ଭୁବନେଶ୍ୱର: ବହୁ ବାଦବିବାଦ ଓ ହିଂସା ଭିତର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଶନିବାର ଠାରୁ ପର୍ଯ୍ୟାୟକ୍ରମେ ଭୋଟ ଗଣତି ହେବ। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାୟ ୨ ଲକ୍ଷ ୨୦ ହଜାର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଶନିବାର ଠାରୁ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ହେବ। ପ୍ରଥମ ଦିନ ଅର୍ଥାତ ୨୬ ତାରିଖରେ ୩୧୫, ୨୭ ତାରିଖରେ ୩୦୭ ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରିବାକୁ ଯୋଜନା କରାଯାଇଛି। ୨୮ ତାରିଖ ସୁଦ୍ଧା ସମସ୍ତ ଭୋଟ ଗଣତି ଶେଷ ହେବାକୁ ଥିବା ବେଳେ ୨୯ ତାରିଖ ପୂର୍ବରୁ ଫଳାଫଳ ଘୋଷଣା କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛି।


Also Read: ଆଜିର ରାଶିଫଳ: ଶୁଭଙ୍କର ହେବ ଶନିବାର! ଦାମ୍ପତ୍ୟ ଜୀବନରେ ଆସିବ ପରିବର୍ତ୍ତନ


 


ଆସନ୍ତା ତିନି ଦିନ ଭିତରେ ମୋଟ ୯୧୮୯୦ ୱାର୍ଡମେମ୍ବର, ୬୭୯୩ ସମିତି ସଭ୍ୟ ଓ ସରପଞ୍ଚଓ ୮୫୧ଟି ଜିଲ୍ଲା ପରିଷଦର ବିଜେତାଙ୍କ ନାମ ଘୋଷଣା ହେବ। ଗ୍ରାମ ପଞ୍ଚାୟତ ଅନୁସାରେ ଭୋଟ ଗଣତି ଟେବୁଲ ରହିବ। ଗୋଟିଏ ଟେବୁଲରେ ଜଣେ ସୁପରଭାଇଜର ଓ ଦୁଇଜଣ ସହକାରୀ କାଉଣ୍ଟିଂ ଅଫିସର ଓ ଜଣେ ଗ୍ରୁପ ଡି କର୍ମଚାରୀ ରହିବେ। ପ୍ରଥମେ ୱାର୍ଡମେମ୍ବର, ପରେ ସରପଞ୍ଚ ଓ ତା ପରେ ସମିତିସଭ୍ୟ, ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ। ଭୋଟ ଗଣତି ପରେ ବ୍ଲକ ଅଫିସରେ ଫଳାଫଳ ଘୋଷଣା ହେବ।