Fight for Aurangzeb: ମୋଗଲ ଶାସକ ଔରଙ୍ଗଜେବକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଏହି ପ୍ରସଙ୍ଗରେ ମୁହାମୁହିଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧି ଏନସିପି।  ଔରଙ୍ଗଜେବ ପ୍ରସଙ୍ଗରେ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ ଦେଇଥିବା ବିବୃତ୍ତି ପରେ ଶାସକ ବିଜେପି ବିଧାୟକ ରାମ କାଦାମ ପାଲଟା ଜବାବ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଜେପି ବିଧାୟକ ରାମ କାଦାମ କହିଛନ୍ତି ମୋଗଲ ଶାସକ ଔରଙ୍ଗଜେବ ଜଣେ ନିଷ୍ଠୁର ଶାସକ। ଯିଏ ସିଂହାସନ ଆରୋହଣ କରିବାକୁ ନିଜ ଭାଇ ଏବଂ ପିତାଙ୍କୁ ମଧ୍ୟ ହତ୍ୟା କରିଥିଲେ। ଔରଙ୍ଗଜେବ ଜଣେ ଅତ୍ୟାଚାରୀ ଶାସକ ହୋଇନଥାନ୍ତା, ତାହେଲେ ସେ ହିନ୍ଦୁ ମନ୍ଦିର ନଷ୍ଟ କରି ନଥାନ୍ତା। ଏ ପ୍ରସଙ୍ଗରେ ଟ୍ୱିଟ କରି ବିଜେପି ବିଧାୟକ ଏନସିପି ଏବଂ ଶିବସେନା ଉଦ୍ଧବ ଗୋଷ୍ଠୀର ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ରାମ କାଦାମ ଲେଖଛନ୍ତି, "ଛତ୍ରପତି ଶିବାଜୀ ମହାରାଜଙ୍କୁ ବନ୍ଦୀ କରିବା, ୪୬ ଲକ୍ଷ ହିନ୍ଦୁଙ୍କ ହତ୍ୟାକାରୀ, ସୋମନାଥ, କାଶୀ, ମଥୁରା ସହ ଲକ୍ଷ ଲକ୍ଷ ମନ୍ଦିରର ବିନାଶକାରୀ, ନିଜ ପିତାଙ୍କୁ ବନ୍ଦୀ ବନାଇବା, ନିଜ ଭାଇର ନିର୍ଦ୍ଦୟ ହତ୍ୟାକାରୀ, ହିନ୍ଦୁଙ୍କ ଠାରୁ ଜିଜିଆ କର ଆଦାୟ କରିବା, ଗୁରୁ ତେଗ ବାହାଦୂର ଏବଂ ଛତ୍ରପତି ସମ୍ଭାଜୀ ମହାରାଜଙ୍କୁ ଅମାନୁଷିକ ଭାବେ ହତ୍ୟା କରିଥିବା ଔରଙ୍ଗଜେବକୁ ଏନସିପି ନିଷ୍ଠୁର ବୋଲି ଗ୍ରହଣ କରୁନାହିଁ। "


ସୋମବାର ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ କହିଥିଲେ ଯେ, ମୋଗଲ ଶାସକ ଔରଙ୍ଗଜେବ ହିନ୍ଦୁ ବିରୋଧି ନଥିଲା। ଗତ କାଲି ଏନସିପି ବିଧାୟକ ବିରୋଧୀ ଦଳ ନେତା ତଥା ତାଙ୍କ ଦଳର ନେତା ଅଜିତ ପାୱାରଙ୍କ ବିବୃତ୍ତିକୁ ରକ୍ଷା କରିବାକୁ ଯାଇ ଏପରି ବୟାନ ଦେଇଥିଲେ। ଏନସିପି ବିଧାୟକଙ୍କ ଏପରି ବୟାନ ଆସିବା ପରେ ବିଜେପି ନେତା ଉଭୟ ଅଜିତ ପାୱାର ଏବଂ ଜିତେନ୍ଦ୍ର ଆହ୍ୱାଡଙ୍କୁ ଟାର୍ଗେଟ କରିବାରେ ଲାଗିଥିଲେ। 


Also Read: Maharashtra Politics: ମହାପୁରୁଷଙ୍କୁ ପୁଣି ଅପମାନ! ସମ୍ଭାଜୀ ମହାରାଜ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ଏନସିପି


ଏହା ପରେ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ ନିଜେ ଦେଇଥିବା ବୟାନକୁ ବଦଳାଇ ଦେଇଥିଲେ। ଏନେଇ ବିଧାୟକ କହିଥିଲେ ଔରଙ୍ଗଜେବ ଜଣେ ନିଷ୍ଠୁର ଶାସକ। ଯିଏ ସିଂହାସନ ଆରୋହଣ କରିବାକୁ ଯାଇ ନିଜ ଭାଇ ଏବଂ ପିତାଙ୍କୁ ହତ୍ୟା କରିଥିଲା। ଛତ୍ରପତି ସମ୍ଭାଜୀ ମହରାଜ ସାଙ୍ଗମେଶ୍ୱରର ସରଦେଶାଇ ୱାଡା ରହିଥିବା ବେଳେ ଔରଙ୍ଗଜେବଙ୍କୁ ଏହି ସୂଚନା କିଏ ଦେଇଥିଲେ? ପ୍ରକୃତ ଇତିହାସ ଏଠାରେ ରହିଛି। ସମ୍ଭାଜୀ ମହରାଜଙ୍କୁ ବାହାଦୂରଗଡ ଅଣାଯାଇଥିଲା, ଯେଉଁଠାରେ ତାଙ୍କୁ ପ୍ରତାଡ଼ିତ କରାଯାଇଥିଲା।  ବାହାଦୂରଗଡ ଦୁର୍ଗ ନିକଟରେ ଏକ ବିଷ୍ଣୁ ମନ୍ଦିର ଅଛି, ଯଦି ଔରଙ୍ଗଜେବ ଜଣେ ହିନ୍ଦୁଙ୍କୁ ଘୃଣା କରୁଥାନ୍ତା, ତାହେଲେ ସେ ବିଷ୍ଣୁ ମନ୍ଦିର ମଧ୍ୟ ଧ୍ୱଂସ କରି ଦେଇଥାନ୍ତା।ଏହା ହେଉଛି ମୋର ବିଚାର। ଇତିହାସକୁ ଫେରିବାର କୌଣସି କାରଣ ନାହିଁ। ଏହା କେବଳ  ସମାଜ ମଧ୍ୟରେ ନୂତନ ବିବାଦ ସୃଷ୍ଟି କରିଥାଏ।


ଗତ ସପ୍ତାହରେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ଅଜିତ ପାୱାର କହିଥିଲେ ଯେ ଛତ୍ରପତି ସମ୍ଭାଜୀ ମହାରାଜ ଜଣେ ଧର୍ମ ରକ୍ଷକ ନଥିଲେ। ଛତ୍ରପତି ସମ୍ଭାଜୀ ମହାରାଜ ଧର୍ମବୀର ନୁହଁନ୍ତି ବରଂ ସ୍ୱରାଜ୍ୟ ରକ୍ଷକ। ବିରୋଧୀ ଦଳ ନେତାଙ୍କ ଏହି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହୋଇଥିଲା ୂବୁ ତୁମ୍ଭିତୋଫାନ। ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି କହିଥିଲାଯେ ଏନସିପି ନେତାଙ୍କ ମନ୍ତବ୍ୟ ସମ୍ଭାଜୀ ମହାରାଜଙ୍କପ୍ରତି ଅପମାନ।