Death Report of India: ଦେଶରେ କେତେ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି ତାହାର ତଥ୍ୟ ଲୋକସଭାରେ ଉପସ୍ଥାପନ କରଛି ଗୃହ ମନ୍ତ୍ରଣାଳୟ। ଡିସେମ୍ବର ୨୦ ତାରିଖ ମଙ୍ଗଳବାର ଲୋକସଭାରେ ମତ ରଖି ଗୃହ ମନ୍ତ୍ରଣାଳୟ କହିଛି ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ୨୦୨୧ ବର୍ଷରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ମାମଲା ପଞ୍ଜୀକୃତ ହୋଇଛି। ଗତ ୨୦୧୪ ବର୍ଷ ତୁଳନାରେ ଏହାର ପରିମାଣ ୨୦୨୧ ବର୍ଷରେ ୩ ଗୁଣ ଅଧିକ ରହିଛି।  ୨୦୧୪ ବର୍ଷରେ ହାରାହାରି ୪୩ ଜଣ ଲୋକ ଦୈନିକ ପ୍ରାଣ ହରାଉ ଥିବାବେଳେ ୨୦୨୧ ବର୍ଷରେ ଏହି ସଂଖ୍ୟା ୧୧୫ ହୋଇଛି।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ନେତା ମହମ୍ମଦ ଜାଭେଦଙ୍କ ପକ୍ଷରୁ ଦିନ ମଜୁରିଆଙ୍କ ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ୨୦୨୧ ବର୍ଷରେ ୨୩ ହଜାର ୧୭୯ ଗୃହିଣୀ, ୧୫ ହଜାର ୮୭୦ ବେତନଭୋଗୀ କର୍ମଚାରୀ, ୧୮୯୮ ସରକାରୀ କର୍ମଚାରୀ, ୧୧୩୪ ବେସରକାରୀ କର୍ମଚାରୀ ଏବଂ ସର୍ବସାଧାରଣ ଅଞ୍ଚଳରେ କାର୍ଯ୍ୟ କରୁଥିବା ୨୫୪୧ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ଏନେଇ ଜାରି ହୋଇଥିବା ରିପୋର୍ଟ ଜରିଆରେ ଏହା ମଧ୍ୟ କୁହାଯାଇଛି ଯେ ତାମିଲନାଡୁ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ଗୁଜରାଟ ଆଦି ରାଜ୍ୟରେ ଗତ ୨୦୧୪ ବର୍ଷରୁ ୨୦୨୧ ପର୍ଯ୍ୟନ୍ତ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଛି।


Also Read: Social Progress Index: କ'ଣ ଏହି ସାମାଜିକ ପ୍ରଗତି ସୂଚକାଙ୍କ? କେତେ ନମ୍ବର ସ୍ଥାନରେ ରହିଛି ଓଡ଼ିଶା?


ଦେଶ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଶ୍ରେଣୀ କୁହାଯାଉଥିବା କୃଷକ ବର୍ଗ କଥା ଯଦି କୁହାଯାଏ ତାହେଲେ କେବଳ ଗତ ବର୍ଷ (୨୦୨୧) ୫୩୧୮ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି।  ଏହା ବ୍ୟତୀତ ବିନା ଜମିରେ କାମ କରୁଥିବା ୪୮୦୬ କୃଷକ ଏବଂ ଅନ୍ୟ ଜମିରେ କାମ କରୁଥିବା ୫୧୨ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। 


Also Read: Caste Based Census: ଦେଶରେ ହେବକି ଜାତି ଭିତ୍ତିକ ଜନଗଣନା? ସଂସଦରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ


ଯଦି ଦେଶର ଦାକ୍ଷିଣାତ୍ୟ ରାଜ୍ୟ ତେଲେଙ୍ଗାନା କଥା କୁହାଯାଏ ତାହେଲେ ୨୦୧୪ ବର୍ଷରେ ରାଜ୍ୟରେ ୧୨୪୨ ଜଣ ଦୈନିକ ବେତନ ଭୋଗୀ ଶ୍ରମିକ ଆତ୍ମହତ୍ୟା କରିଥିଲେ ହେଲେ ୨୦୨୧ ବର୍ଷ ଏହି ସଂଖ୍ୟା ୪୨୨୩ ହୋଇଛି। ଯାହା ବିଗତ ୭ ବର୍ଷ ମଧ୍ୟରେ ଦୁଇ ଗୁଣା ବୃଦ୍ଧି ପାଇଛି। ଗତ ୨୦୧୪ ବର୍ଷରେ ଗୁଜୁରାଟରେ ୬୬୯ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ଏହି ସଂଖ୍ୟା ୨୦୨୧ ବର୍ଷରେ ୩୨୦୬ ହୋଇଛି। ଉତ୍ତର ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ ଏବଂ ବିହାରରେ ଗତ ୨୦୧୪ ବର୍ଷରେ ଯଥାକ୍ରମେ ୧୧ ଏବଂ ୨୦୮ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ହେଲେ ୨୦୨୧ ବର୍ଷରେ ଉତ୍ତର ପ୍ରଦେଶ ଏବଂ ବିହାର ଆଦି ରାଜ୍ୟ ଦ୍ୱୟରେ ଯଥାକ୍ରମେ ୨୯ ଏବଂ ୨୦୮ ଜଣ ଆତ୍ମହତ୍ୟା କରିଛନ୍ତି। ଦେଶର ପୂର୍ବୋତ୍ତର ରାଜ୍ୟ  ସିକ୍କିମରେ ୨୦୧୪ ବର୍ଷରେ ୨୩ ଜଣ ଲୋକ ଆତ୍ମହତ୍ୟା କରିଥିଲେ, ହେଲେ ୨୦୨୧ ବର୍ଷରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ସହିତ ୨୨ ହୋଇଛି।