Odisha Election 2024: ସମସ୍ତ ମନମାଳିନ୍ଯକୁ ଭୁଲି ଏକ ହୋଇ ଲଢିବାକୁ ଆହ୍ବାନ ଦେଇଛି ପାରାଦ୍ଵୀପ ବିଜେଡି। ପାରାଦ୍ଵୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ବରେ ସମସ୍ତ କର୍ମୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଶପଥ ନେଇଛନ୍ତି କର୍ମୀ। ଏହି ବୈଠକରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟଙ୍କ ସମେତ ବିଧାୟକ ସମ୍ବିତ ରାଉତରାୟ, ବିଜୁ ଶ୍ରମିକ ସାମୁଖ୍ୟ ର କାର୍ଯ୍ୟକାରୀ ସଭାନେତ୍ରୀ ମୋନିଦୀପା ସାର୍ଖେଲ, ଜଗତସିଂହପୁର ଜିଲ୍ଲା ମହିଳା ସଭାନେତ୍ରୀ ସବିତା ମହାପାତ୍ର, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଗିରିସ୍ ଦାସ୍ ଓ ପାରାଦୀପ ପର୍ଯ୍ୟବେକ୍ଷକ ସନ୍ତୋଷ ଭେଜ୍ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ। 


COMMERCIAL BREAK
SCROLL TO CONTINUE READING

ପାରାଦ୍ଵୀପ ପୌର ପରିଷଦର ସମସ୍ତ ବିଜେଡି ଓ ଆମ ପାରାଦୀପ ଆମ ପ୍ରଗତି ବ୍ୟାନରର ସମସ୍ତ ପରିଷଦ ଉପସ୍ଥିତ ରହି ସାଂସଦ ପାର୍ଥିନୀ ଡଃ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପାର୍ଥିନୀ ଗିତାଞ୍ଜଳୀ ରାଉତରାୟଙ୍କୁ ବିପୁଳ ସମର୍ଥନ ଦେଇ ବିଜୟ କରିବା ପାଇଁ ଶପଥ ନେଇଥିଲେ। ଆସନ୍ତା ଜୁନ୍ ୧ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯୋଡି ଶଙ୍ଖରେ ମୋହର ମାରି ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ବିଜୁ ଶ୍ରମିକ ସାମୁଖ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ମୋନିଦୀପା ସର୍ଖେଲ୍ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏନେଇ ଖୁବଶୀଘ୍ର ବୁଥ କମିଟି ଗଠନ କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ପୌରାଧ୍ୟକ୍ଷ ପ୍ରକାଶ କରିଥିବା ବେଳେ ଆମ ଭିତରେ ଥିବା ସମସ୍ତ ମନମାଳିନ୍ୟକୁ ଦୂରେଇ ଦେଇ ଏକଜୁଟ ହୋଇ କାମ କରିବା ପାଇଁ ସମସ୍ତ ଜନ ସାଧାରଣଙ୍କୁ ଆହ୍ବାନ କରିଥିଲେ।