Punjab Minister Fauja Singh Sarari: ହତ୍ୟା ଏବଂ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା ଭୋଗୁଥିବା ଗୁରୁମିତ ରାମ ରହୀମ ସିଂହ ପାରୋଲରେ ଜେଲରୁ ବାହାରିବା ମାତ୍ରେ ଚଳଚଞ୍ଚଳ ହୋଇଉଠିଛି ଡେରା ସଚ୍ଚା ସୌଦା। ବର୍ତ୍ତମାନ ଏଠାକୁ ରାଜନେତାଙ୍କ ଆଗମନ ଆରମ୍ଭ ହୋଇଗଲାଣି। ଏହି କ୍ରମରେ ନିକଟରେ ଡେରା ସଚ୍ଚା ସୌଦା ପକ୍ଷରୁ 'ନାମ ଚାର୍ଚ୍ଚା ଘର' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ଫୌଜା ସିଂହ ସରାରୀ। ହେଲେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ।


COMMERCIAL BREAK
SCROLL TO CONTINUE READING

ଗତ ଶନିବାର ଡେରା ସଚ୍ଚା ସୌଦା (Dera Sacha Sauda) ପକ୍ଷରୁ ଆୟୋଜିତ ହୋଇଥିଲା 'ନାମ ଚର୍ଚ୍ଚା ଘର' କାର୍ଯ୍ୟକ୍ରମ (Naam Charcha Ghar Programme)। ଯେଉଁଥିରେ ଯୋଗ ଦେଇଥିଲେ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ଫୌଜା ସିଂହ ସରାରୀ (Punjab Minister Fauja Singh Sarari)। ଏହି କାର୍ଯ୍ୟକ୍ରମର ମନ୍ତ୍ରୀଙ୍କୁ ସମ୍ମାନିତ କରିଥିଲେ ଡେରାବାସୀ। ଏହି ଘଟଣାରେ ପ୍ରତିକ୍ରିୟା ରଖି ଡେରା ସଚ୍ଚା ସୌଦା ପକ୍ଷରୁ କୁହାଯାଇଛି ମନ୍ତ୍ରୀଙ୍କୁ ଏଠାକୁ ଆସିବା ଲାଗି ନିମନ୍ତ୍ରଣ କରାଯାଇ ନଥିଲା। ମନ୍ତ୍ରୀ ଡେରା ନିକଟସ୍ଥ ଏକ ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ସ୍ଥାନୀୟ ଲୋକ ସେମାନଙ୍କ ସମସ୍ୟା ଜଣାଇବା ଲାଗି ମନ୍ତ୍ରୀଙ୍କୁ ଅଟକାଇ ଦେଇଥିଲେ। ଏଠାରେ କୌଣସି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାହିଁ ବୋଲି ଡେରା ପକ୍ଷରୁ କୁହାଯାଇଛି।


Also Read: Punjab Politics: ବିବାଦ ପରେ ସଫେଇ ଦେଲେ ପଞ୍ଜାବ ମନ୍ତ୍ରୀ ଫୌଜା ସିଂହ ସରାରୀ, କ'ଣ ଥିଲା ଘଟଣାକ୍ରମ


ହତ୍ୟା ଅଭିଯୁକ୍ତ ଗୁରୁମିତ ରାମ ରହୀମ ସିଂହଙ୍କ (Gurmeet Ram Rahim Singh) ଡେରା ସଚ୍ଚା ସୌଦାରେ ହାଜର ହେବା ପରେ ପଞ୍ଜାବ ମନ୍ତ୍ରୀ ଫୌଜା ସିଂହ ସରାରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ପୂର୍ବତନ ମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧୱା (Sukhjinder Singh Randhawa) କହିଛନ୍ତି ଯେ ଯେତେବେଳେ ବରଗାଡ ହତ୍ୟା ମାମଲାର ଦୋଷୀଙ୍କ ଚରଣକୁ ପଞ୍ଜାବ ସରକାର ଆସିଯାଇଛି, ସେତେବେଳେ ନ୍ୟାୟ ପାଇଁ କିପରି ଭରସା କରାଯାଇ ପାରିବ?


ଏନେଇ ପ୍ରତିକ୍ରିୟା ରଖି ପଞ୍ଜାବ ମନ୍ତ୍ରୀ ଫୌଜା ସିଂହ ସରାରୀ ପ୍ରତିକ୍ରିୟା ରଖି ଅଭିଯୋଗ କରି କହିଛନ୍ତି ଯେ ଏହି ଘଟଣାକୁ ଭୁଲ ଉପାୟରେ ଉପସ୍ଥାପିତ କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ସେ ଡେରା ସଚ୍ଚା ସୌଦା ପକ୍ଷରୁ ଆୟୋଜିତ ହୋଇଥିବା କୌଣସି କାର୍ଯ୍ୟକ୍ରମକୁ ଯାଇନାହାଁନ୍ତି।


Also Read: Delhi Politics: ପ୍ରଶ୍ନ ଶୁଣି ପଳାୟନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କାରଣ


ନିଜର ଦୁଇଜଣ ଶିଷ୍ୟାଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଡେରା ମୁଖ୍ୟ ଗୁରୁମିତ ରାମ ରହୀମ ସିଂହ ୪୦ ଦିନ ପାରୋଲରେ ସୁନାରିଆ ଜେଲରୁ ବାହାରିଛନ୍ତି। ଜେଲରୁ ବାହାରିବା ପରେ ସେ ବର୍ଣ୍ଣୱା ଆଶ୍ରମକୁ ଯାଇଥିଲେ। ଜେଲରୁ ବାହାରିବା ପରଠାରୁ ରାମ ରହିମ ବାଗପତ ବର୍ଣ୍ଣୱା ଆଶ୍ରମରେ କେବଳ ଅନଲାଇନ୍ ସତସଙ୍ଗ କରୁଛନ୍ତି। ଗତ ବର୍ଷ ଡେରା ମ୍ୟାନେଜର ରଣଜିତ ସିଂହଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ରାମ ରହୀମଙ୍କୁ ଗତ ବର୍ଷ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପ୍ରାୟ ୧୬ ବର୍ଷ ପୂର୍ବେ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ଗତ ୨୦୧୯ ରେ ଡେରା ମୁଖ୍ୟ ଏବଂ ଅନ୍ୟ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।