Odisha election 2024: ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଉଦ୍ଦେଶ୍ୟରେ କଂଗ୍ରେସର ଷ୍ଟାର ପ୍ରଚାରକୁ ରାହୁଲ ଗାନ୍ଧି ଓଡ଼ିଶା ଆାସିବେ। ଏଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।  ୨୮ ତାରିଖରେ ସାଲେପୁରଠାରେ ସାଧାରଣ ସଭାରେ ସେ ଲୋକଙ୍କୁ ଉଦ୍‍ବୋଧନ ଦେବା ସମ୍ଭାବନା ରହିଛି। ଠିକ୍‍ ସେହିପରି ଆସନ୍ତା ମାସର ପ୍ରଥମ ସପ୍ତାହରେ ପୁଣିଥରେ ରାହୁଲ ଓଡ଼ିଶା ଆସିପାରନ୍ତିୁ। ରାୟଗଡ଼ା ଠାରେ ସେ ଆୟୋଜିତ ହେବାକୁ ଥିବା ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କୋରାପୁଟ ଲୋକସଭା ପ୍ରାର୍ଥୀ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ଶ୍ରୀ ଉଲାକା ଗତଥର ପ୍ରାର୍ଥୀ ହୋଇ ଜିତିଥିଲେ।


COMMERCIAL BREAK
SCROLL TO CONTINUE READING