Odisha Election 2024: ସାଧାରଣ ନିର୍ବାଚନ ପାଇଁ ସରଗରମ୍ ରହିଛି ରାଜ୍ୟ ରାଜନୀତି।  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ତଳୀରୁ ନାମାଙ୍କନ ଦାଖଲ କରିବେ। ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ନବୀନ। ଏନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସକାଳ ୧୦ଟାରୁ ୨୫ରେ ସ୍ବତନ୍ତ୍ର  ବିମାନ ଯୋଗେ ତୁଷାରା ଏୟାରଷ୍ଟ୍ରିପ୍ ରେ ପହଞ୍ଚିବେ। ସେଠାରୁ ସିଧା ହେଲିକପ୍ଟର ଯୋଗେ ସିଟି ସ୍କୁଲ୍ ପଡିଆରେ ପହଞ୍ଚି ବିଶାଳ ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ୧୧ ଟା ୫ ମିନିଟ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନୋମିନେସନ୍ ଦାଖଲ କରିବେ। ଏହି ସମୟରେ ଦଳର କିଛି ବରିଷ୍ଠ ନେତାଙ୍କ ସହ ବିଜେଡି ନେତା ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ। ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ସୁରକ୍ଷା ବ୍ୟବସ୍ଥାରେ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୬ ଜଣ ଡିସିପି ମୃତୟନ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Sani Sadhesati: ଏହି ସବୁ ରାଶି ଉପରେ ଶନିଙ୍କ କୋପଦୃଷ୍ଟି ! ଚାଲିଛି ସାଢେସତୀ


ସେହିପରି ଗତ ୩୦ (ମଙ୍ଗଳବାର) ତାରିଖରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ନାମାଙ୍କନ ପତ୍ର ଭରିଥିଲେ।  ୨୦୦୦ ମସିହାରୁ ସେ ଏଠାରୁ ପ୍ରାର୍ଥୀ ହୋଇ ଆସୁଛନ୍ତି। କ୍ରମାଗତ ଭାବେ ୫ଥର ଜିତି ସେ ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି। ପ୍ରଥମେ ତାରା ତାରା ତାରିଣୀ ଦର୍ଶନ ପରେ ନାମାଙ୍କନ ଦାଖଲ କରିଥିଲେ ନବୀନ। ନାମାଙ୍କନ ଦାଖଲ ସସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,  ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଦେବୀ, ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରା,  ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ବରିଷ୍ଠ ନେତା ବିକ୍ରମ ଆରୁଖ, ଭିକେ ପାଣ୍ଡିଆନ୍‍ ପ୍ରମୁଖ ଉପସ୍ଥିତ ଥିଲେ।


ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ବୋଲି କୁହାଯାଏ। ୨୦୦୦ ମସିହାରୁ ନବୀନ ଏଠାରୁ ଲଢ଼ି ବିଜୟ ହୋଇ ଆସୁଛନ୍ତି।  ଏଥର ସେ ଷଷ୍ଠ ଥର ପାଇଁ ନିର୍ବାଚଳ ଲଢ଼ିବାକୁ ଯାଉଛନ୍ତି।  ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଇତିହାସରେ ଏଯାଏ ୧୫ଥର ନିର୍ବାଚନ ହୋଇଛି।  ସେଥିରେ ୭ ଥର ବୃନ୍ଦାବନ ନାୟକ ବିଧାୟକ ଭାବେ ସର୍ବାଧିକ ଥର ନିର୍ବାଚିତ ହୋଇଛନ୍ତି। ସେ ୧୯୫୭ ମସିହାରୁ ୧୯୮୫ ଯାଏ ଲଗାତାର ଏହିଠାରୁ ବିଧାୟକ ଭାବେ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ। ଏଥରୁ ସେ ୪ଥର କଂଗ୍ରେସ, ୨ଥର ଉତ୍କଳ କଂଗ୍ରେସ ଏବଂ ଥରେ ଜନତା ପାର୍ଟି ଟକଟରେ ବିଜୟ ହୋଇଥିଲେ।