ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ (MP Bypolls) ହେବାର ଅଛି । ​ଏହା ପୂର୍ବରୁ ​ଟିକେଟ୍ ବଣ୍ଟନକୁ ନେଇ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏହି କ୍ରମରେ କଂଗ୍ରେସ (Congress) ରେ ମଧ୍ୟ ଖୋଲାଖୋଲି ଭାବେ ବିରୋଧ ଆରମ୍ଭ ହୋଇଯାଇଛି ।  ୪ ଦିନ ମଧ୍ୟରେ କଂଗ୍ରେସର ୩ ବଡ଼ ନେତା ଦଳ ଛାଡିଛନ୍ତି । ଚମ୍ବଲର ବଡ଼ ନେତା ତଥା ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ବୌଦ୍ଧଙ୍କ ପରେ ମୁରୈନା ଓ ବିନ୍ଧ୍ୟରେ ମଧ୍ୟ ବିଦ୍ରୋହ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ମୁରୈନା ଜିଲ୍ଲାର ଜଣେ ବରିଷ୍ଠ କଂଗ୍ରେସ ନେତା ତଥା ଦିମନି ବିଧାନସଭାରୁ କଂଗ୍ରେସର ଜଣେ ଦୃଢ଼ ପ୍ରତିଯୋଗୀ ରହିଥିବା ସତ୍ୟେନ୍ଦ୍ର ତୋମର ଓ ବିନ୍ଧ୍ୟ ଅଞ୍ଚଳର କଂଗ୍ରେସର ବରିଷ୍ଠ ନେତା ତଥା ୨୦୧୮ ବିଧାନସଭାରେ ମୈହରରୁ କଂଗ୍ରେସର ପ୍ରାର୍ଥୀ ରହିଥିବା ଶ୍ରୀକାନ୍ତ ଚତୁର୍ବେଦୀ ଦଳ ଛାଡ଼ି ଦେଇଛନ୍ତି । ଉଭୟ ଶୁକ୍ରବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ବିଜେପି (BJP) ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପିରେ ସାମିଲ ହୋଇଛନ୍ତି ।


ଅଧିକ ପଢ଼ନ୍ତୁ:-ମାତ୍ର ଟଙ୍କାଟିଏ ପେମେଣ୍ଟ କରି ଘରକୁ ଆଣନ୍ତୁ ସ୍କୁଟି କିମ୍ୱା ବାଇକ୍, ଏହି ବ୍ୟାଙ୍କ ଦେଉଛି ଅଫର୍


କଂଗ୍ରେସ ଦିମନିରୁ ସତ୍ୟେନ୍ଦ୍ର ସିଂଙ୍କୁ ଟିକେଟ ଦେଇ ନଥିଲା । ତାଙ୍କ ସ୍ଥାନରେ ଦଳ ରବୀନ୍ଦ୍ର ସିଂ ତୋମାରଙ୍କୁ ଟିକେଟ ଦେଇଛି । ଏଭଳି ପରିସ୍ଥିତିରେ ସତ୍ୟେନ୍ଦ୍ର ମଧ୍ୟ ଏହାକୁ ବିରୋଧ କରିଥିଲେ । ସେ ହାଇକମାଣ୍ଡ ନିକଟରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ତାଙ୍କ କଥା ଶୁଣିନଥିଲେ । ଏଭଳି ପରିସ୍ଥିତିରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ଉଚିତ୍ ବୋଲି ଭାବିଥିଲେ ।