Odisha Politics: ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ
Privilege Notice in Odisha Assembly: ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଗତ ହେଉଛି। ହେଲେ ପୂର୍ବରୁ କୌଣସି ଆଇଏଏସ୍ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣା ଯାଇଥିବାର ନଜୀର ନାହିଁ।
Opposition Privilege Notice Against 5T Secretary: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ରାଜ୍ୟ ସରକାରଙ୍କ ୫-ଟି ସଚିବ ଭାବେ ପରିଚିତ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିରୋଧି ଦଳ। ଗୃହର ପରମ୍ପରାକୁ ରକ୍ଷା କରି ଏହି ନୋଟିସ ଦିଆଯାଇଥିବା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ଏନେଇ ବିରୋଧି ଦଳ ନେତା କହିଛନ୍ତି ଯେ, "ସଂସଦୀୟ ଧାରା ଏବଂ କାର୍ଯ୍ୟକାରୀତା ପୁସ୍ତିକାର ୨୭୮ ନମ୍ବର ପୃଷ୍ଠାରେ ବର୍ଣ୍ଣିତ ବିଧି ଅନୁସାରେ ଏହି ନୋଟିସ୍ ଦିଆଯାଇଛି। ଏହା ବଳରେ ସମ୍ପୃକ୍ତ ଅଧିକାରୀଙ୍କୁ ଗୃହରେ ଭର୍ତ୍ସନା କରାଯାଇ ପାରିବ ନଚେତ ତାଙ୍କୁ ଜେଲ୍ ପଠାଯାଇ ପାରିବ। "
୫-ଟି ସଚିବ ଶ୍ରୀ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ (5T Secretary VK Pandian) ବିରୁଦ୍ଧରେ ପୁରୁଣା ଅଭିଯୋଗକୁ ଏହାଦ୍ୱାରା ତାଜା କରିଛନ୍ତି ବିରୋଧି ଦଳ ନେତା (Leader of Opposition Odisha Assembly)। ଏନେଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (Odisha CM Private Secretary) ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ (Odisha Ministry of Council) ନାମରେ ବିମାନ ଭଡ଼ା ନେଇ ରାଜ୍ୟ ଭ୍ରମଣ କରିଛନ୍ତି। ଏହି ଦୁଇ ମନ୍ତ୍ରୀ ହେଲେ ପ୍ରଦୀପ ଅମାତ ଏବଂ ତୁଷାରକାନ୍ତୀ ବେହେରା। ସଚିବଙ୍କ ଏପରି କାର୍ଯ୍ୟ ଏକ ଅପରାଧି ବୋଲି ଅଭିଯୋଗ ହୋଇଛି। ଏହାକୁ ରାଜ୍ୟ ରାଜସ୍ୱକୁ ଠକିବାର ପ୍ରୟାସ ଭାବେ ଅଭିହିତ କରାଯାଇଛି। ଏଣୁ ତାଙ୍କ ବିରୁଦ୍ଧରେ ବିଜେପି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି (Opposition Privilege Notice Against 5T Secretary)।
ସାଧାରଣତଃ ଗୃହର ସଦସ୍ୟ ହୋଇଥିଲେ ତାଙ୍କ ବିରୁଦ୍ଧରେ ସ୍ୱାଧିକାରଭଙ୍ଗ ନୋଟିସ୍ ଅଣାଯାଇଥାଏ। ହେଲେ ଏଠାରେ ଶ୍ରୀ ପାଣ୍ଡିଆନ୍ ଗୃହର ସଚିବ ନୁହଁନ୍ତି। ପୁଣି ପୂର୍ବରୁ କୌଣସି ଆଇଏଏସ୍ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣା ଯାଇଥିବାର ନଜୀର ନାହିଁ। ଏଣୁ ଏହାର ବିଧିଗତ ଯଥାର୍ଥତା କେତେ ସେ ସମ୍ପର୍କରେ ମତ ରଖି ଶ୍ରୀ ମିଶ୍ର କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ସଂସଦୀୟ ବ୍ୟାପାର ବିଧି ଅନ୍ତର୍ଭୂକ୍ତ। ନିକଟରେ ଉତ୍ତରପ୍ରଦେଶ ବିଧାନସଭା ଦୁଇ ଆଇଏଏସ୍ ଅଧିକାରୀଙ୍କୁ ଜେଲ୍ ପଠାଇଛି। ଏହାସହ ରାଜ୍ୟ ବିଧାନସଭାରେ ମଧ୍ୟ ଅଣ ସଭ୍ୟଙ୍କ ବିରୁଦ୍ଧରେ ପୂର୍ବରୁ ସ୍ୱାଧିକାରଭଙ୍ଗ ନୋଟିସ ଅଣାଯାଇଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜଣା ଅଧିକାରୀ ଡିଡବ୍ଲୁ ମିଶ୍ରଙ୍କ ନାମରା ତତ୍କାଳୀନ କଂଗ୍ରେସ ବିଧାୟକ ପ୍ରସାଦ ହରିଚନ୍ଦନ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ ଏବଂ ତାହାକୁ ଗ୍ରହଣ କରାଯାଇଥିଲା ବୋଲି ଶ୍ରୀ ମିଶ୍ର ଯୁକ୍ତି ଉପସ୍ଥାପନ କରିଛନ୍ତି।
ବିରୋଧୀ ଦଳ ନେତାଙ୍କ ଏହି ସ୍ୱାଧିକାର ଭଙ୍ଗ ନୋଟିସ୍ ପରେ ଅପରାହ୍ନ ଚାରିଟା ସମୟରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ। ସେତେବେଳେ ବାଚସ୍ପତି ବିଜେପି ବିଧାୟକଙ୍କ ଦାବିକୁ ଆଖିରେ ରଖି ବିରୋଧୀ ଦଳ ନେତାଙ୍କୁ ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ଆକ୍ଷେପମୂଳକ କୁହାଯାଇ ଗୃହ କାର୍ଯ୍ୟ ନଥିରୁ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲ। ହେଲେ ଏହାକୁ ଏକ ଗୁରୁତର ଅପରାଧ ବୋଲି କହିବା ସହ ଶ୍ରୀ ସାହୁ ଏଥିନେଇ କ୍ଷମା ମାଗିବା ଜରୁରୀ ବୋଲି ବିଜେପି ଦାବି କରିଛି।
ଚଳିତ ବିଧାନସଭା ଅଧିବେଶନର ଆଉ ୨ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ଦୁଇ ଦିନ ଛୁଟି ପରେ ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ହେବ। ଏହି ସମୟରେ ଉକ୍ତ ପ୍ରସଙ୍ଗ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇଛି। ଏଭଳି ପରିସ୍ଥିତିରେ ବାଚସ୍ପତି କିପରି ଗୃହରେ ଭାରସାମ୍ୟ ରକ୍ଷା କରି ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି ତାହାକୁ ଅପେକ୍ଷା।