General Election: ଭୁବନେଶ୍ୱର: ମେଣ୍ଟକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଏବେ ଶାସକ ବିଜେଡ଼ି ପ୍ରାର୍ଥୀ ଚୟନ ପାଇଁ ଅଙ୍କକଷା ଜୋରଦାର ଜାରି ରହିଛି। ଗତକାଲି କୋରାପୁଟ ଓ ନବରଙ୍ଗପୁର ଆସନ ପାଇଁ ବୈଠକ ହୋଇଥିବା ବେଳେ ଆଜି ବ୍ରହ୍ମପୁର, କନ୍ଧମାଳ ଓ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ନବୀନ ନିବାସରେ ବୈଠକ ଚାଲିଛି। ଏହି ସଂସଦୀୟ କ୍ଷେତ୍ର ଅଧିନସ୍ଥ ସମସ୍ତ ବିଧାନସଭା କ୍ଷେତ୍ରର ନେତାମାନଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। 


COMMERCIAL BREAK
SCROLL TO CONTINUE READING

ହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ବିଜେଡିରେ ଅନେକ ଅଶାୟୀ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରରେ ଅଧିକ ଗୋଷ୍ଠୀ କନ୍ଦଳ ମଧ୍ୟ ରହିଛି। କିପରି ଦଳ ତାକୁ ଚେକ୍ ଦେବ ସେନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଅଲୋଚାନା କରିବେ। ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେପି ହାତରେ ରହିଛି। ଚଳିତ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ର କିପରି ବିଜେଡି ଖାତାକୁ ଯିବ ସେନେଇ ମଧ୍ୟ ଆଜିର ବୈଠକରେ ଅଙ୍କକଷା  ଯିବ ବୋଲି ସୂଚନା ରହିଛି।


ସୂଚନା ଯୋଗ୍ୟ ଗତକାଲି ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ଆସନ ଗୁଡ଼ିକକୁ ନେଇ ବୈଠକ ବସିଥିଲା। ଆସିକାରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ମେ୨୦ରେ ଭୋଟ ହେବାକୁ ଥିବା ବେଳେ, ଏପ୍ରିଲ ୨୬ରୁ ନାମାଙ୍କନ ହେବ । ସେହିପରି ଭୁବନେଶ୍ୱରରେ ମେ ୨୫ରେ ଭୋଟ ଥିବା ବେଳେ ଏପ୍ରିଲ ୨୯ରୁ ନାମାଙ୍କନ ହେବ।। ତା’ପୂର୍ବରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର କରଛି ବିଜେଡି।