ଦ୍ୱାରା ପ୍ରଭାବିତ ହେବେ। କାରଣ ରାଜ୍ୟର ମୁସଲିମ ଭୋଟ ବ୍ୟାଙ୍କ ଭାଗ ଭାଗ ହୋଇଯିବାର ସମ୍ଭାବନା ରହିଛି। କାରଣ ଉତ୍ତର ପ୍ରଦେଶ ଭଳି ଏକ  ବୃହତ୍ତ ରାଜ୍ୟରେ ମୁସଲିମ ଭୋଟ ମୁଖ୍ୟତଃ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ବିଏସପି ଆଦି ଦଳକୁ ମିଳିଥାଏ।



ଅଖିଳେଶ ଯାଦବ ଏବଂ ତାଙ୍କ ପରିବାରର ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏଆଇଏମଆଇଏମ ପ୍ରାର୍ଥୀ 
୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଯେଉଁ ୭ ଆସନରେ ଏଆଇଏମଆଇଏମ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତାହା ମଧ୍ୟରୁ ୪ ସିଟ୍ ସମାଜବାଦୀ ପାର୍ଟି ଗଡ଼ ଭାବେ ପରିଚିତ। ଯେଉଁ ଆସନରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପରିବାର ସଦସ୍ୟ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଆଜମଗଡ଼ ଆସନ ଲାଗି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଅଖିଳେଶ ଯାଦବଙ୍କ ଚାଚା ଶିବପାଲ ଯାଦବ ବଦାୟୁଁ, ସମ୍ପର୍କୀୟ ଭାଇ ଅକ୍ଷୟ ଯାଦବ ଫିରୋଜାବାଦ ଏବଂ ପତ୍ନୀ ଡିମ୍ପଲ ଯାଦବ ମେନପୁରୀ ଆସନରୁ ଦଳୀୟ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ସାରିଛନ୍ତି ଅସାଦୁଦ୍ଦିନ ଓୱେସି  
ନିର୍ବାଚନ ଲଢିବା ବ୍ୟତୀତ ବିଭିନ୍ନ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି। ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ ଅସାଦୁଦ୍ଦିନ ଓୱେସି କହିଥିଲେ ଯେ ସମାଜବାଦୀ ପାର୍ଟି ୨୦୧୪-୨୦୧୯ ଲୋକସଭା ଏବଂ ୨୦୧୭-୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପାଖରୁ ପରାସ୍ତ ​​ହୋଇସାରିଛି। ଗତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସର୍ବାଧିକ ସଂଖ୍ୟକ ମୁସଲମାନ ଭୋଟ୍ ପାଇବା ସତ୍ତ୍ୱେ ସମାଜବାଦୀ ପାର୍ଟି, ବିଜେପି ବିଜୟ ରଥକୁ ରୋକିବାରେ ଅସମର୍ଥ ହୋଇଛି।