ନୂଆଦିଲ୍ଲୀ: Narendra Modi Vs Arvind Kejriwal: ୨୦୨୪ରେ ଲୋକସଭା ନିର୍ବାଚନ (Lok Sabha Election 2024) ଅନୁଷ୍ଠିତ ହେବ । କିନ୍ତୁ ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ଏହି କ୍ରମରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ (Delhi Deputy CM) ମନୀଷ ସିସୋଦିଆ (Manish Sisodia) ଶନିବାର କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ବିରୋଧରେ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବେ । ତାଙ୍କ ବ୍ୟତୀତ ଆମ୍ ଆଦମୀ ପାର୍ଟି (Aam Aadmi Party) ର ନେତାମାନେ ମଧ୍ୟ ଏଭଳି ଦାବି କରୁଛନ୍ତି । ଏବେ ପ୍ରଶ୍ନ ଉଠିଛି ଯେ ଯେତେବେଳେ  କଂଗ୍ରେସ ନେତା (Congress Leader) ରାହୁଲ ଗାନ୍ଧୀ (Rahul Gandhi), ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee), ବିହାର ସିଏମ (Bihar CM) ନୀତିଶ କୁମାର (Nitish Kumar), ତେଲେଙ୍ଗାନା ସିଏମ (Telangana CM) କେ ଚନ୍ଦ୍ରଶେଖର ରାଓ (K Chandrashekhar Rao) ଙ୍କ ଭଳି ନାମକୁ ନେଇ ଚର୍ଚ୍ଚା ଚାଲିଛି, ସେତେବେଳେ ଆପ୍ (AAP) ର ଦାବିରେ କେତେ ଦମ୍ ରହିଛି । 


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟି ଏକ ମାତ୍ର ଦଳ, ଯାହାର ଦୁଇଟି ରାଜ୍ୟରେ ସରକାର ଅଛି । ଏହି ଦଳର ଉତ୍ତର ଓ ମଧ୍ୟ ଭାରତର ଦୁଇଟି ରାଜ୍ୟରେ ସରକାର ଅଛନ୍ତି । ଅରବିନ୍ଦ୍ର କେଜ୍ରିୱାଲ (Arvind Kejriwal) ନିଜେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦ ପରିଚାଳନା କରୁଛନ୍ତି । ଏଥି ସହିତ ନିକଟ ଅତୀତରେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଦଳ ଏକ ବୃହତ ବିଜୟ ହାସଲ କରିଛି । ଅନ୍ୟପଟେ ତୃଣମୂଳ କଂଗ୍ରେସ (Trinamool Congress) ଓ ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samithi) ଏପର୍ଯ୍ୟନ୍ତ ରାଜ୍ୟ ବାହାରକୁ ବାହାରି ପାରିନାହାଁନ୍ତି । କେବଳ ଜନତା ଦଳ ୟୁନାଇଟେଡ (Janata Dal United) ର ଅଳ୍ପ କିଛି ରାଜ୍ୟରେ ଅସ୍ତିତ୍ୱ ରହିଛି ।


ହର ଘର ମେଂ ତ୍ରିରଙ୍ଗା, କଟ୍ଟର ସଚ୍ଚୋଟତା ଏବଂ ଭାରତକୁ ଏକ ନମ୍ବର କରିବା ପରି କଥା କହୁଥିବା କେଜ୍ରିୱାଲ ବିଜେପିର ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଦେଖାଯାଉଛି । AAP କୁ ଲାଗୁଛି ଯେ ନିର୍ବାଚନରେ ​​ପାଇଁ ସେ ସଠିକ୍ ଦିଗକୁ ଅଗ୍ରସର ହେଉଛି । ଏହାସହ ଦଳରେ ଅରିବନ୍ଦ୍ର କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ କେହିଁ ନାହାଁନ୍ତି । ଏହା ବ୍ୟତୀତ ଦଳ ଅନେକ ରାଜ୍ୟରେ ତାଙ୍କ ନାମ ଓ ଚେହେରା ଉପରେ ଭୋଟ୍ ମାଗୁଛି ।


ଏହା ବି ପଢ଼ନ୍ତୁ:-ନରେନ୍ଦ୍ର ମୋଦି ବନାମ ଅରବିନ୍ଦ କେଜ୍ରିୱାଲ ହେବ ୨୦୨୪ର ଲୋକସଭା ନିର୍ବାଚନ? ଜାଣନ୍ତୁ ଏହି ଦାବିରେ କେତେ ରହିଛି ଦମ୍, କଂଗ୍ରେସର ସ୍ଥାନ କେମିତି ନେବ ଆପ୍


ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ ଓ ଶିବରାଜ ସିଂ ଚୌହାନଙ୍କୁ ବିଜେପି ସଂସଦୀୟ ବୋର୍ଡରୁ କାହିଁକି ହଟାଇଲା ଦଳ, ଜାଣନ୍ତୁ ଏହା ପଛର ଗେମ୍ ପ୍ଲାନ୍


