ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ରରେ ଶିବସେନା (Shiv Sena) ମଧ୍ୟରେ ଏବେବି ଲଢ଼େଇ ଜାରି ରହିଛି । ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ନିର୍ବାଚନ ଆୟୋଗ ପହଞ୍ଚିଛି । ଦଳୀୟ ଚିହ୍ନକୁ ନେଇ ଏକନାଥ ସିନ୍ଦେ (Eknath Shinde) ନେତୃତ୍ୱାଧୀନ ଗୋଷ୍ଠୀର ଦାବିକୁ ବିଚାର କରିବା ପୂର୍ବରୁ ସେମାନଙ୍କ ଦାବି ଶୁଣିବାକୁ ଅପିଲ କରିଛନ୍ତି । ସେପଟେ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ବାଚସ୍ପତି ବର୍ତ୍ତମାନ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ଓ କୋର୍ଟର ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ମାମଲା ସ୍ଥଗିତ ରଖାଯାଉ ।


COMMERCIAL BREAK
SCROLL TO CONTINUE READING

 ଏହି ସମୟ ସମସ୍ତ ଘଟଣାକ୍ରମ ମଧ୍ୟରେ ଶିବସେନା ନେତା ତଥା ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ (Sanjay Raut) ଟ୍ୱିଟ୍ କରି ଜୌନ ଏଲିୟାଙ୍କ କବିତାର ଏକ ପଂକ୍ତି ଲେଖିଛନ୍ତି ।


ସଞ୍ଜୟ ରାଉତ କବି ଜୌନ ଏଲିୟାଙ୍କର କବିତାରେ ପଂକ୍ତି ଟ୍ୱିଟ୍ କରି ଲେଖିଛନ୍ତି ଯେ, "ବର୍ତ୍ତମାନ କୌଣସି ବିପଦ ନାହିଁ, ଏବେ ସମସ୍ତଙ୍କୁ ସମସ୍ତଙ୍କଠାରୁ ବିପଦ ରହିଛି ।" ଏହି ଟ୍ୱିଟରେ ସଞ୍ଜୟ ରାଉତ ଦେବେନ୍ଦ୍ର ଫଡନାଭିସ୍, ମହାରାଷ୍ଟ୍ର ସିଏମଓ, ଏକନାଥ ସିନ୍ଦେ, ଉଦ୍ଧବ ଠାକରେ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟ୍ୟାଗ୍ କରିଛନ୍ତି । କେଉଁ ପ୍ରସଙ୍ଗରେ ଟ୍ୱିଟ୍ କରାଯାଇଛି ସେ ସମ୍ପର୍କରେ ସଞ୍ଜୟ ରାଉତଙ୍କ ତରଫରୁ କୌଣସି ବୟାନ ଆସିନାହିଁ । କିନ୍ତୁ ଶିବସେନା ଆଗାମୀ ସମୟରେ ଏକ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଛି ।


ସେପଟେ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ସମର୍ଥନ କରିବାକୁ ଶିବସେନା (Shiv Sena) ଘୋଷଣା କରିଛି । ଏହି ସୂଚନା ପ୍ରଦାନ କରି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଯେ, ଏହାର ଅର୍ଥ ବିଜେପିକୁ ସମର୍ଥନ କରିବା ନୁହେଁ । ଆମେ ଆଦିବାସୀ ନେତାଙ୍କ ନାମରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛୁ । ଏହା ବ୍ୟତୀତ ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।


ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା, ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନକୁ ନେଇ ଶିବସେନା କଲା ବଡ଼ ଘୋଷଣା


ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବଡ଼ ପରିବର୍ତ୍ତନ, ମହଙ୍ଗା ଭତ୍ତା ସହିତ ବଢ଼ିବ ଏହି ୩ଟି ଜିନିଷ!


ଏହା ବି ପଢ଼ନ୍ତୁ:-ଋଷ-ଚୀନ ପାଇଁ କାଳ ସାଜିବ ଆମେରିକାର ଏହି ବ୍ରହ୍ମାସ୍ତ୍ର! ଆଣିପାରେ 'ପରମାଣୁ ପ୍ରଳୟ'


ସୂଚନାଯୋଗ୍ୟ, ଗତକାଲି ଉଦ୍ଧବ ଠାକରେ ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ । ଏଥିରେ ଦଳର ମୋଟ ୧୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ କେବଳ ୧୨ ଜଣ ଆସିଥିଲେ ଓ ୭ ଜଣ ନିଖୋଜ ଥିଲେ । କେବଳ ଏତିକି ନୁହେଁ, ବୈଠକରେ ସାମିଲ ସାଂସଦମାନେ ମଧ୍ୟ ଠାକରେଙ୍କ ଉପରେ ଚାପ ପକାଇଛନ୍ତି ଯେ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁ । ଏହା ଉପରେ ବିଚାର କରିବା କଥା ଉଦ୍ଧବ ଠାକରେ କହିଥିଲେ ।