Odisha Election 2024: ଦିନ କେଇଟା ପରେ ନିର୍ବାଚନ।  ଏନେଇ ଭୋଟରଙ୍କୁ ମନେଇବା ପାଇଁ  ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାସରଥି ଗମାଙ୍ଗୋ ଭୋଟ ପ୍ରଚାର ବେଳେ ଅଞ୍ଚଳବାସୀ ଘେରିବା ସହ ପାଞ୍ଚ ବର୍ଷର ଉନ୍ନତି ହିସାବକୁ ନେଇ ବିଭିନ୍ନ ପ୍ରଶ୍ନ କରି ଘାଇଲା କରିଛନ୍ତି। ବିଧାୟକ ଦାସରଥି ଗମାଙ୍ଗୋ ପୂର୍ବରୁ କଂଗ୍ରେସ ଦଳରୁ ଭୋଟ ପାଇ ବିଧାୟକ ହୋଇଥିଲେ । ଏବଂ ପୁଣି ଚଳିତ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀର ଅଡବା ଠାରେ ପ୍ରଚାର ଗାଡ଼ିରେ ବସି ଭୋଟ ପ୍ରଚାର‌ କରୁଥିଲେ । ଏହି ସମୟରେ ଅଞ୍ଚଳ ବାସୀ ବିଧାୟକ ଦାସରଥି ଗମାଙ୍ଗୋ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିବା ପରିବର୍ତ୍ତେ ସମ୍ମାନର ସହ ପ୍ରଚାର ଗାଡ଼ି ରୁ ଡାକି ନେଇ ଚୌକି ଦେଇ ବସାଇଥିଲେ । 


COMMERCIAL BREAK
SCROLL TO CONTINUE READING

ଏବଂ ପାଞ୍ଚବର୍ଷ ମଧ୍ୟରେ ଅଡବା କେତେ ଆସିଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଞ୍ଚଳବାସୀ ଙ୍କ ସମସ୍ୟା କଣ ବୁଝିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏଭଳି ପରିସ୍ଥିତିରେ ବିଧାୟକ ଦାସରଥି ଗମାଙ୍ଗୋ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହେବା ସହ କୈଶଳ କ୍ରମେ ଘଟଣା ସ୍ଥଳରୁ ପ୍ରଚାର ଗାଡ଼ି ନେଇ ଚମ୍ପଟ ମାରିଥିଲେ । ଏ-ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ବିଧାୟକ ହେବା ଦିନ ଠାରୁ ଅଞ୍ଚଳରେ ପାଦ ପକାଇ ନ ଥିବା ବ୍ୟକ୍ତିଙ୍କୁ ପୁଣି କାହିଁକି ଭୋଟ ଦେବୁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ।