Padmapur Bypoll, ବରଗଡ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦିନ ୧୨ଟାରୁ ଗୋଟାଏ ଭିତରେ ନାମାଙ୍କନ ପତ୍ର ଦାଖଲ କରିବେ। ଦିନ ୧୧ଟାରେ ଏକ ବିଶାଳ ରାଲି କରି ପ୍ରଦୀପ ପୁରୋହିତ, ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ପହଞ୍ଚିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଦଳୀୟ ନେତା ଉପସ୍ଥିତ ରହିବେ। 


COMMERCIAL BREAK
SCROLL TO CONTINUE READING

ପଦ୍ମପୁରରେ ବଢୁଛି ନିର୍ବାଚନି ତାତି । ବିଜେପି, କଂଗ୍ରେସ ଓ ବିଜେଡି ମଧ୍ୟରୁ ପ୍ରଥମେ ବିଜେପି ପ୍ରାର୍ଥୀ ଘୋଷଣା କରିଵା ସହ ଆଜି ନାମାଙ୍କନ ପତ୍ର ଦାଖଲ କରିବ। ସେପଟେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ପଦ୍ମପୁର ଗସ୍ତ କରିଛନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଦଳ ପକ୍ଷରୁ ସ୍ଥିର କରାଯାଇଛି। ଏହି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ପୁରୋହିତଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁ ଉପସ୍ଥିତ ରହିବେ। 


Also Read: ରାଷ୍ଟ୍ରପତିଙ୍କୁ ନେଇ TMC ମନ୍ତ୍ରୀଙ୍କ ଆପତ୍ତିଜନକ ଟିପ୍ପଣୀ, ଗିରଫ ଦାବି କଲା ବିଜେପି, ନିରବ ମମତା


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡରୁ ପଦ୍ମପୁର ଯିବା ରାସ୍ତାରେ ଘେଂସ ରାଜମାତା ସ୍ୱର୍ଗୀୟା ମମତା ସିଂ ବରିହାଙ୍କ ପରିବାର ବର୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତ କିଛି ଦିନ ତଳେ ସହିଦ ମାଧୋ ସିଂ ଦାୟଦ ତଥା ଘେଁସ ରାଜମାତା ମମତା ସିଂ ବରିହାଙ୍କ ନିଧନ ହୋଇଥିଲା। ପରବର୍ତ୍ତୀ ସମୟରେ ପଦ୍ମପୁରର ମା’ ବନ ଦୁର୍ଗା ମନ୍ଦିରରେ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦୀପ ପୁରୋହିତଙ୍କ ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।


ଗତ କିଛି ନିର୍ବାଚନ ହେଲା ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରୁଛି। ପଦ୍ମପୁର ଉପନିର୍ବାଚନରେ ମଧ୍ୟ ପ୍ରଥମ ଦଳ ଭାବେ ପ୍ରଦୀପ ପୁରୋହିତଙ୍କୁ ଦଳ ପ୍ରାର୍ଥୀ କରିଛି। କଂଗ୍ରେସ, ସତ୍ୟ ଭୂଷଣ ସାହୁଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ଏବେ ଦ୍ୱନ୍ଦରେ ଅଛି। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରିବାରରୁ ଜଣଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଇଛି। ରେସରେ ଦିବଙ୍ଗତ ବିଧାୟକଙ୍କ ପତ୍ନୀ ତିଳୋତମା ଓ ଭଣଜା ବୋହୂ ମାଧବୀ ସିଂହ ଥିବା ନେଇ ଚର୍ଚ୍ଚା ଚାଲିଛି। ତେବେ ଦଳର ମୁଖିଆ ନବୀନ ପଟ୍ଟନାୟକ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହାକୁ ଅପେକ୍ଷା।


Also Read: By Election 2022: ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ବିଜେପି


ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି। ଏଥିପାଇଁ ୧୭ ତାରିଖ ସୁଦ୍ଧା ନାମାଙ୍କନ ଓ ୧୮ରେ ଯାଞ୍ଚ ହେବ। ୨୧ ତାରିଖ କିମ୍ବା ତା ପୂର୍ବରୁ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଡିସେମ୍ବର ୮ରେ ମତଦାନ ହେବାକୁ ଥିବା ବେଳେ ଡିସେମ୍ବର ୮ରେ ଭୋଟ ଗଣତି ହେବ। ଡିସେମ୍ବର ୧୦ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି। ପଦ୍ମପୁର ସହ ଦେଶର ମୋଟ ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ହେବ।