UP Civic Poll 2022: ରାଜ୍ୟରେ ହେବାକୁ ଯାଉଥିବା ପୌରସଂସ୍ଥା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଡ୍ରାଫ୍ଟ ବିଜ୍ଞପ୍ତି ଉପରେ ରୋକ ଲଗାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚ। ଏହା ସହିତ ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ ବିନା ପୌରସଂସ୍ଥା ନିର୍ବାଚନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୭ ତାରିଖ ମଙ୍ଗଳାବାର ପୌରସଂସ୍ଥା ନିର୍ବାଚନକୁ ଦାଏର କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇତୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଆସିବା ପରେ ଏବେ ଉତ୍ତର ପ୍ରଦେଶରେ ପୌରସଂସ୍ଥା ନିର୍ବାଚନ ଲାଗି ପଥ ପରିଷ୍କାର ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ପୌରସଂସ୍ଥା ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ପ୍ରଦାନ କରିବା ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଆସିବା ପରେ ଏବେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଟ୍ୱିଟ୍ କରିଛନ୍ତି। ନିଜର ଟ୍ୱିଟ ଜରିଆରେ ସେ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରିଛନ୍ତି। ଏନେଇ ସମାଜବାଦୀ ଅଧ୍ୟକ୍ଷ କହିଛନ୍ତି, ଆଜି ସଂରକ୍ଷଣ ବିରୋଧୀ ବିଜେପି ପୌରସଂସ୍ଥା ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ଭଳି ସହାନୁଭୂତି ଦେଖାଉଛନ୍ତି। ଆଜି ବିଜେପି ପଛୁଆ ଲୋକଙ୍କ ସଂରକ୍ଷଣ ଅଧିକାର ଛଡ଼ାଇ ନେଇଛି। ଆସନ୍ତାକାଲି ବିଜେପି ମଧ୍ୟ ବାବା ସାହେବଙ୍କ ଦ୍ୱାରା ଦିଆଯାଇଥିବା ସଂରକ୍ଷଣକୁ ହଟାଇବ। ସଂରକ୍ଷଣକୁ ବଞ୍ଚାଇବା ପାଇଁ ସଂଗ୍ରାମରେ ତାଙ୍କ ଦଳକୁ ସମର୍ଥନ କରିବାକୁ ପଛୁଆ ଏବଂ ଦଳିତ ବର୍ଗଙ୍କୁ ନିବେଦନ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ।


ହାଇକୋର୍ଟ ନିଷ୍ପତ୍ତି ଆସିବା ପରେ ସମାଜବାଦୀ ପାର୍ଟି ରାଜ୍ୟରେ କ୍ଷମତାସୀନ ସରକାରଙ୍କୁ ଟାର୍ଗେଟ କରିଛି। ଏନେଇ ଦଳ ପକ୍ଷରୁ କୁହାଯାଇଛି, 'ବିଜେପି ସରକାର ପଛୁଆ ବର୍ଗର ଲୋକଙ୍କ ସହ ବିଶ୍ୱାସଘାତକତା କରିଛି! ବାବାସାହେବ ଭୀମରାଓ ଆମ୍ବେଦକର ଦେଇଥିବା ସମ୍ବିଧାନକୁ ଶେଷ କରିବାକୁ ଷଡଯନ୍ତ୍ର କରିଛି ବିଜେପି। ପୌରସଂସ୍ଥା ନିର୍ବାଚନରେ ​​ପଛୁଆ ଏବଂ ଦଳିତଙ୍କ ଅଧିକାରକୁ ହତ୍ୟା କରିବା ପାଇଁ ବିଜେପି ସରକାର ଭୁଲ ପ୍ରକ୍ରିୟାରେ ସଂରକ୍ଷଣ କରିଛି। ପ୍ରଥମେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ରହିବା ଦରକାର। ଏହା ପରେ ଯାଇ ନିର୍ବାଚନ କରିବା ଆବଶ୍ୟକ। 


Also Read: UP Civic Poll 2022: ବିନା ଓବିସି ସଂରକ୍ଷଣରେ ହେବ ପୌରସଂସ୍ଥା ନିର୍ବାଚନ, ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ


ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ପୌରସଂସ୍ଥା ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାର ଏକ କମିଶନ ଗଠନ କରିବେ ଏବଂ ଟ୍ରିପଲ ଟେଷ୍ଟ  ଆଧାରରେ ଅନ୍ୟ ପଛୁଆ ବର୍ଗ ପାଇଁ ସଂରକ୍ଷଣ ସୁବିଧା ଉପଲବ୍ଧ କରାଇବେ।  ଓବିସି ବର୍ଗକୁ ସଂରକ୍ଷଣ ମିଳିବା ପରେ ଯାଇ ପୌରସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବ। ଯଦି ଆବଶ୍ୟକ ହୁଏ ତାହେଲେ ହାଇକୋର୍ଟ ରାୟ ସମ୍ପର୍କରେ ସମସ୍ତ ଆଇନଗତ ଦିଗ ଉପରେ ବିଚାର କରିବା ପରେ ରାଜ୍ୟ ସରକାର ମଧ୍ୟ ସୁପ୍ରିମକୋର୍ଟ ଠାରେ ଆବେଦନ କରିବେ।


ରାଜ୍ୟରେ ପୌରସଂସ୍ଥା ନିର୍ବାଚନରେ ​​ଓବିସି ସଂରକ୍ଷଣ ପାଇଁ ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା। ଯାାହା ଉପରେ ଗତ ୧୨ ତାରିଖରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇ ଦେଇଥିଲେ। ଏହା ସହିତ ଓବିସି ସଂରକ୍ଷଣ ବିନା ପୌରସଂସ୍ଥା ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଷ୍ପତ୍ତି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ 'ଟ୍ରିପଲ୍ ଟେଷ୍ଟ ଫର୍ମୁଲା' ବିନା ପ୍ରସ୍ତୁତ ହୋଇଥିବା ଓବିସି ସଂରକ୍ଷଣ ଡ୍ରାଫ୍ଟ ବିରୋଧରେ ଦାଏର କରାଯାଇଥିବା ଜନସ୍ୱାର୍ଥ ମାମଲା ଉପରେ ଆସିଛି।


ଚଳିତ ମାସ ଆରମ୍ଭରେ ରାଜ୍ୟରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ ସରକାର ୧୭ ନଗର ନିଗମର ମେୟର, ୨୦୦ ପୌରପାଳିକାର ଚେୟାରମ୍ୟାନ୍ ଏବଂ ୫୪୫ ନଗର ପଞ୍ଚାୟତ ପାଇଁ ସଂରକ୍ଷିତ ଆସନର ଅସ୍ଥାୟୀ ତାଲିକା ପ୍ରକାଶ କରି ୭ ଦିନ ମଧ୍ୟରେ ପରାମର୍ଶ/ ଆପତ୍ତି ମାଗିଥିଲେ। ପରାମର୍ଶ / ଆପତ୍ତି ଗ୍ରହଣ କରିବାର ଦୁଇ ଦିନ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି କହିଥିଲେ ସରକାର।


ଗତ ୫ ଡିସେମ୍ବରରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓବିସି ବର୍ଗ ପାଇଁ ମୋଟ ୧୭ ନଗର ନିଗମ ମଧ୍ୟରୁ ୪ ମେୟର ସିଟ୍ ସଂରକ୍ଷିତ କରିଥିଲେ। ଯେଉଁଥିରେ ଆଲିଗଡ ଏବଂ ମଥୁରା-ବୃନ୍ଦାବନ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲେ ଏବଂ ମେରଠ ଏବଂ ପ୍ରୟାଗରାଜ ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା। ସେହି ୨୦୦ ପୌରପାଳିକା ମଧ୍ୟରୁ ୫୪ ସିଟ୍ ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଥିଲା। ଏହା ମଧ୍ୟରୁ ୧୮ ସିଟ୍ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସେହିପରି ରାଜ୍ୟର ୫୪୫ ନଗର ପଞ୍ଚାୟତରେ ଓବିସି ବର୍ଗ ପାଇଁ ସଂରକ୍ଷିତ ରହିଥିବା ୧୪୭ ସିଟ୍ ମଧ୍ୟରୁ ୪୯ ଏହି ଶ୍ରେଣୀର ମହିଳା ପାଇଁ ସଂରକ୍ଷିତ ଥିଲା।