ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଏନେଇ ସମୟ ପାଖେଇ ଆସୁଥିବା ବେଳେ ଦଳୀୟ ରଣନୀତି, ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ତଥା ସହ ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ। 


COMMERCIAL BREAK
SCROLL TO CONTINUE READING

ଏହି କ୍ରମରେ ଗତ ବୁଧବାର ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି (SBSP) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର (Om Prakash Rajbhar) ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଳେଶ ଯାଦବଙ୍କୁ (Akhilesh Yadav) ଭେଟି ମେଣ୍ଟ ଗଠନ କରିବା ସମ୍ପର୍କରେ ଘୋଷଣା କରିଛନ୍ତି।


ଏନେଇ ସମାଜବାଦ ପାର୍ଟି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଦଳ ଏସବିଏସପି ସହ ଦଳିତ, ଶୋଷିତ, ପଛୁଆବର୍ଗ, ବଞ୍ଚିତ, ମହିଳା, କୃଷକ, ଯୁବକ ତଥା ପ୍ରତ୍ୟେକ ବର୍ଗଙ୍କ ଅଧିକାର ପାଇଁ ଲଢେଇ କରିବ। ଯଦି ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ଉଭୟ ଦଳ ଏକାଠି ହୁଅନ୍ତି ତାହେଲେ ରାଜ୍ୟରୁ ବିଜେପି ଗାଏବ ହୋଇଯିବ। ଅନ୍ୟପଟେ ଏସବିଏସପି ଅଧ୍ୟକ୍ଷ ଟ୍ୱିଟ କରି କହିଛନ୍ତି ଦଳିତ, ପଛୁଆବର୍ଗ, ସଂଖ୍ୟାଲଘୁ ତଥା ସମସ୍ତବର୍ଗ ପ୍ରତି ବିଶ୍ୱାସଘାତକତା କରିଥିବା ବିଜେପି ସରକାରର ସମୟ ପାଖେଇ ଆସୁଛି। 


Also Read: ଯଦି ରାଜ୍ୟରେ ସରକାର ଗଠନ ହୁଏ ତାହେଲେ ପ୍ରତ୍ୟେକ ପରିବାରକୁ ମିଳିବ ଚାକିରି: Shivpal Singh Yadav


ଏସପି ସୁପ୍ରିମୋଙ୍କ ସହ ହୋଇଥିବା ସାକ୍ଷାତକାର ପରେ ଏସବିଏସପି ଅଧ୍ୟକ୍ଷ କହିଛନ୍ତି ଆମେ ବିଜେପି ସହ ଏସପି, ବିଏସପି, କଂଗ୍ରେସ ଭଳି ଦଳକୁ ମେଣ୍ଟ ଗଠନ ପାଇଁ ନିମନ୍ତ୍ରଣ ଦେଇଛୁ। ଅଖିଳେଶ ଯାଦବ ଆମ ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏକ ମହାପଞ୍ଚାୟତ ଆୟୋଜନ କରାଯାଇଛି। ଯେଉଁଥିରେ ବଞ୍ଚିତ, ଅଧିବାସୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଅଂଶଗ୍ରହଣ କରିବେ। ଏହା ପରେ ଦଳ ମେଣ୍ଟ ଗଠନ ସହ ଆସନ ବୁଝାମଣା ପ୍ରସଙ୍ଗରେ ଅନ୍ୟ ଦଳ ସହ ଆଲୋଚନା କରିବ। ଯଦି ସମାଜ ପାର୍ଟି ଆମ ଲାଗି ଗୋଟିଏ ଆସନ ଛାଡିବ ନାହିଁ ତଥାପି ଦଳ ତାଙ୍କ ସହ ରହିବ।


କିଛି ଦିନ ପୂର୍ବେ ବିଜେପି ସହ ମେଣ୍ଟ କରିବା ନେଇ ସଙ୍କେତ ଦେଇଥିଲେ ଏସବିଏସପି ଅଧ୍ୟକ୍ଷ। ଦଳ କାହା ସହ ମେଣ୍ଟ କରିବ ସେ ନେଇ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ମହାପଞ୍ଚାୟତ ପରେ ଘୋଷଣା କରାଯିବ। ବିଜେପି ସହ ମେଣ୍ଟ ହେବ ନାହିଁ ବୋଲି ଗତ ମଙ୍ଗଳବାର ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ସେ। ଶାନ୍ତି, ଭାଇଚାରା ରାଜନୀତି କରୁଥିବା ଏବଂ ହିନ୍ଦୁ-ମୁସଲମାନ ବିଭାଜନ କରିବାର କାର୍ଯ୍ୟ କରୁନଥିବା ଦଳ ସହ ମେଣ୍ଟ ଗଠନ କରାଯିବ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ କୌଣସି ଦଳ ସହ ମେଣ୍ଟ କରାଯିବା ନାହିଁ ବୋଲି ବିଏସପି ମୁଖ୍ୟ ମାୟାବତୀ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଏସପି ସହ ଏସବିଏସପି ଦଳର ମେଣ୍ଟ ଗଠନ ସମ୍ଭାବନା ଦୃଢୀଭୂତ ହୋଇଛି।


ମେଣ୍ଟ ଗଠନ କରିବା ଲାଗି ଏସବିଏସପି ଅଧ୍ୟକ୍ଷ ରଖିଥିବା ସର୍ତ୍ତକୁ ମାନିନେଇଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ। ଆସନ୍ତା ୨୭ ତାରିଖରେ ରାଜ୍ୟର ମଉ ଜିଲ୍ଲାସ୍ଥିତ ଚନ୍ଦ୍ରପୁର ଠାରେ ଆୟୋଜିତ ହେବାକୁ ଯାଉଥିବା ଭାଗିଦାରୀ ସଙ୍କଳ୍ପ ମୋର୍ଚ୍ଚା ରାଲିରେ ସମାଜବାଦୀ ପାର୍ଟିର ଦଳୀୟ ପତାକା ଲଗାଯିବ ନାହିଁ କିମ୍ବା ଏହି ଦଳର କୌଣସି ଦଳୀୟ ନେତା ଏହି ଜନସଭାରେ ଯୋଗ ଦେବେ ନାହିଁ। କେବଳ ଏସବିଏସପି ଦଳର ହଳଦିଆ ରଙ୍ଗର ଦଳୀୟ ପତାକା ଲଗାଯିବ।


Also Read: UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar


ସହଯୋଗୀ ଦଳ ପକ୍ଷରୁ ରଖଯାଇଥିବା ସର୍ତ୍ତକୁ ପୂରଣ କରିବାକୁ ଯାଇ ସମାଜବାଦୀ ପାର୍ଟି ସୁପ୍ରିମୋ ଦଳ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଜାରି କରି କହିଛନ୍ତି ମଉ ଠାରେ ଏସବିଏସପି ପକ୍ଷରୁ ଆୟୋଜିତ ହେଉଥିବା ରାଲିରେ କୌଣସି ଦଳୀୟ କର୍ମକର୍ତ୍ତା ତଥା ନେତା ଯୋଗେ ଦେବେ ନାହିଁ।