Odisha Elections ଭୁବନେଶ୍ୱର: ରାଜ୍ୟରେ ଶନିବାର ଅନୁଷ୍ଠିତ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୪ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଦେଶର ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୬୩.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଓଡ଼ିଶାରେ ଭୋଟିଂ ହାର୍ ଅଧିକ ରହିଛି । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ ଆସନରେ ୭୪.୪୫ ପ୍ରତିଶତ ମତଦାନ ହୋଇଛି । ଏଥିରେ ପୋଷ୍ଟାଲ୍ ବାଲଟକୁ ହିସାବକୁ ନିଆଯାଇ ନାହିଁ ।


COMMERCIAL BREAK
SCROLL TO CONTINUE READING

 



ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ପଡ଼ିଛି ସର୍ବନିମ୍ମ ଭୋଟ୍ । ସମ୍ବଲପୁର ଲୋକସଭା ଆସନରେ ୭୯.୫୦ ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦୁଝରରେ ୭୮.୯୭ ପ୍ରତିଶତ, ଢେଙ୍କାନାଳରେ ୭୮.୦୧ ପ୍ରତିଶତ, କଟକରେ ୭୧.୨୦ ପ୍ରତିଶତ, ପୁରୀରେ ୭୫.୪୩ ପ୍ରତିଶତ, ଭୁବନେଶ୍ୱରରେ ସର୍ବନିମ୍ନ ୬୪.୪୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।


ସେହିଭଳି ରାଜ୍ୟର ୬ ଲୋକସଭା ଆସନ୍ତ ଅନ୍ତର୍ଗତ ୧୦ ଜିଲ୍ଲାର ବିଧାନସଭା ଆସନରେ ୭୪.୪୪ ପ୍ରତିଶତ ମତଦାନ ହୋଇଛି । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପଡ଼ିଛି ସବୁଠୁ କମ୍ ଭୋଟ୍ । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୮୨.୨୭ ପ୍ରତିଶତ ଭୋଟ୍ ପଡ଼ିଥିବା ବେଳେ କଟକରେ ୬୯.୯୦ ପ୍ରତିଶତ, ଦେବଗଡ଼ରେ ୭୮.୧୭ ପ୍ରତିଶତ, ଢେଙ୍କାନାଳରେ ୭୬.୭୫ ପ୍ରତିଶତ, କେନ୍ଦୁଝରରେ ୭୯.୫୨ ପ୍ରତିଶତ, ଖୋର୍ଦ୍ଧାରେ ୬୫.୩୫ ପ୍ରତିଶତ, ମୟୂରଭଞ୍ଜରେ ୭୪.୯୪ ପ୍ରତିଶତ, ନୟାଗଡ଼ରେ ୭୬.୮୪ ପ୍ରତିଶତ, ପୁରୀରେ ୭୬.୫୭ ପ୍ରତିଶତ ଏବଂ ସମ୍ବଲପୁରରେ ୭୭.୦୯ ପ୍ରତିଶତ ମତଦାନ ହୋଇଛି ।


ରାଜଧାନୀରେ ମତଦାନ ନୈରାଶ୍ୟଜନକ
ରାଜ୍ୟ ତୁଳନାରେ ରାଜଧାନୀରେ ମତଦାନ ହାର ବହୁତ କମ୍ ରହିଛି । ରାଜଧାନୀ ଭୁବନେଶ୍ୱରରେ ରହିଥିବା ୩ ବିଧାନସଭା ଆସନରେ ସବୁଠୁ କମ୍ ମତଦାନ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୬୫.୩୫ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀରେ ତାଠୁ ବି କମ୍ ଭୋଟ୍ ପଡ଼ିଛି । ଭୁବନେଶ୍ୱର (ସେଣ୍ଟ୍ରାଲ୍)ରେ ୫୧.୨୩ ପ୍ରତିଶତ ଭୋଟ୍ ପଡ଼ିଥିବା ବେଳେ ଉତ୍ତର ଭୁବନେଶ୍ୱର ବିଧାନସଭା ଆସନରେ ୫୩.୯୩ ପ୍ରତିଶତ ଏବଂ ଏକାମ୍ର ଭୁବନେଶ୍ୱରରେ ୫୬.୪୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।