Mohan Bhagwat: ଆରଏସଏସ ମୁଖ୍ୟ ମୋହନ ଭାଗବତ (RSS Chief Mohan Bhagwat) ନାଗପୁରରେ ଉତ୍ତିଷ୍ଟ ଭାରତ(Uttishtha Bharat) କାର୍ଯ୍ୟକ୍ରମ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଥିଲେ, ଆମେ ଦେଖିବାର ଶୈଳି ଅଲଗା ହୋଇପାରେ, ଆମର ଖାଇବା ମଧ୍ୟ ଅଲଗା ଅଲଗା ହୋଇରପାରେ ପରନ୍ତୁ ଅସ୍ତିସ୍ତ୍ବରେ ଆମର ଏକତା ରହିଛି। ପ୍ରଗତି ଏକ ରାଷ୍ଟ୍ର ପାଇଁ ଏକାନ୍ତ ଆବଶ୍ୟକ। ଭାରତତ ସମୃଦ୍ଧି ହେଉଛି ଦୁନିଆର ଅନ୍ୟ ରାଷ୍ଟ୍ର ପାଇଁ ଶିକ୍ଷା। ଭାରତ ଠାରୁ ଦୁନିଆ ବହୁତ କିଛି ଶିଖିପାରିବ। ବିଶ୍ବରେ ଉତ୍କୃଷ୍ଟତାର ମୂଲ୍ୟ ରହିଛି। ମୋହନ ଭାଗବତ ଆହୁରି କହିଛନ୍ତି, ଭାରତର ବିବିଧତାକୁ ନେଇ ସମଗ୍ର ବିଶ୍ବର ନଜର ଭାରତ ଉପରେ ରହିଛି। ଯେତେବେଳେ ବିବିଧତାକୁ ଦକ୍ଷତାର ସହିତ ସଂଚାଳିତ କରିବାର କ୍ଷମତା କ୍ଷମତା କଥା ଉଠେ ସେତେବେଳେ ସମଗ୍ର ବିଶ୍ୱର ନଜର ଭାରତ ଇଙ୍ଗିତ କରେ। ସେ କହିଛନ୍ତି ଯେ ଜଗତ ବିରୋଧାଭାସରେ ପରି ରହିଛି କିନ୍ତୁ, ଏହାକୁ କେବଳ ଭାରତରେ ସଂଚାଳିତ କରାଯାଇପାରେ।


COMMERCIAL BREAK
SCROLL TO CONTINUE READING

ଏହି କାର୍ଯ୍ୟକ୍ରମ ଅବସରରେ ମୋହନ କହିଥିଲେ, ଆମକୁ ଭାରତକୁ ବଡ କରିବାକୁ ହେଲେ ଭୟ ଦୂରେଇବାକୁ ପଡିବ। ଯେବେଳେ ଆମେ ଡରିବା ଛାଡିଦେବା ଆମେ ଅଖଣ୍ଡ ରହିବା। ଆମେ ଅହିଂସାର ପୂଜାରୀ ସତ ହେଲେ, ଦୁର୍ବଳତାର ନୁହେଁ। ସେ ନିଜ ବକ୍ତବ୍ୟରେ କହିଛନ୍ତି, ଭାଷା, ପରିଧାନ ଓ ସଂସ୍କୃତିରେ ଆମ ମଧ୍ୟରେ ଏକ ଛୋଟିଆ ପାର୍ଥକ୍ୟ ରହିଛି ହେଲେ ସେହିସବୁରେ ଆମକୁ ଫଶିବାର ନାହିଁ। ଦେଶର ସମସ୍ତ ଭାଷା ରାଷ୍ଟ୍ର ଭାଷା ଅଟେ ଓ ସମସ୍ତ ଜାତୀର ଲୋକମାନେ ଆମର ନିଜର। ଆମକୁ ନିଜ ନିଜ ଭିତରେ ଏପରି ପ୍ରେମ ବଜାୟ ରଖିବା ଉଚିତ।   



ଆରଏସଏସ ମୁଖ୍ୟ ମୋହନ ଭାଗବତ (RSS Chief Mohan Bhagwat) ଆଗକୁ କହିଥିଲେ, ଆମର ଏପରି କିଛି ଏୈତିହାସିକ ଘଟଣା(Historic Incidence) ରହିଛି ଯାହା ସହିତ ନା ଆମେ କେବେ ପରିଚିତ ଅଛନ୍ତି, ନା ତାହା କେବେ ଆମକୁ ଠିକ ଭାବେ ଶିଖାଯାଇଛି। ସେ କହିଥିଲେ, ଯେଉଁ ସ୍ଥାନରେ ସଂସ୍କୃତ ବ୍ୟାକରଣର ଉତ୍ପତ୍ତି ହୋଇଥିଲା ତାହା ଭାରତରେ ହିଁ ନାହିଁ। କଣ ଆମେ ଏ ବିଷୟରେ କେବେ ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି, ଆମେ ପ୍ରଥମେ ଆମର ଜ୍ଞାନକୁ ଭୁଲି ଯାଇଥିଲେ, ପରେ ବିଦେଶି ଆକ୍ରମଣକାରୀ ମାନେ ଆମ ଭୂଖଣ୍ଡକୁ କବ୍ଜା କରିନେଇଥିଲେ। ମତଭେଦ ସୃଷ୍ଟି କରିବା ପାଇଁ ବିନା କାରଣରେ ହି ଜାତିଗତ ଘାଇ ସୃଷ୍ଟି କରାଯାଇଛି। 


ମୋହନ ଭାଗବତଙ୍କ (Mohan Bhagwat) ଏପରି ବୟାନ  ଭରତରେ ଆଜିର ସମୟରେ ସୃଷ୍ଚି ହୋଇଥବା ସ୍ଥିତି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଭାରତରେ ସର୍ବଦା ବବିଧତାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକୁଥିବା ବେଳେ ବିଭିନ୍ନ ଦଳ ନିଜ ନିଜ ହିସାବରେ ଇତିହାସ(History)କୁ ପରିବେଷଣ କରୁଥିବା ଦେଖିବାକୁ ମିଳିଥାଏ, ଆଉ ଏଥିପାଇଁ ଅନେକ ତର୍କ ମଧ୍ୟ ହୋଇଥାଏ। ଯେଉଁଥିରେ ସଧାରଣ ଲୋକଙ୍କ ମଧ୍ୟରେ ଅନେକ ମତଭେଦ ସୃଷ୍ଟି ହେବା ସହିତ ସମାଜରେ ଅଶାନ୍ତି ଦେଖାଯାଏ। ଭାରତ ୭୫ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଭାଗବତଙ୍କ ଏପରି ବୟାନ ସମାଜରେ ମୁଣ୍ଡ ଟେକୁଥିବା ଅସ୍ଥିରତାକୁ ଇଙ୍ଗିତ କରେ।