ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ବିଜେପି ଦେଲା ସପ୍ତାହେ ମହଲତ। ପଂଚୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ପାଇଁ ଦାବି କଲା ଦଳ।  ଯଦି ୭ ଦିନ ଭିତରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ କରିବା ପାଇଁ ହାଇକୋର୍ଟକୁ ନଯାଆନ୍ତି ତେବେ ବିଜେପି ହାଇକୋର୍ଟକୁ ଯିବା ସହ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟ ବିଜେପି ମୁଖପାତ୍ର, ପିତାମ୍ଵର ଆଚାର୍ଯ୍ୟ ପ୍ରେସମିଟ କରି କହିଛନ୍ତି ଯେ, ୭୩ ଓ ୭୪ ସମ୍ବିଧାନ ସଂଶୋଧନ ଜରିଆରେ ପୌର ଓ ପଞ୍ଚାୟତକୁ ସଂସଦରେ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ଉପରେ ନିର୍ବାଚନ ପରିଚାଳନା ଭାର ଦିଆଗଲା। ଯେମିତି ଭାରତୀୟ ନିର୍ବାଚନ କମିଶନଙ୍କୁ ମହାଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଏ ସେମିତି ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବହିଷ୍କାର କରାଯାଇପାରିବ।


Also Read: UP Election 2022: ମଇଦାନରେ BJPର ବରିଷ୍ଠ, ମୁଖ୍ୟମନ୍ତ୍ରୀ ଯୋଗୀ ବି ମାଗିବେ ଭୋଟ୍


ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୂରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ, ସେମିତି ପଞ୍ଚାୟତ ଓ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହେଲେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ। ନବ କିଶୋର ନାୟକଙ୍କୁ ପୌର ନିର୍ବାଚନ ନ କରିବା ପାଇଁ ନିଯୁକ୍ତି ଦିଆଯାଇଥିଲା। ୧୯୯୨ ମସିହାରୁ ୫ ଜଣ ନିର୍ବାଚନ କମିଶନ ଯାଇଛନ୍ତି। ଦୀର୍ଘ ୩ ବର୍ଷ ବିତି ଗଲାଣି। ନିର୍ବାଚନ କମିଶନ କହୁଛନ୍ତି, ପଞ୍ଚାୟତ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆମେ ଚିଠି ଲେଖୁଛୁ।
 
ଜନ ପ୍ରତିନିଧିମାନେ ସରକାରୀ ଅଫିସରମାନଙ୍କ ଆଗରେ ଗୋଡ ଭାଙ୍ଗି ଛିଡା ହେଉଛନ୍ତି। ଅଧିକାରୀମାନେ କୋଭିଡ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ୨୦୨୨ ମସିହା ଫେବୃଆରୀ ମାସରେ ପଞ୍ଚାୟତ ଶେଷ ହେବ। ରାଜ୍ୟ ନିର୍ବାଚନ କମିଶନ ନିଜର ସାମ୍ବିଧାନିକ ଦାୟୀତ୍ୱ ଭୁଲି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଛି। କମିଶନ ଏବେ ଅସହାୟ ଭଳି ବ୍ୟବହାର କରୁଛି ବୋଲି ରାଜ୍ୟ ବିଜେପି ଅଭିଯୋଗ ଆଣିଛି।