BJP- BJD Alliance: ଲୋକସଭା ନିର୍ବାଚନ ପୂର୍ବରୁ ଓଡି଼ଶାରେ (Odisha) ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ଖୁବ୍ ଶିଘ୍ର ଘୋଷଣା ହୋଇପାରେ। ଉଭୟ ଦଳର ନେତା କହିଛନ୍ତି ଯେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଆସନ ବାଣ୍ଟିବା ଆଲୋଚନା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି, କେବଳ ମୋହର ଲାଗିବା ବାକି ରହିଛି। ସୂତ୍ରରୁ ପ୍ରକାଶ ଯେ ଲୋକସଭା ଆସନ ପାଇଁ ଉଭୟ ଦଳରେ ସିଟ୍ ସେୟାର ସ୍ଥିର ହୋଇ ସାରିଛି, କିନ୍ତୁ ବିଧାନସଭା ଆସନ ସମ୍ପର୍କରେ ଏପର୍ଯ୍ୟନ୍ତ ସହମତି ହୋଇପାରି ନାହିଁ। ବର୍ତ୍ତମାନର ଖବର ମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ଏକ ବୌଠକ ହେବ ଓ ଏହି ଦ୍ୱନ୍ଦ୍ୱ ମଧ୍ୟ ଗୁରୁବାର ଦିନ ସମାଧାନ ହୋଇପାରେ।


COMMERCIAL BREAK
SCROLL TO CONTINUE READING

୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ସିଟ୍ ପାଇଁ ଆସନ ବାଣ୍ଟିବା ନେଇ ଦୁଇ ଦଳ ବିଜେପି ଓ ବିଜେଡି ମଧ୍ୟରେ ଏକ ସପ୍ତାହରୁ ଅଧିକ ସମୟ ଧରି ଆଲୋଚନା ଚାଲିଛି। ବିଧାନସଭା ନିର୍ବାଚନକୁ ନେଇ କୌଣସି ସହମତି ହୋଇପାରି ନାହିଁ। ଏହି ବିଷୟରେ ଅବଗତ ଥିବା ଲୋକମାନେ କହିଛନ୍ତି ଯେ ଓଡିଶା ୟୁନିଟ୍ ସଭାପତି ମନମୋହନ ସାମଲ, ରାଜ୍ୟ ୟୁନିଟ୍ ଦାୟିତ୍ୱରେ ଥିବା ବିଜୟପାଲ ସିଂ ତୋମାର ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ସମସ୍ତ ୧୪୭ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନ ଉପରେ ଦଳର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ।


ଲୋକସଭାରେ ସିଟ୍ ସେୟାର ଫର୍ମୁଲା ସ୍ଥିର, ବିଧାନସଭା ସିଟକୁ ନେଇ ସହମତି ବାକି


ଖବର ଅନୁସାରେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନର ସମାଧାନ ହୋଇଛି, ଯେଉଁଥିରେ ବିଜେପି ୧୪ଟି ଆସନ ଓ ବିଜେଡି ୭ଟି ଆସନରେ ଲଢ଼ିବ। କିନ୍ତୁ ଉଭୟ ଦଳ ବିଧାନସଭା ଆସନରେ ସହମତ ହୋଇପାରିବେ ନାହିଁ। ସୂତ୍ରରୁ ପ୍ରକାଶ ଯେ ବିଜେପି ଅତି କମରେ ୫୦ଟି ବିଧାନସଭା ସିଟ୍ ଦାବି କରୁଥିବାବେଳେ ୧୪୭ଟି ସିଟ୍ ମଧ୍ୟରୁ ୩୫ରୁ ଅଧିକ ସିଟ୍ ଦେବାକୁ ବିଜେଡି ପ୍ରସ୍ତୁତ ନାହିଁ। ଯଦିଓ ବିଜେପିର ରାଜ୍ୟ ଏକକ ମିଳିତ ମଞ୍ଚ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି, ତଥାପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ମିଳିତ ପ୍ରସ୍ତାବ ଉପରେ ଏକ ସହମତି ପ୍ରକାଶ ପାଇପାରେ।


ପ୍ରଧାନମନ୍ତ୍ରୀ ମୋଦୀ ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି 
ଏ ସମ୍ପର୍କରେ ଜାଣିଥିବା ବିଜେପି ନେତାମାନେ କହିଛନ୍ତି ଯେ ପିଏମ ମୋଦୀ ଗୁରୁବାର ଦିନ ଏନଡିଏ ବିସ୍ତାର କରିବାର ସଂକଳ୍ପ ନେଇଥିବାରୁ ଏହି ମେଣ୍ଟ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି। ୧୪ ମାର୍ଚ୍ଚ (ଗୁରୁବାର ଦିନ) NDA ଏକ ବିଶାଳ ରାତ୍ରୀ ଭୋଜନ ଆୟୋଜନ କରିପାରେ। ଯେଉଁଥିରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇ ବିଜେପିର ବରିଷ୍ଠ ନେତାଙ୍କ ସହ ଆସନ ସେୟାର ଆଲୋଚନା କରିବାର ସମ୍ଭାବନା ରହିଛି।


ଅନ୍ୟପକ୍ଷରେ ବିଜେଡି ନେତାମାନେ କହିଛନ୍ତି ଯେ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିୱାସରେ ଦଳର ବରିଷ୍ଠ ନେତାଙ୍କ ବୌଠକ ଡାକିଛନ୍ତି, ଏହା ପରେ ସେ ଦିଲ୍ଲୀ ଯିବାର ସମ୍ଭାବନା ରହିଛି। ଜଣେ ବିଜେଡି ନେତା କହିଛନ୍ତି ଯେ ଦଳ ବିଜେପିକୁ କେତେ ବିଧାନସଭା ଆସନ ଦେବା ଉଚିତ ସେନେଇ ମୁଖ୍ୟମନ୍ତ୍ରୀ ଦଳର ନେତାଙ୍କ ମତାମତ ନେଇପାରନ୍ତି।