Rahul Gandhi On Himachal Election Results 2022: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election 2022) ରେ ​​କଂଗ୍ରେସ (Congress) ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏଠାରେ ଭାରତୀୟ ଜନତା ପାର୍ଟି (BJP) କୁ ବଡ଼ ଝଟକା ଲାଗିଛି । ଅନ୍ୟପଟେ ଗୁଜୁରାଟରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି । ଏଠାରେ ବିଜେପି ରେକର୍ଡ ସୃଷ୍ଟି କରି ବିଜୟ ହାସଲ କରିଛି । ହିମାଚଳ ପ୍ରଦେଶରେ କଂଗ୍ରେସ ୪୦ଟି ଆସନ ଜିତିଛି । ଏଥି ସହ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ବିରୋଧୀ ଦଳର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି । ହିମାଚଳ ପ୍ରଦେଶରେ ବିଜେପି ୨୫ଟି ଆସନ ଜିତିଛି । ହିମାଚଳରେ କଂଗ୍ରେସର ବିଜୟ ପରେ ଦଳର ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଏହି ବିଜୟ ପାଇଁ ରାହୁଲ ଗାନ୍ଧୀ ହିମାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, "ଏହି ନିର୍ଣ୍ଣାୟକ ବିଜୟ ପାଇଁ ହିମାଚଳ ପ୍ରଦେଶର ଲୋକମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ । ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ନେତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆପଣ ମାନଙ୍କର ପରିଶ୍ରମ ଓ ନିଷ୍ଠା ଏହି ବିଜୟ ପାଇଁ ଶୁଭକାମନା ଯୋଗ୍ୟ ଅଟେ । ପୁଣି ଥରେ ଆଶ୍ୱସ୍ତ କରୁଛି, ଜନତାଙ୍କୁ କରାଯାଇଥିବା ପ୍ରତିଶୃତି ଖୁବ୍ ଶୀଘ୍ର ପୂରଣ ହେବ ।"



ଏହାସହ ରାହୁଲ ଗାନ୍ଧୀ ଗୁଜୁରାଟରେ ପରାଜୟ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ, "ଆମେ ଗୁଜୁରାଟର ଲୋକଙ୍କ ଜନାଦେଶକୁ ନମ୍ରତାର ସହ ଗ୍ରହଣ କରୁଛୁ । ଆମେ ପୁନର୍ଗଠନ କରି, କଠିନ ପରିଶ୍ରମ କରିବା ଏବଂ ଦେଶର ଆଦର୍ଶ ତଥା ରାଜ୍ୟବାସୀଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିବା ।"


ଏହା ବି ପଢ଼ନ୍ତୁ:-ବିଶ୍ୱକପରୁ ପାକିସ୍ତାନ ହେଲା ବାହାର, ଭାରତ ଭିସା ଦେବାକୁ କଲା ମନା


ଏହା ବି ପଢ଼ନ୍ତୁ:-କିଏ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଏହି ୩ ନାମ


ଏହା ବି ପଢ଼ନ୍ତୁ:-ବିରାଟ କୋହଲି ୮ ବର୍ଷ ପରେ ନିଜ କ୍ୟାରିୟରରେ ନେଲେ ଏହି ବଡ଼ ପଦକ୍ଷେପ, ଆପଣ ବି ଜାଣିଲେ ହୋଇଯିବେ ଚକିତ


ଏଠାରେ କହି ରଖୁଛୁ ଯେ, ହିମାଚଳ ପ୍ରଦେଶରେ ପରମ୍ପରା ବଜାୟ ରହିଛି ଓ ପାଞ୍ଚ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିଛି । ଦଳ ମୋଟ ୬୮ଟି ଆସନ ମଧ୍ୟରୁ ୪୦ଟି ଜିତିଛି । ରାଜ୍ୟରେ ସରକାର ଗଠନ ପାଇଁ ୩୫ଟି ଆସନର ଆବଶ୍ୟକତା ରହିଛି । କଂଗ୍ରେସ ପାଖରେ ଏହି ମ୍ୟାଜିକ୍ ନମ୍ୱର ଠାରୁ ଅଧିକ ସଂଖ୍ୟାବଳ ରହିଛି । ଏହି ନିର୍ବାଚନରେ ​​ବିଜେପିକୁ ଜୋରଦାର ଝଟକା ଲାଗିଛି । ହିମାଚଳ ନିର୍ବାଚନର ଫଳାଫଳରୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଶକ୍ତ ଧକ୍କା ଲାଗିଛି । କାରଣ ପ୍ରଧାନମନ୍ତ୍ରୀ ମୋଦି ନିଜ ନାମରେ ଜନତାଙ୍କ ଠାରୁ ଭୋଟ ଭିକ୍ଷା କରୁଥିବାର ନଜରକୁ ଆସିଥିଲେ । ସେହିପରି ଜେପି ନଡ୍ଡାଙ୍କ ଏହା ହେଉଛି ଗୃହ ରାଜ୍ୟ । ବିଜେପି ଏଠାରେ ୨୫ଟି ଆସନରେ ବିଜୟ ହାସଲ କରିଛି । ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।