Odisha Elections 2024: ଆଜି  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡି଼ଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଆଜି ମଧ୍ୟାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଆସିକା ସଂସଦୀୟ କ୍ଷେତ୍ର  ସୋରୋଡାରେ  ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।  ଏହାପରେ କଟକରେ ସନ୍ଧ୍ୟା ୫ଟାରେ ବିଶାଳ ରୋଡ ସୋ'ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଧାନୀରେ ଅନୁଷ୍ଠିତ ବିଶାଳ ଦଳୀୟ କର୍ମଶାଳାରେ ଯୋଗ ଦେବେ। ଶ୍ରୀ ନଡ୍ଡା ୧୬ ତାରିଖ ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ଏବଂ ସୁନ୍ଦରଗଡ ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Kendra Trikon Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଫିଟାଇବ କେନ୍ଦ୍ର ତ୍ରିକୋନ୍ ରାଜଯୋଗ, ମିଳିବ ନୂଆ ଚାକିରି ସାଙ୍ଗକୁ ରହିଛି ଧନଲାଭ ଯୋଗ!