Padampur Bypoll 2022: ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ରୋଚକପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି ପଦମପୁର ଉପନିର୍ବାଚନ। ବିଜେଡ଼ି ତାହାର ଫ୍ୟାମିଲି କାର୍ଡ ଖେଳି ସାରି ଥିବା ବେଳେ ବିଜେପି ଚାଷୀ କାର୍ଡ ଖେଳି ମନ ଜିତି ନେଇଛି। ହେଲେ ଏହି ନିର୍ବାଚନରେ ପଛରେ ପଡ଼ି ଯାଇଛି କଂଗ୍ରେସ। ବିଜେଡ଼ି ମନ ଖୋଲି ଜିତିବ ବୋଲି କହୁଥିବା ବେଳେ ବିଜେପି ପ୍ରାର୍ଥୀ ନାମାଙ୍କନ ନ ଭରିବାକୁ ନେଇ କଟାକ୍ଷ କରିଛି କଂଗ୍ରେସ। ଏନେଇ ଦଳ କହିଛି ଯେ ଯଦି ଚାଷୀଙ୍କ ପାଇଁ ଯଦି ଏତେ ଦରଦ ରହିଛି ତାହେଲେ ଜମାରୁ ନାମାଙ୍କନ ପତ୍ର ଦାଖଲ ନ କରନ୍ତୁ ବିଜେପି ପ୍ରାର୍ଥୀ। ହେଲେ ଚାଷୀଙ୍କ ସହ କିନ୍ତୁ ଭଣ୍ଡାମୀ ନ କରନ୍ତୁ।


COMMERCIAL BREAK
SCROLL TO CONTINUE READING

ପଦମପୁର ଉପନିର୍ବାଚନ ପାଇଁ ଭରା ଯାଇନାହିଁ ନାମାଙ୍କନ। ହେଲେ ଆରମ୍ଭ ହୋଇଗଲାଣି ବାକ୍ ଯୁଦ୍ଧ। ଚାଷୀଙ୍କୁ ମୋହରା କରି ନିର୍ବାଚନ ବୈତରଣୀ ପାର ପାଇଁ ପ୍ରୟାସ କରିଛି ବିଜେପି। ଦଳ କହିଛି ଯିଏ ଯାହା କହୁ ଏହି ଧର୍ମ ଯୁଦ୍ଧରେ ପଦମପୁର ୨୨ ବର୍ଷ ଧରି ଅବହେଳାର ଶିକାର ହୋଇଛି। ଲୋକଙ୍କ ସହ ଠିଆ ହେବା ରାଜନୈତିକ ଦଳ ହିସାବରେ ଯଥାର୍ଥ। ପ୍ରଦୀପ ପୁରୋହିତ ତୃଣମୂଳ ସ୍ତରରୁ ଚାଷୀ ଆନ୍ଦୋଳନରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ତାଙ୍କର ନାମାଙ୍କନ ନ ଭରିବାର ନିଷ୍ପତ୍ତି ମଧ୍ୟ ସମ୍ପୂର୍ଣ୍ଣ ଯଥାର୍ଥ।


Also Read: Padampur Byelection: ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କେବେ ପ୍ରାର୍ଥୀ ଦେବ ବିଜେଡି?


ରାଜନୈତିକ ସମୀକ୍ଷକ ଏବଂ ବିଜେଡ଼ି ନେତା ମଧ୍ୟ କହୁଛନ୍ତି, ବିଜେପି ଯାହା କରିଛି ଠିକ୍ କରିଛି। ସାଧାରଣ ଲୋକ ଏବଂ ଚାଷୀଙ୍କ ପାଖରେ ଠିଆ ହେବାର ସୌଜନ୍ୟତା ଅନ୍ୟ ରାଜନୈତିକ ଦଳ ଭୁଲି ଯାଇଛନ୍ତି। ହେଲେ ବିଜେପି ସେହି ପ୍ରକ୍ରିୟାକୁ ଆରମ୍ଭ କରିଛି। ବିଜେପି ସାଧାରଣ ଲୋକ, ଜନସାଧାରଣଙ୍କ ସମସ୍ୟା ଏବଂ ଚାଷୀଙ୍କ ସହ ଅଛି। ଏ ବାର୍ତ୍ତା ଦେବା ପାଇଁ ଗତକାଲି ଦଳୀୟ ପ୍ରଦୀପ ପୁରୋହିତ ପ୍ରାର୍ଥୀ ନାମାନଙ୍କନ ଭରିଲେ ନାହିଁ ବୋଲି କହିଛି ବିଜେପି।


Also Read: By Election 2022: ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ବିଜେପି


ସେପଟେ କଂଗ୍ରେସ କହିଛି ବିଜେପି ଭଣ୍ଡାମୀ କରୁଛି। ଯଦି ବାସ୍ତବରେ ଚାଷୀଙ୍କ ପ୍ରତି ଏତେ ଦରଦ ଅଛି, ତାହେଲେ ଜମାରୁ ନାମାଙ୍କନ ଦାଖଲ ନ କରନ୍ତୁ ବିଜେପି ପ୍ରାର୍ଥୀ। ଅଧା ବାଟରୁ ଫେରିଆସିବା, ଡ୍ରାମା କରିବା ବନ୍ଦ ହେଉ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି। ସେପଟେ ଦଳର ଅନ୍ୟତମ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଶୁଣିବାକୁ ମିଳୁଛି କାଳେ ପ୍ରଦୀପ ପୁରୋହିତଙ୍କ ଜ୍ୟୋତିଷ ମନା କରିବାରୁ ନାମାଙ୍କନ ଭରିଲେ ନାହିଁ।


Also Read: Padampur Bypoll 2022: ପଦମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ଏଥର କିଏ ପିନ୍ଧିବେ ବିଜୟ ମୁକୁଟ?


ଏହାରି ଭିତରେ ବିଜେଡ଼ି କହିଛି ପଦ୍ମପୁରରେ ଆମେ ଜିତିବୁ। ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ଦଳ କହିଛି।