ଜୟପୁର: Ashok Gehlot Vs Sachin Pilot: ରାଜସ୍ଥାନ କଂଗ୍ରେସ (Congress) ରେ ଅନ୍ତଃକନ୍ଦଳ ଥମିବାର ନାଁ ନେଉ ନାହିଁ । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Rajasthan CM Ashok Gehlot) ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ପ୍ରାୟ ଦିନ ଗେହଲୋଟ କ୍ୟାମ୍ପ (Gehlot Camp) ଓ ପାଇଲଟ କ୍ୟାମ୍ପ (Pilot Camp) ମଧ୍ୟରେ ଥିବା ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ରାଜ୍ୟ କଂଗ୍ରେସରେ ସବୁକିଛି ଠିକ୍ ନ ଥିବାର ନଜରକୁ ଆସୁଛି । ବହୁ ଉଦ୍ୟମ ସତ୍ତ୍ୱେ ରାଜସ୍ଥାନର ନେତାଙ୍କ ମଧ୍ୟରେ ଝଗଡ଼ାର ସମାଧାନ କରିବାରେ କଂଗ୍ରେସ ହାଇକମାଣ୍ଡ (Congress High Command) ସକ୍ଷମ ହେଉଁନାହାଁନ୍ତି । ଏହା ମଧ୍ୟରେ ଖବର ଆସୁଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ରାତ୍ରୀ ଭୋଜନ (Ashok Gehlot's dinner) ରୁ ସଚିନ ପାଇଲଟ ନିଜକୁ ଦୂରେଇ ରଖିବାକୁ ସ୍ଥିର କରିଥିଲେ । ତେବେ ପାଇଲଟ୍ କ୍ୟାମ୍ପ ସହିତ ଜଡିତ ବିଧାୟକ ଓ ମନ୍ତ୍ରୀମାନେ ରାତ୍ରୀ ଭୋଜନରେ ଯୋଗ ଦେଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ରାତ୍ରୀ ଭୋଜନରେ ବିଜେପି ବିଧାୟକମାନେ (BJP MLAs) ମଧ୍ୟ ଯୋଗ ଦେଇଛନ୍ତି । ରାଜସ୍ଥାନ ବିଧାନସଭାର ସପ୍ତମ ଅଧିବେଶନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପକ୍ଷ-ବିପକ୍ଷ ଦଳର ବିଧାୟକମାନଙ୍କୁ ସିଏମ ଗେହଲୋଟ୍ (Ashok Gehlot) ରାତ୍ରୀ ଭୋଜନ ଦେଇଛନ୍ତି । ବିଧାନସଭା ଅଧିବେଶନର ଶେଷ ଦିନରେ ସବୁ ଦଳର ବିଧାୟକମାନଙ୍କୁ ସିଏମ୍ ଗେହଲୋଟ୍ ରାତ୍ରୀ ଭୋଜନ ଦେଇଆସୁଛନ୍ତି । ତେଣୁ ଏଥିରେ ରାଜନୀତିର କୌଣସି ସୁଯୋଗ ନଥିଲା । କିନ୍ତୁ ରାତ୍ରୀ ଭୋଜନରୁ ଦୂରତା ରକ୍ଷା କରି ସଚିନ ପାଇଲଟ (Sachin Pilot) ନିଶ୍ଚିତ ଭାବରେ ସୂଚାଇ ଦେଇଛନ୍ତି ଯେ ତିକ୍ତତା ଅକ୍ଷୁର୍ଣ୍ଣ ରହିଛି । ପାଇଲଟ ଦୁଇ ବର୍ଷ ହେବ କୌଣସି ପଦରେ ନାହାଁନ୍ତି ।


ଏହା ବି ପଢ଼ନ୍ତୁ:-ମହିଳାଙ୍କ ସହିତ ବନ୍ଦ ରୁମରେ ପଞ୍ଚାୟତ ସଚିବଙ୍କ ମସ୍ତି! ଭାଇରାଲ ହେଲା ଭିଡିଓ


ଏହା ବି ପଢ଼ନ୍ତୁ:-କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଗଡକରୀ କହିଲେ ଏହାର କାରଣ


ଏହା ବି ପଢ଼ନ୍ତୁ:-ଆମେରିକା ଉପରେ ପରମାଣୁ ବୋମା ପକାଇବ କି ଋଷ? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା


ପାଇଲଟ ଗୋଷ୍ଠୀ (Pilot Camp) ଗତ ବର୍ଷ ଗେହଲୋଟ୍ ସରକାର (Gehlot Government) ବିରୁଦ୍ଧରେ ବିଦ୍ରୋହ କରିଥିଲା । ସେବେଠାରୁ ଗେହଲୋଟ୍ ଓ ସଚିନ ପାଇଲଟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ଗେହଲୋଟ୍ କ୍ୟାବିନେଟର ସମ୍ପ୍ରସାରଣ ସମୟରେ ପାଇଲଟ ଗୋଷ୍ଠୀର ବିଧାୟକମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ରାଜନୈତିକ ନିଯୁକ୍ତିରେ ପାଇଲଟ ସମର୍ଥକମାନଙ୍କୁ ମଧ୍ୟ ସ୍ଥାନ ମିଳିଛି । କିନ୍ତୁ ପିସିସି ମୁଖ୍ୟ ପଦରୁ ହଟାଇବା ପରେ ସଚିନ ପାଇଲଟଙ୍କୁ କୌଣସି ପଦ ମିଳିନାହିଁ । ପାଇଲଟ ସମର୍ଥକମାନେ ଚାହୁଁଛନ୍ତି ଯେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଏକ ସମ୍ମାନଜନକ ପଦ ଦିଅନ୍ତୁ । ସଚିନ ପାଇଲଟ ରାଜସ୍ଥାନ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଏଭଳି ପରିସ୍ଥିତିରେ ଏକ ଆଲୋଚନା ହେଉଛି ଯେ କଂଗ୍ରେସ ହାଇକମାଣ୍ଡ ପୁଣି ଥରେ ରାଜ୍ୟ କଂଗ୍ରେସ ସଭାପତିଙ୍କ ଦାୟିତ୍ୱ ସଚିନ ପାଇଲଟଙ୍କୁ ଦେଇପାରନ୍ତି । ସଚିନ ପାଇଲଟ ପିସିସି ମୁଖ୍ୟ ଥିବା ସମୟରେ ବିଧାନସଭା ନିର୍ବାଚନରେ ​​କଂଗ୍ରେସ (Congress) ଜିତିଥିଲା ।