ମୋନିକା ମହାନ୍ତି,ନୂଆଦିଲ୍ଲୀ: ଯେଉଁ ପ୍ରସଙ୍ଗରେ ବିଧାନସଭା ମାସେ ଆଗରୁ ବନ୍ଦ ହେଲା, ସେହି ପରୀକୁ ଏଯାଏ ମିଳିନି ନ୍ୟାୟ। ଓଡିଶା ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ-ଏସଆଇଟି (SIT) ଗଠନ କଲେ, ଆଉ ଏହାର ଦାୟିତ୍ୱ  ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କୁ (IPS Arun Bothra) ପ୍ରଦାନ କଲେ। 


COMMERCIAL BREAK
SCROLL TO CONTINUE READING

ପରୀ ଗାଁକୁ ଯାଇ ଅରୁଣ ବୋଥ୍ରା ତଦନ୍ତ ବି ଆରମ୍ଭ କରିଛନ୍ତି। ହେଲେ ଏହି ତଦନ୍ତ ପରୀକୁ ନ୍ୟାୟ ଦେବ ପାରିବ? ଏହି ପ୍ରଶ୍ନ ଏବେ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯେଉଁଠି ସରକାର ଚାହିଁଲେ ଦୂବଘାସ ହଲିବନି ସେଇଠି କୁନି ପିଲାକୁ ହତ୍ୟା କରି ହତ୍ୟାକାରୀ ଏପର୍ଯ୍ୟନ୍ତ ଆଶ୍ୱସ୍ତିର ନିଃଶ୍ୱାସ ମାରୁଛି। ଆଉ ରାଜ୍ୟରେ ଚାଲିଥିବା ପଲିଟିକାଲ ପୋଷ୍ଟମର୍ଟମକୁ (Political Postmortem) ମନ ଭରି ଉପଭୋଗ କରୁଛି। ଏଠାରେ ପ୍ରଶ୍ନ ଉଠୁଛି ପରୀ ହତ୍ୟାକାରୀକୁ ପ୍ରକୃତରେ ସରକାର ଧରିପାରିବେ ନା ଅତୀତର ଅନେକ ଘଟଣା ଭଳି ଏଥରର 'ପରୀ' ଘଟଣା (Pari Murder case) ତଦନ୍ତ ଆଢୁଆଳରେ ସବୁଦିନ ପାଇଁ ଚାପି ହୋଇ ରହିଯିବ।


ଏହାରି ମଧ୍ୟରେ ବିରୋଧି ପରୀକୁ ନ୍ୟାୟ ଦାବିରେ ସ୍ୱରକୁ ଶାଣିତ କରିଛନ୍ତି। ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି। ସୋମବାର ପରୀ ଗାଁକୁ ମଧ୍ୟ ଯାଇଥିଲା ଦଳ। ସେପଟେ ପରୀକୁ ନ୍ୟାୟ ମିଳିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ଶାସକ ଦଳ। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯାହା ହେଉ ପରୀକୁ ମିଳିବ ନ୍ୟାୟ। ଅନ୍ୟପଟେ ପରୀ ପ୍ରସଙ୍ଗରେ କଂଗ୍ରେସରେ ସୃଷ୍ଟି ହୋଇଥିବା ମହାଭାରତର ଦିନକୁ ଦିନ ନୂଆ ନୂଆ ଅଧ୍ୟାୟ ଦେଖିବାକୁ ମିଳୁଛି।


Also Read:ପରୀ ହତ୍ୟାକାଣ୍ଡ ମାମଲା; ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୂତି ଉଦ୍ୟମ


 


ବିଜେପି ନେତା ସମ୍ବିତ ପାତ୍ରଙ୍କ କଂଗ୍ରେସ ବିଧାୟକ ଟଙ୍କା ଖାଇବା ପ୍ରସଙ୍ଗକୁ ନେଇ ଚିହିଁକି ଉଠିଛି ହାତ ଦଳ। ଯାହାକୁ ନେଇ ରାଜନୀତି ଆହୁରି ତୀବ୍ର ହୋଇଛି। 'ପରୀ'  ଘଟଣାକୁ ନେଇ ରାଜନୈତିକି ରୁଟି ସେକା ଚାଲିଥିବା ବେଳେ ହତ୍ୟାକାରୀର ଟେର୍ ପାଇନି ପୋଲିସ। ରାଜ୍ୟର ଆଇଶୃଙ୍ଖଳା ପରିସ୍ଥିତିକୁ ନେଇ ଡିଣ୍ଡିମ ପିଟୁଥିବା ପୋଲିସ ହେଉ ଅବା ସରକାର, 'ପରୀ' ହତ୍ୟାକାରୀକୁ ଧରିବାରେ ଏତେ ବିଳମ୍ୱ କରୁଛନ୍ତି କାହିଁକି? ଜଣେ କୁନି ଝିଅର ହତ୍ୟାକାରୀକୁ ନଧରିବା ପଛରେ କ'ଣ ରହିଛି ଉଦ୍ଦେଶ୍ୟ ? ସତରେ କ'ଣ ସବୁଦିନ ପାଇଁ ଅଶାନ୍ତିରେ ଘୂରି ବୁଲୁଥିବ ତା'ର ଆତ୍ମା? ଗୁମୁଡୁମାହା ଓ କୁନ୍ଦୁଲି ହତ୍ୟା ମାମଲାରେ ଏସଆଇଟି ତଦନ୍ତ ଭଳି ଫାଇଲ ତଳେ ଚାପି ହୋଇଯିବନି ତ ପରୀ?