Maharashtra Minister Chandrakant Patil: ନିଜେ ଦେଇଥିବା ଭାଷଣ ପାଇଁ ବିବାଦୀୟ ହୋଇପଡ଼ଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ। ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେ ଏବଂ ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ବାବଦରେ ମନ୍ତ୍ରୀ ଦେଇଥିବା ବୟାନକୁ ନେଇ ସୃଷ୍ଟି ହୋଇଥିଲା ହଙ୍ଗାମା।  


COMMERCIAL BREAK
SCROLL TO CONTINUE READING

ନିକଟରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ ରାଜ୍ୟର ପିମ୍ପରି ଚିଞ୍ଚୱାଡ଼଼ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ଉପରକୁ କାଳି ମାଡ଼ କରାଯାଇଥିଲା। କାଳି ମାଡ଼ କରିଥିବା ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେ ଏବଂ ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ବାବଦରେ ଏକ ବୟାନ ଦେଇଥିଲେ।


ଏନେଇ ମହାରାଷ୍ଟ୍ର ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ମହାତ୍ମା ଜ୍ୟୋତିବା ଫୁଲେ ଏବଂ ବାବାସାହେବ ଆମ୍ବେଦକର ଭିକ୍ଷା ମାଗି ଲୋକଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷାନୁଷ୍ଠାନ ଖୋଲିଥିଲେ। ଶୁକ୍ରବାର ମନ୍ତ୍ରୀ ଦେଇଥିବା ଏହି ବୟାନ ପାଇଁ ସୃଷ୍ଟି ହୋଇଥିଲା ହଙ୍ଗାମା। ନିଜ ଦେଇଥିବା ଏଭଳି ବୟାନ ପାଇଁ ପରେ କ୍ଷମା ପ୍ରାର୍ଥନା କରିଥିଲେ ମନ୍ତ୍ରୀ। ହେଲେ ଭିଡ଼ ଭିତରେ ଉପସ୍ଥିତ ରହିଥିବା କିଛି ଲୋକ ତାଙ୍କ ଉପରକୁ କାଳି ଫିଙ୍ଗିଥିଲେ। କାଳି ମାଡ଼ କରିଥିବା ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ତୁରନ୍ତ ଗିରଫ କରିଥିଲା। ହେଲେ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ପୋଲିସ ପ୍ରଶାସନକୁ ନିବେଦନ କରାଯାଇଛି।


Also Read: Maharashtra Politics: ଦେବୀ ସରସ୍ୱତୀଙ୍କ ବାବଦରେ ବିବାଦୀୟ ବୟାନ ରଖି ବିବାଦରେ ଏନସିପି ନେତା ଛଗନ ଭୁଜବଳ


ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ସେ କାହାକୁ ଭୟ କରବା ଲୋକ ନୁହଁନ୍ତି। ଏପରି କାଳି ଫିଙ୍ଗି ଶସ୍ତା ରାଜନୀତି କରିବା ବଦଳରେ ଜଣେ ସାମ୍ନାକୁ ଆସି ଲଢେଇ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।


ନିକଟରେ ନିଜର ବୟାନରେ ମହାରାଷ୍ଟ୍ର ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ଯେ, ସରକାରଙ୍କ ଉପରେ ନିର୍ଭରଶୀଳ କାହିଁକି? କର୍ମବୀର ଭାଉରାଓ ପାଟିଲ, ଡକ୍ଟର ବାବାସାହେବ ଆମ୍ବେଦକର ଏବଂ ମହାତ୍ମା ଫୁଲେ ଦେଶରେ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ। ଶିକ୍ଷାନୁଷ୍ଠାନ ଆରମ୍ଭ କରିବା ସମୟରେ ସରକାର ସେମାନଙ୍କୁ ସବସିଡି ପ୍ରଦାନ କରିନଥିଲେ। ସେମାନେ ଲୋକଙ୍କୁ ଭିକ୍ଷା ମାଗି ଶିକ୍ଷାନୁଷ୍ଠାନ ଖୋଲିଥିଲେ। ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଲୋକେ ସହୟତା ବାବଦରେ ସେତେବେଳେ ୧୦ ଟଙ୍କା ଦେଉଥିଲେ।  ସେତେବେଳେ ସେମାନେ ଲୋକଙ୍କୁ କହିଥିଲେ ଆମକୁ ଟଙ୍କା ଦିଅ ଆମେ ଶିକ୍ଷାନୁଷ୍ଠାନ ଆରମ୍ଭ କରୁଛୁ। ହେଲେ ବର୍ତ୍ତମାନ ଏପରି ଲୋକ ଅଛନ୍ତି ଯେଉଁମାନେ ୧୦ କୋଟି ଦେବେ, ନୁହେଁ କି? ମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିବା ପରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।