PM Narendra Modi Parliamentary Seat: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଚର୍ଚ୍ଚାକୁ ଆସିଛି ପୁରୀ। ଆସନ୍ତା ଲୋତସଭା ନିର୍ବାଚନରେ ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ପୁରୀ ଲୋକସଭା ଆସନରୁ ଲଢି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। 


COMMERCIAL BREAK
SCROLL TO CONTINUE READING

ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବା ନେଇ ସେ ଶୁଣିଛନ୍ତି ବୋଲି କହିଛନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ପୁରୀବାସୀଙ୍କ ଇଚ୍ଛା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ରହିଲେ ପୁରୀ ଆସନରୁ ଲଢିବେ ମୋଦି ଆଉ ଜିତିବେ ମୋଦି। ଏହା ସହିତ ଜିଲ୍ଲାର ସମସ୍ତ ୬ ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ମଧ୍ୟ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯିବ ବୋଲି କହିଲେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ। 


ସେପଟେ ୨ ଦିନ ତଳେ ପୁରୀ ବିଧାନସଭା କ୍ଷେତ୍ରରୁ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ବରିଷ୍ଠ ସେବାୟତ ତଥା ପୂର୍ବତନ କତା ନିଗମ ଅଧ୍ଯକ୍ଷ ରାମକୃଷ୍ଣ ଦାସ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ପ୍ରସ୍ତାବ ଦେଇଥିଲେ। ସେପଟେ ପୁରୀ ବିଧାନସଭା ନିର୍ବାଚନ ଲଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବର୍ତ୍ତମାନର ବିଧାୟକ। ଲଢେଇ ଶହେ ଶହେରେ ହେବ କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ସେପଟେ ଦଳ ଯଦି ପୁର୍ନବାର ଭରସା କରି ଟିକେଟ୍ ପ୍ରଦାନ କରେ ତାହେଲେ ଲୋକଙ୍କ ପାଇଁ କାମ ଅଧିକ କରିବେ କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।