National Unity Day: ଅକ୍ଟୋବର ୩୧ ତାରିଖ ସୋମବାର ସମଗ୍ର ଦେଶରେ ପାଳିତ ହୋଇଯାଇଛି ରାଷ୍ଟ୍ରୀୟ ଏକତା ଦିବସ। ଏହି ଅବସରରେ ରାଜଧାନୀ ଲକ୍ଷ୍ନୌଠାରେ 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମକୁ ପତାକା ଦେଖାଇ ଆରମ୍ଭ ଶୁଭାରମ୍ଭ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହା ସହିତ ଦେଶକୁ ଏକତା ସୂତ୍ରରେ ବାନ୍ଧିଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରୀୟ ଏକତା ଦିବସ (National Unity Day) ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (Yogi Adityanath)। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ସର୍ଦ୍ଦାର ପଟେଲଙ୍କ (Sardar Patel) ଭଳି ମହାନ ବୀର ଯେଉଁ ଦେଶରେ ଥିବା ସେହି ଆତଙ୍କବାଦ, ଉଗ୍ରବାଦ, ବିଚ୍ଛିନ୍ନତାବାଦ ଏବଂ ଦୁର୍ନୀତିଗ୍ରସ୍ତଙ୍କ ଆଗରେ ମୁଣ୍ଡ ନୂଆଁଇବ ନାହିଁ। 


କଂଗ୍ରେସ (Congress) ବିରୋଧରେ ବର୍ଷି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଦେଶ ସ୍ୱାଧୀନତା ହେବା ପରେ ମଧ୍ୟ କିଛି ସରକାର ସର୍ଦ୍ଦାର ପଟେଲଙ୍କୁ ଭୁଲିଯିବାକୁ ଚେଷ୍ଟା କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ନେତୃତ୍ୱରେ ସମଗ୍ର ଦେଶ ତାଙ୍କ ପ୍ରତି କୃତଜ୍ଞତା ଜଣାଉଛି। ଯେଉଁ ଦେଶରେ ସର୍ଦ୍ଦାର ପଟେଲଙ୍କ ଭଳି ମହାନ ବୀର ଅଛନ୍ତି ସେହି ଆତଙ୍କବାଦ, ଉଗ୍ରବାଦ, ବିଚ୍ଛିନ୍ନତାବାଦୀ ତଥା ଦୁର୍ନୀତିଗ୍ରସ୍ତଙ୍କ ଆଗରେ ନତମସ୍ତକ ହୋଇପାରିବ ହୋଇପାରିବ ନାହିଁ। 


ଆପଣ ନିଶ୍ଚୟ ଦେଖିଥିବେ ଯେ ବର୍ତ୍ତମାନ ଦେଶରେ ନକ୍ସଲବାଦ (Naxalism) ସମାପ୍ତ ହେଉଛି। ପୁନର୍ବାର ଭାରତୀୟ ସମ୍ବିଧାନ (Indian Constitution) ଅନୁଯାୟୀ ଜାମୁ କାଶ୍ମୀରରେ (Jammu Kashmir) ଏକ ନୂତନ ଧାରା ପ୍ରବାହିତ ହେବାରେ ଲାଗିଛି। ଦେଶର ପୂର୍ବୋତ୍ତର ରାଜ୍ୟ ଯେଉଁଠାରେ ଉଗ୍ରବାଦ (Insurgency in North East) ଚରମରେ ଥିଲା ସେଠାରେ ଏବେ ପୁଣିଥରେ ରାଷ୍ଟ୍ରୀୟ ଏକତା (National Unity) ପାଇଁ ପଦକ୍ଷେପ ନେଉଛି। ଆଜି ସମଗ୍ର ଦେଶ ସ୍ୱତନ୍ତ୍ର ଭାରତ ବର୍ଷକୁ ଏକତା ସୂତ୍ରରେ ବାନ୍ଧିଥିବା ସ୍ଥପତି ସର୍ଦ୍ଦାର ପଟେଲଙ୍କ ଅବଦାନକୁ ତାଙ୍କର ୧୪୭ତମ ଜୟନ୍ତୀରେ (Sardar Vallabhbhai Patel Jayanti) ମନେ ପକାଉଛି। ଆମେ ସମସ୍ତେ ଜାଣୁ ଯେ ବ୍ରିଟିଶ ସରକାର (British Govt) କୌଶଳ କ୍ରମେ ଅଖଣ୍ଡ ଭାରତ (Undived India) ବର୍ଷକୁ ଅନେକ ଭାଗରେ ବିଭକ୍ତ କରିବା। ଭାରତ ବର୍ଷରେ ୫୬୩ ରୁ ଅଧିକ ଗଡ଼ଜାତ (Princely States) ରାଜ୍ୟ ଥିଲେ। ଦେଶ ସ୍ୱାଧୀନ ହେବା ସମୟରେ ବ୍ରିଟିଶ ସରକାର ଗଡଜାତ ରାଜାଙ୍କୁ ସ୍ୱାଧୀନତା ଦେଇଥିଲେ ଯେ ସେମାନେ ଚାହିଁଲେ ଭାରତ କିମ୍ବା ପାକିସ୍ତାନରେ ନିଜକୁ ବିଲୟ କରିପାରିବେ। ଅଥବା ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିବେ।  


ଏହା ହେଉଛି ଗର୍ବର ବିଷୟ ଯେ ଭାରତ ବର୍ଷ ଆଜି ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାବେ ବିଶ୍ୱକୁ ମାର୍ଗଦର୍ଶନ କରାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ହେଉଥିବା 'ଏକ ଭାରତ-ଶ୍ରେଷ୍ଠ ଭାରତ' (Ek Bharat Shreshtha Bharat) ଦର୍ଶନ ପ୍ରକୃତରେ ଏହାର ସ୍ଥପତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲା। ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିରନ୍ତର ପ୍ରୟାସ କରୁଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ସମସ୍ତଙ୍କୁ ଶପଥ ଗ୍ରହଣ କରାଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ।