ଭୁବନେଶ୍ୱର: ଲଗାତାର ୩ଥର ବିଜଗେଡି ଟିକଟରୁ ନିମାପଡ଼ାର ବିଧାୟକ ଓ ପରବର୍ତ୍ତୀ ସମୟରେ ମନ୍ତ୍ରୀ ହୋଇଥିବା ସମୀର ଦାଶ ସ୍ୱାଧୀନ ଲଢ଼ିପାରନ୍ତି। ତାଙ୍କୁ ଟିକଟ୍ ନମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଏହିପରି ପଦକ୍ଷେପ ନେଇପାରନ୍ତି। ଏପରିକି ସେ ନିଜର ସମର୍ଥକ ଓ କର୍ମୀ ମାନଙ୍କୁ ୩୦ ତାରିଖ ଯାଏ ଅପେକ୍ଷା କରିବାକୁ କହିଛନ୍ତି। ଏହାପରେ ସେ ନିଜର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏମିତି ଏକ ଭିଡିଓ ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହୋଇଛି, ଯେଉଁଥିରେ ସମୀର ଦାଶ ନିଜର କର୍ମୀ ମାନଙ୍କୁ ୩୦ ଯାଏ ଅପେକ୍ଷା କରିବାକୁ କହିଛନ୍ତି। ଏହା ପରେ ସେ ନିଷ୍ପତ୍ତି ନେବେ।


COMMERCIAL BREAK
SCROLL TO CONTINUE READING

ନିମାପଡ଼ାରେ ବିଜେପିର ଗଡ଼ ଭାଙ୍ଗି ଲଗାତାର ତିନିଥର ୨୦୦୯, ୨୦୧୪ ଏବଂ ୨୦୧୯ରେ ସେ ନିମାପଡ଼ାକୁ ବିଜେଡି ପକେଟକୁ ଆଣିଥିଲେ। ୨୦୨୪ ମସିହାରେ କିନ୍ତୁ ଦଳ ତାଙ୍କ ଉପରେ ଆଉ ଆସ୍ଥା କରିପାରି ନାହିଁ। ତାଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାକୁ ନେଇ ଉତ୍‍କ୍ଷିପ୍ତ ହୋଇଛନ୍ତି ସମୀର। ଏପରିକି ନିଜର ସମର୍ଥକଙ୍କୁ ନେଇ ସେ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ନବୀନ ନିବାସକୁ ନିଷ୍ପତ୍ତିରେ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ। ଏଣୁ ସେ ନିଜର ନିଷ୍ପତ୍ତି ୩୦ ତାରିଖ ପରେ ଜଣାଇବେ ବୋଲି କହିଛନ୍ତି। 


ତେବେ ଦଳୀୟ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ଲାଗି ବିଜେଡି ନେତୃତ୍ୱ ଅରାଜି ଥିବା ପୂର୍ବରୁ ସ୍ପଷ୍ଟ କରିଛନ୍ତି। ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ବାବରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ କର୍ମୀମାନଙ୍କୁ ସମ୍ବାଧନ କରିଛନ୍ତି। ଭିଡିଓ ବାର୍ତ୍ତାରେ ସେ ଏହି ସମ୍ବୋଧନ କରିବା ସମୟରେ ସମୀରଙ୍କ ବିରୁଦ୍ଧରେ କିଛି ନଥିପତ୍ର ମିଳିଥିବା କହିଛନ୍ତି। ଯାହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ଉଚିତ ନିଷ୍ପତ୍ତି ନେଇଛନ୍ତି ଏବଂ ଦଳର କର୍ମୀ ହିସାବରେ ନିର୍ଦ୍ଧାରିତ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ସେ କହିଥିଲେ।