Odisha Election 2024: ଦିନ କେଇଟା ପରେ ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ କେତେକ ନେତା ଟିକେଟ୍ ନ ପାଇ ଦଳ ବଦଳ କରୁଥିବା ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏ-ହି କ୍ରମରେ ଭୋଟ୍ ଗ୍ରହଣ ପୂର୍ବରୁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ତା (Radharani Panda) ଦଳ ଛାଡିବେ ଜଣାପଡି଼ଛି। ତେବେ, ଏ-ହାରି ଭିତରେ ସେ ବିଜେପି ଛାଡି ବିଜେଡିରେ ସାମିଲ୍ ହୋଇପାରନ୍ତି। ଏନେଇ ବିଧାୟିକା ପ୍ରତିକ୍ରିୟା ରଖିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହାବି  ପଢନ୍ତୁ : Odisha Election 2024: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ଲୋକସଭା କ୍ଷେତ୍ର ପାଇଁ ୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ


ସେ କହିଛନ୍ତି ଯେ, ''ବିଜୁ ଜନତା ଦଳରୁ ଡାକରା ଆସିଛି। ଏବଂ ଖୁବଶିଘ୍ର ବିଜେଡି କାର୍ଯ୍ୟାଳୟକୁ ଯିବେ। ଦଳ ପାଇଁ ବହୁତ୍ ପରିଶ୍ରମ କରିଛି , କିନ୍ତୁ ପରିଶ୍ରମର ମୂଲ୍ୟ ମିଳିଲାନି। ଦଳ ପାଇଁ ଏତେ କିଛି କରିଛନ୍ତି, ହେଲେ ଟିକେଟ କାଟିବା ପରେ ମଧ୍ୟ ତାଙ୍କୁ ଗୋଟିଏ ଫୋନ୍‌ କଲ୍ ଟିଏ ବି କରାଯାଇନି।ଯାହା ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ବ୍ରଜରାଜନଗରରୁ ସୁରେଶ ପୂଜାରୀଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି। ସେ ନାମାଙ୍କନ ଭରିବାକୁ ଯିବା ସମୟରେ ତାଙ୍କୁ ଡକା ଯାଇ ନଥିଲା। ଯାହା ଅତ୍ୟନ୍ତ ଲଜ୍ଜଜନକ। '' ତେଣୁ ଏଭିଳି ସ୍ଥିତିରେ ଦଳରେ ରହିବା ମୋ ପାଇଁ ବିପଦ ଜନକ ପରିସ୍ଥିତି ସୃଷ୍ଟି କରିପାରେ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁବୁ ଯେ, ୨୦୧୪ ମସିହାରେ  ରାଧାରାଣୀ ପଣ୍ଡା ବ୍ରଜରାଜନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।