ଏହା ବି ପଢ଼ନ୍ତୁ:-ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ


ସେପଟେ କଂଗ୍ରେସ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି କହିଲେ ଅତୁକ୍ତ ହେବ ନାହିଁ । ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟରେ ପରାଜୟର ସାମ୍ନା କରୁଛି । ବର୍ତ୍ତମାନ ଦଳର ୨ ରାଜ୍ୟରେ ସରକାର ଅଛନ୍ତି । ଦେଶର ସବୁଠାରୁ ପୁରୁଣା ଦଳ ମଧ୍ୟ ନେତୃତ୍ୱ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ କଂଗ୍ରେସରେ ନେତୃତ୍ୱକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ତଥାପି ଦଳର ଶୀର୍ଷ ପଦ ଅର୍ଥାତ ଅଧ୍ୟକ୍ଷ କିଏ ହେବେ, ତାହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ । ଏହା ବ୍ୟତୀତ ୨୦୧୪ ଓ ୨୦୧୯ରେ ରାହୁଲ ଗାନ୍ଧୀଙ୍କ ଠାରୁ ମିଳିଥିବା ଚ୍ୟାଲେଞ୍ଜକୁ ଭାରତୀୟ ଜନତା ପାର୍ଟି (BJP) ସାମ୍ନା କରି ଅତିକ୍ରମ କରିସାରିଛି ।


ଏହିପରି ମମତା ବାନାର୍ଜୀ ଗୋଆ ଓ ତ୍ରିପୁରା ପରି ଛୋଟ ରାଜ୍ୟରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଫଳାଫଳ ଏତେ ଖାସ୍ ନଥିଲା । ଏଥି ସହିତ ରିପୋର୍ଟ ଅନୁଯାୟୀ, କଂଗ୍ରେସ ନେତାମାନେ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ସଂଖ୍ୟାଲଘୁ ତୃଷ୍ଟିକରଣ ଓ ଜଣେ ଅଣ-ହିନ୍ଦୀ ଭାଷାଭାଷୀ ନେତାଙ୍କ ଭାବମୂର୍ତ୍ତି ଉତ୍ତର ଭାରତରେ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ।


ମମତାଙ୍କ ପରି କେସିଆର ମଧ୍ୟ ସମାନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ତେଲେଙ୍ଗାନା ବାହାରେ ତାଙ୍କ ଦଳର ପହଞ୍ଚିବା ସୀମିତ ଥିବା ଜଣାପଡିଛି । ଏହା ବ୍ୟତୀତ ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ମଧ୍ୟ ବହୁତ ସକ୍ରିୟ ଅଛି ।


ଅନ୍ୟପଟେ ଜେଡିୟୁର ସମର୍ଥନକୁକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ବାରମ୍ବାର ଗୋଷ୍ଠୀ ବଦଳାଇଥିବା ନୀତିଶ କୁମାରଙ୍କ ଭାବମୂର୍ତ୍ତି ମଧ୍ୟ ଜଣେ ବିଶ୍ୱାସଯୋଗ୍ୟ ନେତା ଭାବେ ପ୍ରତିଷ୍ଠିତ ହୋଇପାରୁ ନାହିଁ । ନିକଟ ଅତୀତରେ ସେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ରୁ ଅଲଗା ହୋଇ ରାଷ୍ଟ୍ରିୟ ଜନତା ଦଳ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, କଂଗ୍ରେସ ଏବଂ ବାମପନ୍ଥୀ ଦଳର ମହାମେଣ୍ଟରେ ଯୋଗ ଦେଇଥିଲେ । ପରିସଂଖ୍ୟାନ ଦୃଷ୍ଟିରୁ ନୀତିଶଙ୍କ ଜେଡିୟୁ ହେଉଛି ଆରଜେଡି ଏବଂ ବିଜେପି ପରେ ବିହାରର ତୃତୀୟ ବୃହତ୍ତମ ଦଳ ।


ସେପଟେ ରିପୋର୍ଟ ଅନୁଯାୟୀ, ବିଜେପି ନେତାମାନେ ମଧ୍ୟ ବ୍ୟକ୍ତିଗତ ଭାବରେ ମନେ କରନ୍ତି ଯେ କେଜ୍ରିୱାଲ ଅନ୍ୟ ନେତାଙ୍କ ପରି ପାରମ୍ପାରିକ ଉପାୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁହାଁମୁହିଁ ହୁଅନ୍ତି ନାହିଁ । ଏହା ବ୍ୟତୀତ ଗୁଜୁରାଟ, ହରିୟାଣା ଏବଂ ହିମାଚଳ ପ୍ରଦେଶରେ AAP ର ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି । ଏଥି ସହିତ ମନେ କରାଯାଉଛି ଯେ ବର୍ତ୍ତମାନ ବିଜେପି ବିରୋଧରେ କଂଗ୍ରେସର ସ୍ଥାନ ନେବା ପାଇଁ ଆପ୍ ପ୍ରୟାସ କରୁଛି । ଏଥିପାଇଁ ସେ ଯେଉଁ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧା ଲଢ଼େଇ ରହିଛି, ସେସବୁ ରାଜ୍ୟରେ ଦଳକୁ ମଜଭୁତ କରିବାକୁ ପ୍ରୟାସ କରୁଛି । ଆପ୍ ମୁଖ୍ୟ ବିରୋଧୀ ଦଳ ହେବାକୁ ପ୍ରସ୍ତୁତ ହେଉଛି । କିନ୍ତୁ କଂଗ୍ରେସର ସ୍ଥାନ ନେବା ଏତେ ସହଜ ହେବ ନାହିଁ । କାରଣ ଦେଶର ସବୁଠାରୁ ପୁରାତନ ଦଳର ସାରା ଦେଶରେ ସଙ୍ଗଠନ ରହିଛି । ପ୍ରତ୍ୟେକ ରାଜ୍ୟରେ ଦଳର ନେତା ଓ କାର୍ଯ୍ୟକର୍ତ୍ତା ଅଛନ୍ତି । ଅନେକ ରାଜ୍ୟରେ ଦଳ ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରୁଛନ୍ତି । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ ପରି ଅଧିକାଂଶ ରାଜ୍ୟରେ ଆପର ସଙ୍ଗଠନ ଏତେ ମଜଭୁତ ନାହିଁ ।