ଚଣ୍ଡିଗଡ଼: Punjab Municipal Election Results 2021: କୃଷକ ଆନ୍ଦୋଳନ (Farmers Protest) ମଧ୍ୟରେ ପଞ୍ଜାବରୁ ବିଜେପି (BJP) ପାଇଁ ବହୁତ ବଡ଼ ଖରାପ ଖବର ଆସିଛି । ପଞ୍ଜାବର ପୌର ନିର୍ବାଚନରେ ​​ଶାସକ ଦଳ କଂଗ୍ରେସ (Congress) ବିରାଟ ବିଜୟ ହାସଲ କରିଛି । ଦଳ ଏପର୍ଯ୍ୟନ୍ତ ୮ଟି ନଗର ନିଗମ ମଧ୍ୟରୁ ୬ଟି ଜିତିଛି ଏବଂ ସପ୍ତମ ମ୍ୟୁନିସିପାଲିଟି କର୍ପୋରେସନରେ ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି । ଏଥି ସହିତ ଆଜି ଅର୍ଥାତ ଗୁରୁବାର ଆଉ ଏକ ନଗର ନିଗମର ନିର୍ବାଚନ ଫଳାଫଳ ଆସିବ । ୧୦୯ଟି ପୌର ପରିଷଦ ମଧ୍ୟରୁ କଂଗ୍ରେସ ୬୩ଟି ଜିତିଛି । ଶିରୋମଣୀ ଅକାଳୀ ଦଳ (SAD) ୮ଟି ଜିତିଥିବା ବେଳେ ​​ଏବଂ ଆମ୍ ଆଦମୀ ପାର୍ଟି (APP) ୨ଟିରେ ଜିତିଛି । ସେପଟେ ମ୍ୟୁନିସିପାଲିଟି ବା ପୌର ପରିଷଦରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଛି । କଂଗ୍ରେସ ୨୧୬୫ ମ୍ୟୁନିସିପାଲିଟି ୱାର୍ଡରୁ ୧୩୯୯ ୱାର୍ଡ ଜିତିଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦିଆଯିବ ଫାଶୀ, ବକ୍ସରରୁ ଆସିବ ରଶି


ରାଜ୍ୟ ପୌର ନିର୍ବାଚନରେ ​​ବିଜୟକୁ ନେଇ କଂଗ୍ରେସ ବହୁତ ଉତ୍ସାହିତ ଅଛି । ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି, "ପଞ୍ଜାବରେ ପଞ୍ଜା..." ସେ କହିଛନ୍ତି, "ପଞ୍ଜାବର କ୍ଷେତରେ ଫଳିଥିବା ଆକ୍ରୋଶର ଫସଲ ମୋଦି ଓ ବିଜେପି ଦ୍ୱାରା ନିର୍ଦ୍ଦୟତା, ନିଷ୍ଠୁରତା, କଟୁ ବାକ୍ୟ ଏବଂ ଦ୍ୱନ୍ଦ୍ୱର ଆକାଶର ଉଚ୍ଚତା ଉପରେ ବସିବାର ମତିଭ୍ରମକୁ ଉଚିତ ଜବାବ ଦେଇଛି...ପଞ୍ଜାବର ଅଭିଶାପ...ବିଜେପି ଡ୍ରପ୍..।"  ପଞ୍ଜାବ କଂଗ୍ରେସ ଟ୍ୱିଟ୍ କରି କହିଛି ଯେ, ପଞ୍ଜାବର ଲୋକମାନେ ବିଜେପି, ଅକାଳୀ ଦଳ ଏବଂ ଆମ୍ ଆଦମୀ ପାର୍ଟିର ମୁହଁରେ ଶକ୍ତ ଚାପୁଡ଼ା ମାରିଛନ୍ତି, ଯେଉଁମାନେ ଅନ୍ନଦାତାଙ୍କ ସମ୍ମାନ ସହ ଖେଳୁଛନ୍ତି ।


ଅଧିକ ପଢ଼ନ୍ତୁ:-LPG ଗ୍ରାହକଙ୍କ ପାଇଁ ଖୁସି ଖବର


ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ଭଟିଣ୍ଡାରେ ଜିତିଛି । ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଟ୍ୱିଟ୍ କରି କହିଛନ୍ତି ଯେ, ୫୩ ପରେ ଭଟିଣ୍ଡାରେ କଂଗ୍ରେସର ପ୍ରଥମଥର ପାଇଁ ମେୟର ହେବ । ସେପଟେ ରାଜ୍ୟ ନିର୍ବାଚନ ଆୟୋଗ ମୋହାଲି ମ୍ୟୁନିସିପାଲିଟି କର୍ପୋରେସନର ଦୁଇଟି ମତଦାନ କେନ୍ଦ୍ରରେ ପୁନଃମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ତେଣୁ ଗୁରୁବାର ଏହି ନିଗମ ପାଇଁ ଭୋଟ୍ ଗଣନା କରାଯିବ ।


ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ ପୁଡୁଚେରୀର କଂଗ୍ରେସ ସରକାର! ରାହୁଲଙ୍କ ଗସ୍ତ ପୂର୍ବରୁ ଆଉ ଜଣେ ବିଧାୟକଙ୍କ ଇସ୍ତଫା


ଆପଣଙ୍କୁ କହିରଖୁଛୁ ଯେ, ପଞ୍ଜାବରେ ନିର୍ବାଚନ ଏପରି ଏକ ସମୟରେ ଅନୁଷ୍ଠିତ ହୋଇଛି ଯେଉଁଠାରେ ଗତ ୬ ମାସ ଧରି ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ପ୍ରଦର୍ଶନ କରାଯାଉଛି । ତିନୋଟି ନୂତନ କୃଷି ଆଇନ (Farm Laws) ପ୍ରତ୍ୟାହାର କରିବାକୁ ଚାଷୀମାନେ ଦାବି କରୁଛନ୍ତି ।