District Planning Committee: ବିଜେଡି@୨୦୨୪, `ଆମ ମନ୍ତ୍ରୀଙ୍କୁ ତୁମ ଜିଲ୍ଲା ଦାୟିତ୍ୱ`
District Planning Committee: ୧୯ ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରାଯାଇଛି। ମନ୍ତ୍ରୀଙ୍କୁ ନିଜ ଗୃହ ଜିଲ୍ଲା ପରିବର୍ତ୍ତେ ଅନ୍ୟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
District Planning Committee, ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରେ ନୂଆ ପ୍ଲାନିଂ କମିଟି ଅଧ୍ୟକ୍ଷକଙ୍କୁ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ଓ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ଏହାର ତାଲିକା ପ୍ରକାଶ କରାଯାଇଛି। ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କାହାକୁ ପ୍ଲାନିଂ କମିଟି ଅଧ୍ୟକ୍ଷକ କରାଯାଇଛି...
ଅନୁଗୁଳ- ଅଶୋକ ପଣ୍ଡା (ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ)
ବଲାଙ୍ଗୀର- ରୋହିତ ପୂଜାରୀ (ଉଚ୍ଚଶିକ୍ଷା ମନ୍ତ୍ରୀ)
ବାଲେଶ୍ୱର- ଅନନ୍ତ ଦାସ (ଭୋଗରାଇ ବିଧାୟକ)
ବରଗଡ- ଦେବେଶ ଆଚାର୍ଯ୍ୟ (ବରଗଡ ବିଧାୟକ)
ଭଦ୍ରକ- ବ୍ୟୋମକେଶ ରାୟ (ଚାନ୍ଦବାଲି ବିଧାୟକ)
ବୌଦ୍ଧ- ମହୀଧର ରଣା (କଣ୍ଟାମାଳ ବିଧାୟକ)
କଟକ- ପ୍ରମୋଦ ମଲ୍ଲିକ (ନିଆଳି ବିଧାୟକ)
ଦେବଗଡ- ରାଜେନ୍ଦ୍ର ଢୋଲକିଆ (ଯୋଜନା ମନ୍ତ୍ରୀ)
ଢେଙ୍କାନାଳ- ବାସନ୍ତୀ ହେମ୍ବ୍ରମ୍ (ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ)
ଗଜପତି- ଜଗନ୍ନାଥ ସାରକା (ଆଇନ ମନ୍ତ୍ରୀ)
ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ (ଖଣୀ ମନ୍ତ୍ରୀ)
ଜଗତସିଂହପୁର- ପ୍ରମିଳା ମଲ୍ଲିକ (ରାଜସ୍ୱ ମନ୍ତ୍ରୀ)
ଯାଜପୁର- ସମୀର ଦାସ (ଗଣଶିକ୍ଷା ମନ୍ତ୍ରୀ)
ଝାରସୁଗୁଡା- ପ୍ରୀତିରଞ୍ଜନ ଘଡେଇ (ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ)
କଳାହାଣ୍ଡି- ନବ ଦାସ (ସ୍ୱାସ୍ଥ୍ୟ ମନ୍ତ୍ରୀ)
କନ୍ଧମାଳ- ଶ୍ରୀକାନ୍ତ ସାହୁ (ଶ୍ରମ ମନ୍ତ୍ରୀ)
କେନ୍ଦ୍ରାପଡା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ପଶୁ ସମ୍ପଦ ମନ୍ତ୍ରୀ)
କେନ୍ଦୁଝର- ଜଗନ୍ନାଥ ନାଏକ (ପାଟନା ବିଧାୟକ)
ଖୋର୍ଦ୍ଧା- ରାଜେନ୍ଦ୍ର ସାହୁ (ବେଗୁନିଆ ବିଧାୟକ)
କୋରାପୁଟ- ରଘୁରାମ ପଲାଡ (କୋରାପୁଟ ବିଧାୟକ)
ମାଲକାନଗିରି- ତୁଷାରକାନ୍ତି ବେହେରା (କ୍ରୀଡା ମନ୍ତ୍ରୀ)
ମୟୂରଭଞ୍ଜ- ଅଶ୍ୱିନୀ ପାତ୍ର (ପର୍ଯ୍ୟଟନ ମନ୍ତ୍ରୀ)
ନବରଙ୍ଗପୁର- ମନୋହର ରନ୍ଧାରୀ (ଡାବୁଗାଁ ବିଧାୟକ)
ନୟାଗଡ- ସତ୍ୟନାରାୟଣ ପ୍ରଧାନ (ରଣପୁର ବିଧାୟକ)
ନୂଆପଡା- ଟୁକୁନି ସାହୁ (ପରିବହନ ମନ୍ତ୍ରୀ)
ପୁରୀ- ନିରଞ୍ଜନ ପୂଜାରୀ (ଅର୍ଥ ମନ୍ତ୍ରୀ)
ରାୟଗଡା- ଅତନୁ ସବ୍ୟସାଚୀ ନାୟକ (ନିଗମ ମନ୍ତ୍ରୀ)
ସମ୍ବଲପୁର- ପ୍ରତାପ କେଶରୀ ଦେବ (ଶକ୍ତି ମନ୍ତ୍ରୀ)
ସୁବର୍ଣ୍ଣପୁର- ପ୍ରଦୀପ କୁମାର ଅମାତ (ସୂଚନା ଓ ଜନ ସମ୍ପର୍କ ମନ୍ତ୍ରୀ)
ସୁନ୍ଦରଗଡ- ସାରଦା ପ୍ରସାଦ ନାୟକ (ରାଉରକେଲା ବିଧାୟକ)
୧୯ ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରାଯାଇଛି। ମନ୍ତ୍ରୀଙ୍କୁ ନିଜ ଗୃହ ଜିଲ୍ଲା ପରିବର୍ତ୍ତେ ଅନ୍ୟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।