ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି-ଆପ (AAP-Aam Adami Party) ନେତା ତଥା ଓଖଲା ବିଧାନସଭା ବିଧାୟକ (Okhla Assembly Constituency) ଅମାନତୁଲ୍ଲାହ ଖାନ (Amanatullah Khan) ଙ୍କ ବିରୁଦ୍ଧରେ ରୁଜ୍ଜୁ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ (NIA-National Invsetgation Agency)। 


COMMERCIAL BREAK
SCROLL TO CONTINUE READING

ଏନଆଇଏ ପକ୍ଷରୁ ହୋଇଥିବା ଚଢାଉ ସମୟରେ ଆପ୍ ବିଧାୟକ ବାଧା ସୃଷ୍ଟି କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଚଢାଉ ଜାମିଆ ନଗର (Jamia Nagar) ଠାରେ ହୋଇଥିଲା। ଅମାନତୁଲ୍ଲାହ ଖାନ ବିରୁଦ୍ଧରେ ଶାହୀନବାଗ ପୋଲିସ ଥାନା (Shaheen Bagh Police Station) ରେ ମାମଲା ରୁଜ୍ଜୁ କରାଯାଇଛି। 


ଏ ଘଟଣାରେ ଦିଲ୍ଲୀ ପୋଲିସ (Delhi Police) କୁ ଏନଆଇଏ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଜାମିଆ ନଗର ଠାରେ ହୋଇଥିବା ଚଢାଉ ସମୟରେ ଆପ ବିଧାୟକ ଏବଂ ତାଙ୍କର ସମର୍ଥକ ଏନଆଇଏ ଟିମ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ। ଏପରିକି ଟିମ ରାସ୍ତା ରୋକିଥିଲେ ବିଧାୟକଙ୍କ ସମର୍ଥକ।  


ଏନଆଇଏ ଟିମ୍ ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗ (Delhi Minority Commission) ପୂର୍ବତନ ଅଧ୍ୟକ୍ଷ ଜାଫାରୁଲ ଇସଲାମ ଖାନ (Jafarul Islam Khan) ଘର ସହ ତାଙ୍କର ଚ୍ୟାରିଟି ଆଲାଏନ୍ସ   (Charity Alliance) ଉପରେ ଚଢାଉ କରିବାକୁ ପହଞ୍ଚିଥିଲା। ସେତେବେଳେ ଏନଆଇଏ ଟିମକୁ ହଇରାଣ ହରକତ କରିଥିଲେ ଆପ୍ ବିଧାୟକଙ୍କ ସମର୍ଥକ। ଚଢାଉ ସମୟରେ ସହଯୋଗ କରିବା ପାଇଁ ଦିଲ୍ଲୀ ପୋଲିସ ସହୟତା ମାଗିଥିଲା ଏନଆଇଏ।