4 leaders along with Gamang Family returned to Congress: ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୯ ଥର ସାଂସଦ ଥିବା  ଆଦିବାସୀ ନେତା ଗିରିଧର ଗମାଙ୍ଗଙ୍କ ଘର ବାହୁଡ଼ା ହୋଇଛି। ଦିଲ୍ଲୀ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ବୈଠକରେ ସେ ତାଙ୍କ ପରିବାର ସହ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ବରଗଡ଼ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। କଂଗ୍ରେସ କୋଷାଧ୍ୟକ୍ଷ ତଥା ବରିଷ୍ଠ ନେତା ଅଜୟ ମାକେନ ଏହି ଚାରି ନେତାଙ୍କୁ କଂଗ୍ରେସ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମାବତୀ ଗମାଙ୍ଗ ଏବଂ ପୁତ୍ର ଶିଶିର ଗଜମାଙ୍ଗ ମଧ୍ୟ ଦଳରେ ସାମିଲ୍ ହୋଇଛନ୍ତି। ଗତ ନିର୍ବାଚନ ସମୟରେ ଗିରିଧର ଏବଂ ଶିଶିର ବିଜେପିରେ ସାମିଲ୍‍ ହୋଇଥିଲେ। କିନ୍ତୁ ଦଳରେ ତାଙ୍କୁ ଅଣଦେଖା କରିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ଆଧାର କରି ଗତବର୍ଷ ସେମାନେ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ। କିନ୍ତୁ ସେଥିରେ ମଧ୍ୟ ସେ ସଫଳତା ନପାଇବାରୁ ପୁଣିଥରେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 



 



ଗମାଙ୍ଗ ପରିବାର ସହ ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। ୨୦୦୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଏହି ନେତା କଂଗ୍ରେସ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଦଳରେ ତାଙ୍କୁ କୋଣଠେସା କରାଯିବା କାରଣକୁ ନେଇ ସେ ଦଳ ଛାଡ଼ି ବିଜେପିରେ ୨୦୨୨ ମସିହାରେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ ବି ତାଙ୍କୁ ଉପଯୁକ୍ତ ସୁଯୋଗ ନମିଳିବାରୁ ସେ ପୁଣିଥରେ ଘର ବାହୁଡ଼ିଛନ୍ତି। ପଦମପୁର ନିର୍ବାଚନ ମଣ୍ଡଳୀର ଅଧିବାସୀ ସଞ୍ଜୟ ଭୋଙ୍କ ବାପା କୃପାସିନ୍ଧୁ ଭୋଇ ପୂର୍ବରୁ ରାଜ୍ୟର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।