Odisha Election 2024: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। କଂଗ୍ରେସ୍,  ବିଜେପି ଓ ବିଜେଡି଼ ଦଳର ଷ୍ଟାର ପ୍ରଚାରକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ଏହି ପରିପେକ୍ଷୀରେ ଆଜି ହାଇହୋଲଟେଜ୍ ପ୍ରଚାର ହେବାକୁ ଯାଉଛି।  ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରରେ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ରାଜ୍ୟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। 


COMMERCIAL BREAK
SCROLL TO CONTINUE READING

ALSO READ: ସ୍ୱାଧୀନ ଲଢ଼ିବେ ସମୀର ଦାଶ!


ଆଜି ଜେପି ନଡ୍ଡା ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ।  ବିମାନ ବନ୍ଦରରୁ  ସିଧାସଳଖ ବ୍ରହ୍ମପୁର ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପ୍  ଯିବେ। ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ।  ପରେ ସେ ସନ୍ଧ୍ୟା ୬ଟା ୪୫ ମିନିଟ୍ ସମୟରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୌଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟ୍ କର୍ମକର୍ତ୍ତାମାନେ ଯୋଗ ଦେବେ।  ସେ ବ୍ରହ୍ମପୁରରେ ରାତ୍ରୀ ରହଣି କରି ପରଦିନ ସକାଳେ  ଅର୍ଥାତ୍ ଆସନ୍ତାକାଲି(ସୋମବାର) ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି। 


ସେପଟେ, କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ ଆଜି ଓଡି଼ଶା ଆସୁଛନ୍ତି। ସେ ପୂର୍ବାହ୍ନ ୧୧ଟା ୩୦ ରେ ଭୁବନେଶ୍ବର ବିମାନ ବିମାନବନ୍ଦରର ପହଞ୍ଚିବେ।  ଏହାପରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ  କଟକର ସତ୍ୟଭାମାପୁର ଯିବେ । ସେଠାରେ ମଧୂସୁଦନ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।  ସତ୍ୟଭାମାପୁରରୁ  ହେଲିକପ୍ଟର ଯୋଗେ ସାଲେପୁର ଯିବେ। ଏବଂ  ଦିନ ୧୨ଟା ୨୫ରୁ ୧ଟା ୪୫ ଯାଏଁ  ସାଲେପୁରରେ ସାଧାରଣ ସଭା କରିବେ।  ଏହାପରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।  ତେବେ, ଗୋଟିଏ ଦିନରେ ଦୁଇ ରାଜନେତାଙ୍କ ଓଡି଼ଶାଗସ୍ତ ନେଇ ସରଗରମ୍ ରହିଛି ରାଜ୍ୟ ରାଜନୀତି।