Naveen Patnaik's reply to the PM Modi: ମାନ୍ୟବର ନବୀନ ପଟ୍ଟନାୟକ କହିଛନ୍ତି, "ମୋର କ'ଣ ମନେ ଅଛି କି ନାହିଁ ଓଡ଼ିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି। ଓଡ଼ିଶାକୁ କେତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ? ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ। ସଂସ୍କୃତ ଭାଷାକୁ ହଜାରେ କୋଟି ଦେଲେ। ଓଡିଆ ଭାଷାକୁ ଅନୁଦାନ ଶୂନ। ଓଡ଼ିଶୀ ସଂଗୀତକୁ ଭୁଲିଗଲେ ପ୍ରଧାନମନ୍ତ୍ରୀ। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ଯତା ଲାଗି ୨ ଥର ପ୍ରସ୍ତାବ ଦେଇଛି। ପ୍ରସ୍ତାବକୁ ଦୁଇ ଦୁଇ ଥର ଅଗ୍ରାହ୍ଯ କରିଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ବହୁ ବୀରପୁତ୍ର ଅଛନ୍ତି। କେତେକ ନାମକୁ ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ। କଣ ଜଣେ ବି ଭାରତ ରତ୍ନ ଲାଗି ଯୋଗ୍ଯ ବିବେଚିତ ହେଲେ ନାହିଁ। ଭାରତ ରତ୍ନ ବାଣ୍ଟିବାବେଳେ ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ। ଚାଷୀଙ୍କ ଏମଏସପି ୨ ଗୁଣ କରିବା ଲାଗି ପ୍ରତିଶୃତି ଦେଇଥିଲେ। ଏମଏସପି ଦୁଇଗୁଣ ପ୍ରତିଶୃତି ବି ଭୁଲିଗଲେ।"


COMMERCIAL BREAK
SCROLL TO CONTINUE READING

ନବୀନ ପଟ୍ଟନାୟକ ଆଗକୁ କହିଛନ୍ତି, "ଓଡ଼ିଶାବାସୀଙ୍କ ଲାଗି ଉପକୂଳ ରାଜପଥ କରିବାର ଥିଲା। ଉପକୂଳ ରାଜପଥ ବିଷୟ ବି ପ୍ରଧାନମନ୍ତ୍ରୀ ଭୁଲିଗଲ। ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି। ରୟାଲଟି ବଢାଇବା ଲାଗି ୧୦ ବର୍ଷ ହେଲା ଭୁଲିଗଲେ। କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ। ୨୦୧୪ ଓ ୨୦୧୯ରେ ଦେଇଥିବା ପ୍ରତିଶୃତିକୁ ମନେ ରଖିଛନ୍ତି କି। ଦରବୃଦ୍ଧି କମାଇବା, ୨ କୋଟି ଚାକିରି ସୃଷ୍ଟି, ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା, ମୋବାଇଲ କନେକ୍ଟିଭିଟି ଦେବା, ଜିଏସଟି ଛାଡ଼ କରିବା ପ୍ରତିଶୃତି ଓଡ଼ିଶାବାସୀ ମନେ ରଖିଛନ୍ତି। ଜୁନ ୧୦ରେ ତ ନୁହେଁ ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ। ମା ପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁ ବିଜୁ ଜନତା ଦଳ ଷଷ୍ଠ ଥର ଲାଗି ଓଡ଼ିଶାରେ ସରକାର ଗଠନ କରିବ।"