Union Cabinet Meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)ଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ (Importnat Metting) ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ ବଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆତ୍ମନିର୍ଭରଶୀଳ ଭାରତର ଅବଧାରଣାକୁ ପ୍ରୋତ୍ସାହିତ କରିବା ପାଇଁ ୩ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀମଣ୍ଡଳ, ଉଚ୍ଚ ଦକ୍ଷତା ବିଶିଷ୍ଟ ସୋଲାର ପିବି ମଡ୍ୟୁଲ୍ ଟ୍ରାନ୍ସ-୨ ପାଇଁ PLI ଯୋଜନାକୁ ଅନୁମୋଦନ କରିଛି। ଅନୁରାଗ ଠାକୁର କହିଛନ୍ତି ଯେ ଏଥିପାଇଁ ୧୯,୫୦୦ କୋଟି ଟଙ୍କାର ଅଟକଳ କରାଯାଇଛି। ଏଥିସହିତ ୧୪ଟି କ୍ଷେତ୍ରରେ PLI ଯୋଜନା ଅଣାଯାଇଛି। ଏହି ଯୋଜନାରେ ସୋଲାର ପେନାଲକୁ ଦେଶରେ ଉତ୍ପାଦନକୁ ଅଗ୍ରାଧିକାର ଦିଆଯିବ। ସେ କହିଛନ୍ତି ଯେ, ଦ୍ୱିତୀୟ ନିଷ୍ପତ୍ତି ହେଉଛି ସେମି କଣ୍ଡକ୍ଟର ଓ ଡିସପ୍ଲେ ଉତ୍ପାଦନ ଉପରେ। ସେମିକଣ୍ଡକ୍ଟର ଫେବ୍ରିକେସନ୍ ପଲିସିକୁ ଅଧିକ ଆକର୍ଷଣୀୟ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି ଯେ ମନ୍ତ୍ରୀମଣ୍ଡଳ, ସେମିକଣ୍ଡକ୍ଟରର ଓ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମର ବିକାଶ ପାଇଁ କାର୍ଯ୍ୟକ୍ରମରେ ସଂଶୋଧନକୁ ଅନୁମୋଦନ କରିଛି। ପ୍ରଯୁକ୍ତିବିଦ୍ୟା ନୋଡ୍ସ ସହିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର୍ସ, ପ୍ୟାକେଜିଂ ଏବଂ ଅନ୍ୟ ସେମିକଣ୍ଡକ୍ଟର୍ସ ସୁବିଧା ପାଇଁ ୫୦% ପ୍ରୋତ୍ସାହନ ଦିଆଯିବ। ଏଥିରେ ୨ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୮ ଲକ୍ଷ ଲୋକଙ୍କୁ ପରୋକ୍ଷ ରୋଜଗାର ମିଳିବ।


କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ତୃତୀୟ ନିଷ୍ପତ୍ତି ହେଉଛି ରାଷ୍ଟ୍ରୀୟ ଲଜିଷ୍ଟିକ୍ ନୀତି, ଯାହା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ପଲିସିକୁ ମଞ୍ଜୁରୀ ଦିଆଯାଇଛି। ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଉନ୍ନତି ଆଣିବା ଏବଂ ୨୦୩୦ ସୁଦ୍ଧା ଶୀର୍ଷ ୨୫ ଦେଶ ମଧ୍ୟରେ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଠାରେ କହିରଖୁଛୁ ଯେ, ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଲଜିଷ୍ଟିକ୍ ନୀତିର ରୂପରେଖ ଉପସ୍ଥାପିତ କରିସାରିଛନ୍ତି। ଏହା ମାଧ୍ୟମରେ ସମଗ୍ର ଦେଶରେ ଉତ୍ପାଦ ଗୁଡିକର ଅବାଧ ସ୍ଥାନାନ୍ତରଣକୁ ପ୍ରୋତ୍ସାହନ ଦେଇ ପରିବହନ ସହିତ ଜଡିତ ଖର୍ଚ୍ଚକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି।


ଜାତୀୟ ଲଜିଷ୍ଟିକ୍ ପଲିସି (National Logistics Policy) ଜାରି କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାର ଉଦ୍ଦେଶ୍ୟ ହେଉଛି ଲଜିଷ୍ଟିକ ଖର୍ଚ୍ଚକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୩ ରୁ  ୧୪ ପ୍ରତିଶତ ବର୍ତ୍ତମାନର ସ୍ତରରୁ କମ କରି ଏକକ ଅଙ୍କକକୁ ଆଣିବା। ଲଜିଷ୍ଟିକ୍ ପଲିସି ଅନୁଯାୟୀ ଏକ ୟୁନିଫାଏଡ୍ ଲଜିଷ୍ଟିକ୍ ଇଣ୍ଟରଫେସ୍ ପ୍ଲାଟଫର୍ମ (ULIP) ବିକଶିତ କରିବାକୁ ପ୍ରସ୍ତାବ ଦିଆଯାଇଛି ଯାହା ବିଭିନ୍ନ ସରକାରୀ ଏବଂ ବେସରକାରୀ ଏଜେନ୍ସିର ସୁବିଧାକାରୀ ଭାବେ କାର୍ଯ୍ୟ କରିବ। ତେଣୁ କୁହାଯାଉଛି ଯେ, ଏହି ନିଷ୍ପତ୍ତି ଦ୍ବାରା ଦେଶର ଅନେକ ଲୋକ ଉପକୃତ ହେବେ ଓ ଏହା ଆଧୁନିକ ଭାରତର ଏକ ମୂଳଦୁଆ ଭାବେ କାର୍ଯ୍ୟ କରିବ।