ଭୋପାଳ: ମଧ୍ୟପ୍ରଦେଶରେ ଉପନିର୍ବାଚନ (MP Bypolls) କୁ ନେଇ ଆରୋପ-ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇସାରିଛି । ଏହା ମଧ୍ୟରେ କଂଗ୍ରେସ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କୁ ଘେରିବା ପାଇଁ ତାଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛି । ରାଜ୍ୟ କଂଗ୍ରେସ (Congress) କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂ ବର୍ମା ଓ ଜିତୁ ପଟୱାରୀ (Jeetu Patwari) ଏକ ସାମ୍ବାଦିକ ସମ୍ମିଳନୀ କରି ସିନ୍ଧିଆ ପରିବାର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସଜ୍ଜନ ସିଂ ବର୍ମା କହିଛନ୍ତି ଯେ, ସିନ୍ଧିଆ ନିଜ ସମ୍ପତ୍ତି ବିଷୟରେ କହିଛନ୍ତି ଯେ ୩୦୦ ବର୍ଷ ପୁରୁଣା ମୋ ପରିବାରର ସମ୍ପତ୍ତି । କିନ୍ତୁ ପ୍ରତ୍ୟେକ ଲୋକ ଜାଣନ୍ତି ଯେ ସିନ୍ଧିଆ ପରିବାର କିପରି ଏହି ଜମିକୁ ଦଖଲ କରିଛି । ଜିଟୁ ପଟୱାରୀ କହିଛନ୍ତି ଯେ, କଂଗ୍ରେସ ଦାବି କରୁଛି ଯେ ସିନ୍ଧିଆ ଟ୍ରଷ୍ଟର ତଦନ୍ତ କରାଯିବା ଉଚିତ । ପ୍ରତ୍ୟେକ ସମ୍ପତ୍ତିର ଯାଞ୍ଚ କରାଯିବା ଉଚିତ୍ । ବିଜେପି ନେତା ପ୍ରଭାତ ଝା ସିନ୍ଧିଆଙ୍କୁ ନେଇ ଅଭିଯୋଗ କରିସାରିଛନ୍ତି ଏବଂ ଝା ସିନ୍ଧିଆଙ୍କୁ ଲ୍ୟାଣ୍ଡ ମାଫିଆ ବୋଲି କହିଛନ୍ତି ।


ଅଧିକ ପଢ଼ନ୍ତୁ:-ଶୀତରେ ୪ ଗୁଣ ଅଧିକ ଶକ୍ତିଶାଳୀ ହେବ କୋରୋନା ଭୂତାଣୁ, କୋଭିଡ ବିଶେଷଜ୍ଞ ପ୍ୟାନେଲର ଚେତାବନୀ


ଜିତୁ ପଟୱାରୀ ଏବଂ ସଜ୍ଜନ ସିଂ ବର୍ମା କହିଛନ୍ତି ଯେ ଯଦି ଆମ ସରକାର ଆସନ୍ତି ତେବେ ପ୍ରଥମେ ସିନ୍ଧିଆଙ୍କ ଟ୍ରଷ୍ଟର ଯାଞ୍ଚ କରାଯିବ ଏବଂ ଅପରାଧୀଙ୍କୁ ଦଣ୍ଡିତ କରାଯିବ । ସଜ୍ଜନ ସିଂ ବର୍ମା କହିଛନ୍ତି ଯେ ସିନ୍ଧିଆ କହୁଛନ୍ତି ଯେ କଂଗ୍ରେସରେ କିଛି ନୂଆ ମହାରାଜା ହୋଇଯାଇଛି । ସିନ୍ଧିଆ କହୁଛନ୍ତି ମୋର କ'ଣ ଦୋଷ ଯେ ମୁଁ ରାଜ ପରିବାରରେ ଜନ୍ମ ହୋଇଛି ? କିନ୍ତୁ ସିନ୍ଧିଆଙ୍କ ଗୋଟିଏ ପିଢ଼ି ଏପରି ନୁହେଁ, ଯେଉଁମାନେ ବିଶ୍ୱାସଘାତକତା କରିନାହାଁନ୍ତି । ସିନ୍ଧିଆଙ୍କ ପକେଟରେ ତ ବିଛା ଅଛି । କଦାପି ପକେଟରୁ ଟଙ୍କା ବାହାରି ନାହିଁ । ମାଧବ ରାଓ ସିନ୍ଧିଆ ମଧ୍ୟ କଂଗ୍ରେସ ସହ ବିଶ୍ୱାସଘାତକତା କରି ଏକ ଅଲଗା ଦଳ ଗଠନ କରିଥିଲେ ।


ଅଧିକ ପଢ଼ନ୍ତୁ:-ରାଫେଲ ଉଡ଼ାଇବେ ବାରାଣସୀର ଏହି ସାହସୀ ଝିଅ


ଜିତୁ ପଟୱାରୀ କହିଛନ୍ତି ଯେ, ସିନ୍ଧିଆ ପରିବାର ଝାନ୍ସି ରାଣୀଙ୍କୁ ହତ୍ୟା କରାଇଛନ୍ତି । ସିନ୍ଧିଆ ଟ୍ରଷ୍ଟର ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି । କମଲ ନାଥ ଜୀ ଆସୁଛନ୍ତି, ଶିବରାଜ ଜୀ ଯିବେ । ଯଦି ଆମ ସରକାର ଆସନ୍ତି, ସିନ୍ଧିଆ ଟ୍ରଷ୍ଟର ଯାଞ୍ଚ କରାଯିବ । ଯଦି ଜମି ଠିକ ଅଛି, ତେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏବଂ ଯଦି ଜମିକୁ ନେଇ ହେରଫେର୍ ହୋଇଛି ତେବେ କାହାକୁ ଛଡ଼ା ଯିବ ନାହିଁ ।