ଭୁବନେଶ୍ୱର: ରାଜ୍ୟର ଯୁବପିଢିଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ସେମାନଙ୍କ ପ୍ରିୟ ରାଜନେତା ଏକ ବଡ ଘଷଣା କରିଛନ୍ତି। କଂଗ୍ରେସ ବିଧାୟକ ସୁର ରାଉତରାୟ ଆଉ ନିର୍ବାଚନ ଲଢିବେ ନାହିଁ। ୨୦୨୪ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି। ତେବେ ସେ ରାଜନୀତିରୁ ସନ୍ୟାସ ନେବା ପୂର୍ବରୁ ନିଜ ପରିବାର ପାଇଁ ବିଧାନସଭାର ବାଟ ଫିଟାଇ ଦେଇଛନ୍ତି। ସୁର ତାଙ୍କ ପୁଅକୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ନାହିଁ ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ। ସୋମବାର ଗଣମାଧ୍ୟମରେ କଂଗ୍ରେସ ବିଧାୟକ ତାଙ୍କ ରାଜନୈତିକ ସନ୍ୟାସ ବିଷଣରେ ଘୋଷଣା କରିଛନ୍ତି। ୭୭ ବର୍ଷିୟ ସୁର କହିଛନ୍ତି ଯେ, ସେ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। ବହୁ ଆଗରୁ ଏହି କଥା ସେ  ଘୋଷଣା କରିଛନ୍ତି। ସୁରଙ୍କ ବଦଳରେ ତାଙ୍କ ବଦଳରେ ସାନ ପୁଅ ନିର୍ବାଚନ ଲଢିବେ। 'ସେ ପୁରା ଫିଟ୍। ମତେ ୮୦ ବର୍ଷ ହେବ। ଆଉ ନିର୍ବାଚନ ଲଢ଼ିବିନି' ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି।


Also Read: 5G Network : ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଉପେକ୍ଷା, ଏହି ଦିନ ଆରମ୍ଭ ହେବ ସେବା


 


ଦିଲ୍ଲୀ ଡାକରା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ (Sura Routray) ମତ ରଖିଛନ୍ତି। ସେ କହିଲେ, 'କେନ୍ଦ୍ର ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ସେଥିପାଇଁ ଦିଲ୍ଲୀରେ ହେଉଥିବା ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହେବି। ଏହା ସହ ଦଳ (Congress) ର ସଂଗଠନ ଉପରେ ହାଇକମାଣ୍ଡଙ୍କ ସହ ଆଲୋଚନା କରିବି। ପିସିସି ସଭାପତିଙ୍କ ନୂଆ ଟିମରେ ଅଧିକ ଯୁବକ ସାମିଲ କରିବାକୁ ପ୍ରସ୍ତାବ ଦେବି।' ମଙ୍ଗଳବାର ଓଡିଶା କଂଗ୍ରେସ ବିଧାୟକ (Congress MLA) ଙ୍କୁ ଦିଲ୍ଲୀ ଡାକରା ଆସିଛି। 


ସୂଚନାଯୋଗ୍ୟ, ୧୯୭୭ ମସିହା ଠାରୁ ସୁର ରାଉତରାୟ ଜଟଣୀ (Jatani) ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଲଢି ୬ ଥର ବିଧାୟକ ହୋଇଛନ୍ତି। ପ୍ରଥମ ଥର ସେ ଜନତା ପାର୍ଟି (Janata Party) ଟିକଟରେ ବିଧାନସଭାଯାଇଥିଲେ। ସୁର ତାଙ୍କ ବେବାକ୍, ରୋକଠୋକ୍ ମନ୍ତବ୍ୟ ପାଇଁ ଓଡିଶା ରାଜନୀତି (Odisha Politics) ରେ ବେଶ ଜଣାଶୁଣା। କିନ୍ତୁ ସେ ଏବେ ଆଉ ନିର୍ବାଚନ ଲିଢେବେ ନାହିଁ ବୋଲି କହିଛନ୍ତି। 


Also Read: କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କ ବଢିଲା ଚିନ୍ତା, ଓଡ଼ିଶା ବିଧାୟକଙ୍କୁ ଦିଲ୍ଲୀ ଡାକରା


ସବୁବେଳେ କଂଗ୍ରେସ (Congress) ଉପରେ ପରିବାରବାଦର ଅଭିଯୋଗ ଆସିଥାଏ। ଏଭଳି ସମୟରେ ସେ ନିଜ ସାନ ପୁଅ ସିଦ୍ଧାର୍ଥ ରାଉତରାୟ (Sidharatha Routray) ଙ୍କୁ ଜଟଣୀରେ ବିଧାନସଭା ନିର୍ବାଚନ ଲଢାଇବେ ବୋଲି କହିଛନ୍ତି। ଯାହାକୁ ନେଇ ଲୋକେ କହୁଛନ୍ତି ଯେ, ରଜନୀତି ଉପରୁ ସୁର ନନାଙ୍କ ମୋହ ତୁଟିଛି କିନ୍ତୁ କ୍ଷମତା ଲୋଭ ଏବେ ବି ଯାଇନାହିଁ।