Maharashtra Politics: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଘଟିବାରେ ଲାଗିଛି ବିଭିନ୍ନ ଘଟଣାକ୍ରମ। ରାଜ୍ୟ ଛାଡ଼ି ଆସାମ ରାଜଧାନୀ ଗୌହାଟି ଠାରେ ଅବସ୍ଥାନ କରୁଥିବା ଦଳର ବିଦ୍ରୋହୀ ବିଧାୟକ ଗୋଷ୍ଠୀକୁ ଫେରାଇ ନେବା ଲାଗି ଅଣ୍ଟା ଭିଡ଼ିଛନ୍ତି ଜଣେ ଶିବ ସୈନିକ। ଏପରିକି ସେ ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ମାତୋଶ୍ରୀ ଫେରି ଆସିବା ଲାଗି କହିଛନ୍ତି। ଶିବସେନା ଉପ ଜିଲ୍ଲା ପ୍ରମୁଖ ସଞ୍ଜୟ ଭୋସଲେ ଗୌହାଟିସ୍ଥିତ ରେଡ଼ିସନ ବ୍ଲୁ ହୋଟେଲ ଠାରେ ପୋଲିସ ତାଙ୍କୁ ବାହାରୁ ଅଟକାଇ ଦେଇଥିଲା। ମାତ୍ର ସେ ଅଟକିନଥିଲେ। ଏହା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା।  


COMMERCIAL BREAK
SCROLL TO CONTINUE READING

ଗତ ଶୁକ୍ରବାର ହାତରେ ମରାଠୀ ଭାଷାରେ ଲେଖା ଯାଇଥିବା ଏକ ପୋଷ୍ଟର ଧରି ଗୌହାଟିସ୍ଥିତ ରେଡ଼ିସନ ବ୍ଲୁ ହୋଟେଲ ଠାରେ ପହଞ୍ଚିଥିଲେ ମହାରାଷ୍ଟ୍ର ସତାରା ଜିଲ୍ଲାର ଶିବସେନା ନେତା ସଞ୍ଜୟ ଭୋସଲେ। ଯେଉଁଥିରେ ଲେଖା ଯାଇଥିଲା, "ଶିବସେନା ଜିନ୍ଦାବାଦ। ଏକନାଥ ସିନ୍ଦେ ଭାଇ ମାତୋଶ୍ରୀ ଫେରି ଆସ। " ଶିବସେନା ଏହାର ଦଳୀୟ ବିଧାୟକଙ୍କୁ ବହୁତ କିଛି ଦେଇଛି। ସେମାନେ ବର୍ତ୍ତମାନ ମାତୋଶ୍ରୀ ଫେରିଯିବା ଆବଶ୍ୟକ। 



ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଥମିବାର ନାଁ ଧରୁନାହିଁ। ଆସାମ ରାଜଧାନୀ ଗୌହାଟିସ୍ଥିତ ରେଡ଼ିସନ ବ୍ଲୁ ହୋଟେଲ ଠାରେ ବିଦ୍ରୋହୀ ଶିବ ସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରାୟ ୫୦ ବିଧାୟକ ଅବସ୍ଥାନ କରୁଛନ୍ତି।  


ମହାରାଷ୍ଟ୍ର ସରକାରଙ୍କ ସୂତ୍ର ଅନୁଯାୟୀ ଜୁନ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦ ନିର୍ବାଚନ ପରେ  ଯେତେବେଳେ ବିଦ୍ରୋହୀ ବିଧାୟକ ଗୁଜରାଟ ଯାଇଥିଲେ ସେତେବେଳେ ସେମାନେ ସୁରକ୍ଷା କର୍ମୀ କିମ୍ବା ସେମାନଙ୍କ ବ୍ୟକ୍ତଗତ ସହୟକ ଭଳି କର୍ମଚାରୀଙ୍କୁ ସାଙ୍ଗରେ ନେବାକୁ ମନା କରିଦେଇଥିଲେ। ସେଥିପାଇଁ ସୁରକ୍ଷା ସହିତ ଜଡିତ କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତିଗତ ସହାୟକ ବିଧାୟକଙ୍କ ଗତିବିଧି ବାବଦରେ ଅବଗତ ହୋଇ ପାରିନଥିଲେ। ସେଥିପାଇଁ ସରକାର ବର୍ତ୍ତମାନ ସୁରକ୍ଷା କର୍ମୀ କିମ୍ବା ବ୍ୟକ୍ତିଗତ ସହାୟକ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଏହି କର୍ମଚାରୀ କଣ୍ଟ୍ରୋଲ ରୁମ ଜରିଆରେ ଏହି ଖବର ଦେଇଥିଲେ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କୁହାଯାଇଥିଲା ଯେ ଏକନାଥ ସିନ୍ଦେ ୫ ବିଧାୟକଙ୍କ ସହ ଗୁଜରାଟ ଯାଉଛନ୍ତି।


Also Read: Maharashtra Politics: ପୋଷ୍ଟର ମାରି ଜବାବ ଦେଲେ ସିନ୍ଦେ ସମର୍ଥକ